ଶ୍ରୀଲଙ୍କାରେ ଘୋଷଣା ହେଲା ଏମର୍ଜେନ୍ସି
News18 Odia Digital
Sri Lanka Economic Crisis: ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶ ଛାଡ଼ି ପଳାଇବା ପରେ ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।
ଶ୍ରୀଲଙ୍କା ରାଷ୍ଟ୍ରପତି କିଛି ଦିନ ପୂର୍ବରୁ ଘୋଷଣା କରିଥିଲେ ଯେ ସେ ଜୁଲାଇ ୧୩ରେ ନିଜ ପଦରୁ ଇସ୍ତଫା ଦେବେ। ତେବେ ଦେଶରୁ ପଳାଇବା ପରେ ଏବେ ତାଙ୍କ ଇସ୍ତଫା ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ପଳାୟନ ପରେ କଲମ୍ବୋରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ଜନ ବିରୋଧ ଆରମ୍ଭ ହୋଇଛି। କ୍ରୋଧିତ ବିକ୍ଷୋଭକାରୀମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଥିବାର ଦେଖାଯାଉଛି।
ଜନତା ରାସ୍ତାରେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବହୁ ସଂଖ୍ୟକ ସୈନିକ ନିୟୋଜିତ ହୋଇଛନ୍ତି। କ୍ରୋଧିତ ଲୋକଙ୍କୁ କାବୁ କରିବା ପାଇଁ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ ଚାଳନା କରାଯାଇଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।