Monkey Expert: ଆର୍ଥିକ ଦୁଃସ୍ଥିତିରେ ଶ୍ରୀଲଙ୍କା; ବିକିବ ଲକ୍ଷେ ମାଙ୍କଡ଼

ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବାକୁ ଶେଷକୁ ମାଙ୍କଡ଼ ବିକିବ ଶ୍ରୀଲଙ୍କା। ଏକ ଲୁପ୍ତପ୍ରାୟ ପ୍ରଜାତିର ମାଙ୍କଡ଼ ରପ୍ତାନୀ କରିବ ଦେଶ ।

 ବିକିବ ଲକ୍ଷେ ମାଙ୍କଡ଼

ବିକିବ ଲକ୍ଷେ ମାଙ୍କଡ଼

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Monkey Export To China:  ଶ୍ରୀଲଙ୍କା(Srilanka)ରୁ ଚୀନ୍‌(China)କୁ ଏକ ଲକ୍ଷ ମାଙ୍କଡ଼ ପଠାଯିବ, ଯେଉଁଥିପାଇଁ ଯୋଜନା ପ୍ରସ୍ତୁତ କରୁଛି ଦେଶ। ଶ୍ରୀଲଙ୍କାର କୃଷି ମନ୍ତ୍ରୀ ମହିନ୍ଦା ଅମରବୀରା ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଶ୍ରୀଲଙ୍କା ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ଦେଶ Toque macaque ପ୍ରଜାତିର ମାଙ୍କଡ ରପ୍ତାନି କରିବାକୁ ମଧ୍ୟ ପ୍ରସ୍ତୁତ ଅଛି।


ବିସିସିଆଇ ସହ ବାର୍ତ୍ତାଳାପ ବେଳେ ମହିନ୍ଦା ଅମରବୀରା କହିଛନ୍ତି ଯେ ଏ ବିଷୟରେ ଆଲୋଚନା ଚାଲିଛି। ଚୀନ୍ ନିଜେ ଏକ ଲକ୍ଷ ମାଙ୍କଡ଼ ଦାବି କରିଛି।  ମାଙ୍କଡମାନଙ୍କର ଚାହିଦାକୁ ନେଇ ଚୀନ୍ ସହିତ ତିନି ରାଉଣ୍ଡ ଆଲୋଚନା ଶେଷ ହୋଇଛି। ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆଜିଠୁ ଆରମ୍ଭ ହେଉଛି ମୃତ୍ୟୁ ପଞ୍ଚକ; କରନ୍ତୁନି ଏହି ଭୁଲ, ଭୋଗିବେ ଦଣ୍ଡ

ଏପ୍ରିଲ ୧୧ ରେ ଅଧିକାରୀଙ୍କ ସହ ଏକ ବୈଠକରେ ଶ୍ରୀଲଙ୍କାର କୃଷି ମନ୍ତ୍ରୀ ମାଙ୍କଡମାନଙ୍କୁ ରପ୍ତାନି କରାଯିବା ପାଇଁ ପ୍ରସ୍ତୁତି ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆମେ ଚୀନର ଚାହିଦା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ତେବେ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ଆର୍ଥିକ ମୂଲ୍ୟ ସ୍ଥିର  ହୋଇନାହିଁ। ମଙ୍ଗଳବାର କୃଷି ମନ୍ତ୍ରଣାଳୟରେ ଅନୁଷ୍ଠିତ ବୈଠକରେ ଜାତୀୟ ପ୍ରାଣୀ ବିଜ୍ଞାନ ସଂଗ୍ରହାଳୟ ଏବଂ ବନ୍ୟଜନ୍ତୁ ବିଭାଗର ଅଧିକାରୀମାନେ ମଧ୍ୟ ଭାଗ ନେଇଥିଲେ।

ଚାଇନାକୁ ମାଙ୍କଡ ରପ୍ତାନି କରିବା ଶ୍ରୀଲଙ୍କା ପାଇଁ ଏକ ଲାଭଦାୟକ ଡିଲ୍। କାରଣ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ମାଙ୍କଡ ବଦଳରେ ଭଲ ଆୟ ପାଇବ। ଏହା ସହିତ ଦେଶରେ ମାଙ୍କଡ ସଂଖ୍ୟା ହ୍ରାସ ହେତୁ କୃଷି ଏବଂ ଫସଲର କ୍ଷତି ହ୍ରାସ ପାଇବ।

ସମ୍ବଲପୁରରେ କର୍ଫ୍ୟୁ: ଘରୁ ବାହାରିବାକୁ ମନା, ଇଣ୍ଟରନେଟ ସେବା ଠପ୍

ଏକ ଲକ୍ଷ ମାଙ୍କଡ଼କୁ ନେଇ ଚୀନ୍ କ’ଣ କରିବ?

ବାସ୍ତବରେ ଚୀନ୍ ତାର ପ୍ରାଣୀ ଉଦ୍ୟାନ ପାଇଁ ଟୋକି ମାକେକ୍ ପ୍ରଜାତିର ମାଙ୍କଡ କିଣିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଶ୍ରୀଲଙ୍କାରେ ଏହି ପ୍ରଜାତିର ୩ ମିଲିୟନରୁ ଅଧିକ ମାଙ୍କଡ ଅଛନ୍ତି।
Published by:Soumya Das
First published: