Spicejet: ଡିଜିସିଏ ନିର୍ଦ୍ଦେଶ ପରେ ସ୍ପାଇସଜେଟ୍ ସେୟାର ମାର୍କେଟରେ ଆଜି ୧୦ ପ୍ରତିଶତ ହ୍ରାସ

ଡିଜିସିଏ ନିର୍ଦ୍ଦେଶ ପରେ ସ୍ପାଇସଜେଟ୍ ସେୟାର ମାର୍କେଟରେ ଗୁରୁବାର ୧୦ ପ୍ରତିଶତ ହ୍ରାସ। ଗତକାଲି ଡିଜିସିଏ ୫୦ ପ୍ରତିଶତ ବିମାନକୁ ୮ ସପ୍ତାହ ପାଇଁ ବନ୍ଦ କରିଥିଲା।

ସ୍ପାଇସଜେଟ୍ ବିମାନର (ପ୍ରତୀକାତ୍ମକ ଛବି)

ସ୍ପାଇସଜେଟ୍ ବିମାନର (ପ୍ରତୀକାତ୍ମକ ଛବି)

  • Share this:
News 18 Odia Digital

ନୂଆଦିଲ୍ଲୀ: ସ୍ପାଇସଜେଟ ଷ୍ଟକ୍ ମାର୍କେଟ ଟଙ୍କା ବିନିଯୋଗ କରିଥିବା ନିବେଶକମାନଙ୍କୁ ଗୁରୁବାର ବଡ଼ କ୍ଷତି ସହିବାକୁ ପଡୁଛି । କାରଣ ଭାରତୀୟ ବିମାନ କମ୍ପାନୀ ସ୍ପାଇସଜେଟର ସେୟାରରେ ଆଜି ୧୦ ପ୍ରତିଶତ ହ୍ରାସ ଘଟିଛି । ଗତକାଲି ଡିଜିସିଏ ୫୦ ପ୍ରତିଶତ ବିମାନକୁ ୮ ସପ୍ତାହ ବନ୍ଦ କରିଛି, ଯାହା ଫଳରେ ଆଜି କମ୍ପାନୀର ଅଂଶଧନ ରେ ଏକ ବଡ଼ ହ୍ରାସ ପାଇବାରେ ଲାଗିଛି ।

ସେୟାର ମାର୍କେଟରେ କମ୍ପାନୀର ୯.୬୬ ପ୍ରତିଶତ ହ୍ରାସ ହୋଇ ୫୨ ସପ୍ତାହର ପରେ ସର୍ବନିମ୍ନ ୩୪.୬୦ ପଇସା ପ୍ରତି ସେୟାର ଵିଏସଇରେ ରହିଛି।

କଣ ପାଇଁ ବନ୍ଦ କରିଛି ଡିଜିସିଏ ୮ ସପ୍ତାହ ପାଇଁ

ଡିଜିସିଏ କହିଛି ଯେ ଏହା ଏକ ସୁରକ୍ଷିତ, ଦକ୍ଷ ଓ ନିର୍ଭରଯୋଗ୍ୟ ବିମାନ ପରିବହନ ସେବା ଯୋଗାଇବାରେ ସ୍ପାଇସଜେଟ ବିଫଳ ହୋଇଛି। ତ୍ରୁଟିକୁ ରୋକିବା ପାଇଁ ବିମାନ ସେବା ଏଭଳି ପଦକ୍ଷେପ ନେଇଛି ବୋଲି ନିର୍ଦ୍ଦେଶରେ କୁହାଯାଇଛି, କିନ୍ତୁ ଏକ ନିରାପଦ ତଥା ନିର୍ଭରଯୋଗ୍ୟ ବିମାନ ସେବା ପାଇଁ ଏହାର ପ୍ରୟାସ ଜାରି ରଖିବା ଆବଶ୍ୟକ।

ଜୁଲାଇ ୧୨ ରେ, ସ୍ପାଇସଜେଟର ଦୁବାଇ-ମଦୁରାଇ ବିମାନର ଆଗ ଚକରେ ତ୍ରୁଟି ରହିଥିଲା । ଏହାପୂର୍ବରୁ ଏପରି ଅନେକ ଘଟଣା ଘଟିଥିଲା ​​ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଡିଜିସିଏ ଜୁଲାଇ ୬ରେ ବିମାନରେ ଵୈଷୟିକ ତ୍ରୁଟି ଘଟଣାର ଆଠଟି କାରଣ ଦର୍ଶାଇ ନୋଜିସ ଜାରି କରିଥିଲା।
Published by:Sujit Swain
First published: