Sri Lanka Crisis: ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫାକୁ ମିଳିଲା ମଞ୍ଜୁରୀ

Sri Lanka Crisis: କୁହାଯାଇଛି ଯେ କିଛି ସମୟ ମଧ୍ୟରେ ଶ୍ରୀଲଙ୍କାର ବାଚସ୍ପତି ସମସ୍ତ ଦଳର ନେତାଙ୍କ ସହ ଏକ ବୈଠକ କରିବେ। ଯାହା ପରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯିବ।

ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫାକୁ ମିଳିଲା ମଞ୍ଜୁରୀ

ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫାକୁ ମିଳିଲା ମଞ୍ଜୁରୀ

  • Share this:
News18 Odia Digital

Sri Lanka Crisis: ଶ୍ରୀଲଙ୍କାରେ ରାଜନୈତିକ ଓ ଅର୍ଥନୈତିକ ସଙ୍କଟ ମଧ୍ୟରେ ଦେଶରୁ ପଳାୟନ କରିଥିବା ଗୋଟାବାୟା ରାଜପକ୍ଷ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ବାଚସ୍ପତି ବର୍ତ୍ତମାନ ରାଜପକ୍ଷଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ଏହା ସହିତ ବାଚସ୍ପତି ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଇସ୍ତଫା ଗ୍ରହଣ କରିବା ପରେ ବର୍ତ୍ତମାନ ୭ ଦିନ ମଧ୍ୟରେ ନୂଆ ରାଷ୍ଟ୍ରପତି ନିଯୁକ୍ତ ହେବେ। ଶ୍ରୀଲଙ୍କାରେ ଚାଲିଥିବା ସମସ୍ୟା ମଧ୍ୟରେ ବାଚସ୍ପତିଙ୍କ ଏହି ବିବୃତ୍ତିକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜରୋ ଧରିଛି, କାରଣ ଗତ କିଛି ଦିନ ହେବ ହଜାର ହଜାର ବିକ୍ଷୋଭକାରୀ ଗୋଟାବାୟାଙ୍କ ଇସ୍ତଫା ଓ ନୂଆ ରାଷ୍ଟ୍ରପତି ନିଯୁକ୍ତ କରିବାକୁ ଦାବି କରିଥିଲେ।

କୁହାଯାଇଛି ଯେ କିଛି ସମୟ ମଧ୍ୟରେ ଶ୍ରୀଲଙ୍କାର ବାଚସ୍ପତି ସମସ୍ତ ଦଳର ନେତାଙ୍କ ସହ ଏକ ବୈଠକ କରିବେ। ଯାହା ପରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା କରାଯିବ। ବର୍ତ୍ତମାନ ବିକ୍ଷୋଭକାରୀଙ୍କୁ ଶାନ୍ତ କରିବା ପାଇଁ ସର୍ବପ୍ରଥମେ ଉଦ୍ୟମ କରାଯାଉଛି। ଏହି ଦାୟିତ୍ୱରେ ସ୍ଥାନୀୟ ନେତାମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇପାରେ।

ଗୋଟାବାୟା ଦେଶ ଛାଡ଼ି ପଳାଇଥିଲେ

ଏହାପୂର୍ବରୁ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ମଧ୍ୟରେ ବହୁ ଲୋକ ରାଷ୍ଟ୍ରୀୟ ଭବନକୁ ଦଖଲ କରିଥିଲେ। ଏହାପୂର୍ବରୁ ଗୋଟାବାୟା ଅଣ୍ଡରଗ୍ରାଉଣ୍ଡକୁ ହୋଇଯାଇଥିଲେ। ପରେ କୁହାଯାଇଥିଲା ଯେ ଗୋଟାବାୟା ମାଳଦ୍ୱୀପକୁ ପଳାଇଛନ୍ତି। କିନ୍ତୁ ରାଜନୈତିକ ଅଘଟଣ ହେତୁ ତାଙ୍କୁ ମାଳଦ୍ୱୀପରେ ଆଶ୍ରୟ ଦିଆଯାଇ ନଥିଲା, ଏହା ପରେ ସେ ଏଠାରୁ ସିଙ୍ଗାପୁର ଯାଇଥିଲେ। ସିଙ୍ଗାପୁରରେ ପହଞ୍ଚିବା ପରେ ସେ ଇସ୍ତଫା ପତ୍ରକୁ ଇ-ମେଲ ମାଧ୍ୟମରେ ବାଚସ୍ପତିଙ୍କ ନିକଟକୁ ପଠାଇଥିଲେ।

ବିକ୍ରମାସିଙ୍ଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ

ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଅଭୟୱର୍ଦ୍ଧନ ଗୋଟାବାୟାଙ୍କ ଇସ୍ତଫା ଘୋଷଣା କରିଛନ୍ତି। ଗୁରୁବାର ରାତିରେ ସିଙ୍ଗାପୁରରେ ଶ୍ରୀଲଙ୍କା ହାଇ କମିଶନଙ୍କ ମାଧ୍ୟମରେ ରାଜପକ୍ଷଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା କୁହାଯାଇଥିଲା, କିନ୍ତୁ ଯାଞ୍ଚ ପ୍ରକ୍ରିୟା ଓ ଆଇନଗତ ପଚାରିକତା ପରେ ସେ ଏକ ସରକାରୀ ଘୋଷଣା କରିବାକୁ ଚାହୁଁଥିଲେ।

ବାଚସ୍ପତି ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଜଣେ ନୂଆ ନେତା ନିର୍ବାଚିତ ନହେବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେ କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ଦାୟିତ୍ବ ଗ୍ରହଣ କରିବେ। ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ସାଂସଦଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
Published by:Lipina Das
First published: