ଶ୍ରୀଲଙ୍କାରେ ବିକ୍ଷୋଭକାରୀଙ୍କ ବିରୋଧରେ ସେନାର ଆକ୍ସନ ଆରମ୍ଭ
News18 Odia Digital
Sri Lanka Protestors: ଶ୍ରୀଲଙ୍କାରେ ଗତ କିଛି ଦିନ ଧରି ପ୍ରଦର୍ଶନ ଚାଲିଥିଲା, ଅର୍ଥନୈତିକ ସଙ୍କଟ ଘେରି ରହିଥିବା ବେଳେ ଏଠାରେ ଲୋକ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦେଶ ଛାଡ଼ିବାକୁ ବାଧ୍ୟ କରିଥିଲେ।
ଯାହା ପରେ ବର୍ତ୍ତମାନ ରାନିଲ ବିକ୍ରମସିଙ୍ଘେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଶ୍ରୀଲଙ୍କାରେ ହୋଇଥିବା ବିକ୍ଷୋଭ ବନ୍ଦ ହେବାର ନାଁ ନେଉନାହିଁ, ଲୋକ ବର୍ତ୍ତମାନ ରାଜପକ୍ଷ ପରିବାରର ନିକଟତର ବୋଲି ଅଭିଯୋଗ କରି ରାନିଲଙ୍କ ବିରୋଧରେ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ତେବେ ରାନିଲ ରାଷ୍ଟ୍ରପତି ହେବା ପରେ ବିକ୍ଷୋଭକାରୀଙ୍କ ଉପରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ଗତ କିଛି ଦିନ ହେବ ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ସଚିବାଳୟ ବାହାରେ ବିକ୍ଷୋଭକାରୀମାନେ ଆନ୍ଦୋଳ କରିଆସୁଥିଲେ। ବର୍ତ୍ତମାନ ସେଠାରୁ ସେମାନଙ୍କୁ ହଟାଇବା କାମ ଆରମ୍ଭ କରିଛି ସେନା।
ଏହା କୁହାଯାଇଛି ଯେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାନିଲ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ସେହି ବିକ୍ଷୋଭକାରୀଙ୍କୁ ଯେଉଁମାନେ ରାଷ୍ଟ୍ରପତି ଭବନ ଚାରିପାଖରେ ଦେଖାଯାଉଛନ୍ତି ସେମାନଙ୍କୁ ହଟା ଯାଉଛି। ପୋଲିସ ମଧ୍ୟ ଅନେକ ଲୋକଙ୍କୁ ଗିରଫ କରିଛି।
ସମସ୍ତ ଟେଣ୍ଟ ହଟାଗଲା
ଶ୍ରୀଲଙ୍କାରେ ଉପସ୍ଥିତ ଗଣମାଧ୍ୟମ ଅନୁଯାୟୀ, ରାଷ୍ଟ୍ରପତି ରାନିଲ କ୍ୟାବିନେଟ ଶପଥ ଗ୍ରହଣ ନ କରିବା ପର୍ଯ୍ୟନ୍ତ ସେମାନେ ଚାଲିଯିବେ ନାହିଁ ବୋଲି ଶୁକ୍ରବାର ପର୍ଯ୍ୟନ୍ତ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ସଚିବାଳୟକୁ ଘେରି ରହିବାକୁ ଯୋଜନା କରିଥିଲେ। କିନ୍ତୁ ଏହାପୂର୍ବରୁ ମଧ୍ୟ ଶ୍ରୀଲଙ୍କା ସେନା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏଠାରେ ଉପସ୍ଥିତ ଥିବା ସମସ୍ତ ଅସ୍ଥାୟୀ ଟେଣ୍ଟକୁ ଉଚ୍ଛେଦ କରାଯାଇଛି ଓ ବିକ୍ଷୋଭକାରୀଙ୍କୁ ହଟାଇବା କାର୍ଯ୍ୟ କ୍ରମାଗତ ଭାବେ ଚାଲିଛି।
ଅନେକ ସରକାରୀ ଅଟ୍ଟାଳିକାକୁ କାବୁ କରିଥିଲେ
ପ୍ରକାଶ ଥାଉକି ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ଏତେ ରାଗି ଯାଇଥିଲେ ଯେ ସେମାନେ ରାଷ୍ଟ୍ରୀୟ ଭବନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ଡିଂକୁ ଅଧିକାର କରିଥିଲେ। ସମ୍ପ୍ରତି ଏହିପରି ଅନେକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ଶ୍ରୀଲଙ୍କାର ଲୋକ ରାଷ୍ଟ୍ରୀୟ ଭବନରେ ମଜାମସ୍ତି କରୁଛନ୍ତି।
ଏହା ସହିତ ଅନେକ ସହରରେ ବହୁତ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା। ଶ୍ରୀଲଙ୍କାର ଏହି ଅବସ୍ଥାକୁ ନେଇ ବିଶ୍ବର ସମସ୍ତ ଦେଶ ଉଦବେଗ ପ୍ରକାଶ କରିଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡ଼ି ପ୍ରଥମେ ମାଳଦ୍ୱୀପ ଓ ପରେ ସିଙ୍ଗାପୁରକୁ ପଳାଇଥିଲେ। ଯେଉଁଠାରୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହା ପରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଓ ରାନିଲ ଜିତିଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।