ଇସ୍ତଫା ଦେବା ଆଗରୁ ମାଳଦ୍ବୀପ ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ଇସ୍ତଫା ଦେବା ପୂର୍ବରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗତ ବିଳମ୍ବିତ ରାତ୍ରରେ ମାଳଦ୍ବୀପକୁ ପଳାୟନ କରିବା ନେଇ ଖବର ଆସିଛି । ଇସ୍ତଫା ଦେବା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସର୍ତ୍ତ ରଖିଥିଲେ।

ଶ୍ରୀଲଙ୍କା ରାଷ୍ଟ୍ରପତି

ଶ୍ରୀଲଙ୍କା ରାଷ୍ଟ୍ରପତି

  • Share this:
News18 Odia Digital

ଆଜି ଇସ୍ତଫା ଦେବେ ବୋଲି ଆଶା କରାଯାଉଥିବା ବେଳେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଗତ ବିଳମ୍ବିତ ରାତ୍ରରେ ମାଳଦ୍ବୀପକୁ ପଳାଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।

ଇସ୍ତଫା ଦେବା ପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ସର୍ତ୍ତ ରଖିଥିଲେ। ପରିବାର ସହିତ ସେ ନିଜ ପାଇଁ ସୁରକ୍ଷା ଲୋଡିଥିଲେ।  ସେ କହିଥିଲେ ଯେ ସେ ତାଙ୍କ ପରିବାର ସହିତ ଦେଶ ବାହାରକୁ ଯିବାକୁ ଚାହୁଁଛନ୍ତି।  ଏହି କ୍ଷେତ୍ରରେ, ସୁରକ୍ଷିତ ପରିବହନ ନିଶ୍ଚିତ ହେବା ଉଚିତ୍।

ରଏଟର୍ସ ରିପୋର୍ଟ ଅନୁସାରେ, ଆଜି ପ୍ରତ୍ୟୁରେ ରାଜପକ୍ଷେ, ତାଙ୍କ ପତ୍ନୀ ଓ ଦୁଇଜଣ ଅଙ୍ଗରକ୍ଷୀ ଗୋଟାଏ ଶ୍ରୀଲଙ୍କୀୟ ବାୟୁସେନା ବିମାନ ‘ଆଣ୍ଟୋନୋଭ୍‌-୩୨’ରେ ଚଢ଼ି ମାଳଦ୍ବୀପର ରାଜଧାନୀ ମାଲେ ନଗରୀକୁ ଚାଲିଯାଇଛନ୍ତି।

କଲମ୍ବୋ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା ଉକ୍ତ ବାୟୁସେନା ବିମାନଟି ଆଜି ସକାଳେରେ ମାଳଦ୍ବୀପରେ ଅବତରଣ କରିଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ରାଜପକ୍ଷେ ତାଙ୍କର ପରିବାରର ୫ଜଣ ସଦସ୍ୟ ଓ ୩ଜଣ କର୍ମଚାରୀଙ୍କୁ ନେଇ ମାଳଦ୍ବୀପ ଯାଇଛନ୍ତି। ମାଳଦ୍ବୀପରେ ପହଞ୍ଚିବା ପରେ ପୋଲିସ ସହାୟତାରେ ତାଙ୍କୁ କାର୍‌ଯୋଗେ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି ବୋଲି ମାଲେର ଜଣେ ବିମାନ ବନ୍ଦର ଅଧିକାରୀ କହିଛନ୍ତି। ସେଠାରୁ ସେ ଅନ୍ୟ ଏକ ଏସୀୟ ରାଷ୍ଟ୍ରକୁ ପଳାଇଯିବାର ଯଥେଷ୍ଟ ସମ୍ଭାବନା ଅଛି।

ଶୁକ୍ରବାରଠାରୁ ସର୍ବସାଧାରଣରେ ଦେଖା ଦେଉ ନ ଥିବା ରାଜପକ୍ଷେ, ମିଳିତ ସରକାର ଗଠନ ନିମନ୍ତେ ପଥ ପରିଷ୍କାର କରିବା ଲାଗି ଆଜି ଇସ୍ତଫା ଦେବାର ଥିଲା। କ୍ଷମତା ଛାଡ଼ନ୍ତୁ ବୋଲି ଦାବି କରି ଗତ ଶନିବାର ଦିନ ଅସଂଖ୍ୟ ପ୍ରତିବାଦକାରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଧଷେଇ ପଶିଥିଲେ।
Published by:Soumya Das
First published: