- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ସୁଦୂର ସମୁଦ୍ରରେ ମାଛ ମାରୁଥିବା ତାମିଲନାଡୁର ନାଗପଟ୍ଟିନମ୍, କରାଈକାଲ୍ ଏବଂ ରାମନାଥପୁରମ ଜିଲ୍ଲାର ୧୪ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ଶ୍ରୀଲଙ୍କା ନୌସେନା ଆକ୍ରମଣରେ ତାମିଲନାଡୁର ଜଣେ ମତ୍ସ୍ୟଜୀବୀ ଆହତ ହୋଇଥିବା କଥା ମଧ୍ୟ ଜଣାପଡ଼ିଛି। ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଆହତ ମତ୍ସ୍ୟଜୀବୀଜଣକ ହେଉଛନ୍ତି ରାମେଶ୍ବରମ୍ର ଜନ୍ସନ୍। ବୁଧବାର ରାତିରେ ଶ୍ରୀଲଙ୍କାର ନୌସେନା କର୍ମଚାରୀଙ୍କ ଆକ୍ରମଣରେ ତାଙ୍କ ଆଖିରେ ଆଘାତ ଲାଗିଛି।
ସେମାନେ ଦକ୍ଷିଣପୂର୍ବ ଭାରତ ମହାସାଗରର କୋଡ଼ିଆକ୍କରାଈରେ ମାଛ ମାରୁଥିବା ବେଳେ ଶ୍ରୀଲଙ୍କୀୟ ନୌସେନା ଘେରାଉ କରି ୧୪ଜଣଙ୍କୁ ଗିରଫ କରିଥିଲା। ଏହାପରେ ତଦନ୍ତ ଲାଗି ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ସରକାରୀ ଅଧିକାରୀମାନେ କାଙ୍କେସନ୍ତୁରାଇ ବନ୍ଦରକୁ ନେଇଛନ୍ତି।
ମତ୍ସ୍ୟଜୀବୀମାନଙ୍କୁ ଗିରଫ କରାଯିବା ପରେ ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀ ଗ୍ରାମଗୁଡିକରେ ଏକ ତିକ୍ତ ପରିସ୍ଥିତି ଉପୁଜିଥିଲା। ଶ୍ରୀଲଙ୍କା ନୌସେନା ଦ୍ୱାରା ଗିରଫ ହେବା ଏବଂ ଡଙ୍ଗା ଜବତ କରିବା ହେଉଛି ନିୟମିତ ଭାରତୀୟ ମତ୍ସ୍ୟଜୀବୀଙ୍କ ମୁହଁ। ଗିରଫ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ଏବଂ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପ୍ରଭାବ ପକାଉଥିବା ଶ୍ରୀଲଙ୍କା ନୌସେନା ଦ୍ୱାରା ଜାରି ଗିରଫଦାରୀକୁ ବନ୍ଦ କରିବା ପାଇଁ ମତ୍ସ୍ୟଜୀବୀମାନେ ପୁଣି ଥରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।