ଆକାଶରେ ଏକ ଘଣ୍ଟା କାଳ ଚକ୍କର କାଟିଲା ବିମାନ; ୩ ଥର ଲ୍ୟାଣ୍ଡିଂ ଫେଲ୍ ହେଲା, କାନ୍ଦିବାକୁ ଲାଗିଲେ ଯାତ୍ରୀ

Spicejet Mid-Air Mayhem: ପାଇଲଟ୍ ଜୈସଲମେର ବିମାନବନ୍ଦରରେ ତିନିଥର ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଯାହାଫଳରେ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା । ଏହି ସମୟରେ ଅନେକ ଯାତ୍ରୀ ମଧ୍ୟ କାନ୍ଦିବାକୁ ଲାଗିଥିଲେ ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital
ନୂଆ ଦିଲ୍ଲୀ: ଶନିବାର ଦିନ ଅହମ୍ମଦାବାଦରୁ ଜୈସଲମେରକୁ ଯାଉଥିବା ସ୍ପାଇସେଜେଟର (SpiceJet) ଏକ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା । ବାସ୍ତବରେ କିଛି ବୈଷୟିକ ତ୍ରୁଟି ଯୋଗୁଁ ପାଇଲଟମାନେ ବିମାନକୁ ଅବତରଣ କରିପାରି ନ ଥିଲେ । ତେଣୁ ବିମାନଟି ପ୍ରାୟ ଏକ ଘଣ୍ଟା ପାଇଁ ଆକାଶରେ ଉଡି ରହିଥିଲା । ପାଇଲଟ୍ ଜୈସଲମେର ବିମାନବନ୍ଦରରେ ତିନିଥର ଅବତରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଶେଷରେ ବିମାନଟିକୁ ଅହମ୍ମଦାବାଦରେ ଅବତରଣ କରିବାକୁ ପଡିଲା । ଏହି ସମୟରେ ଯାତ୍ରୀଙ୍କ ମଧ୍ୟରେ ଭୟଭୀତ ବାତାବରଣ ସୃଷ୍ଟି ହୋଇଥିଲା । କୁହାଯାଉଛି ଯେ ବିମାନରେ ବସିଥିବା ଅନେକ ଯାତ୍ରୀ ମଧ୍ୟ କାନ୍ଦିବା ଆରମ୍ଭ କରିଥିଲେ । ପରେ ସନ୍ଧ୍ୟାରେ ଦ୍ୱିତୀୟ ପାଇଲଟ୍ ପୁନର୍ବାର ସମସ୍ତ ଯାତ୍ରୀଙ୍କୁ ନେଇ ଜୈସଲମେରର ଅଭିମୁଖେ ଯାତ୍ରା କରିଥିଲେ ।

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, ସ୍ପାଇସଜେଟର ବିମାନ ନମ୍ବର ଏସଜି୩୦୧୨ ଶନିବାର ଦିନ ୧୨.୩୦ ରେ ଅହମ୍ମଦାବାଦରୁ ଜୈସଲମେର ଅଭିମୁଖେ ଯାତ୍ରା କରିଥିଲା । ଏହା ଅପରାହ୍ନ ୧ ଟାରେ ଜୈସଲମେରରେ ପହଞ୍ଚିବା କଥା ଥିଲା କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟମାନେ ବିମାନ ଅବତରଣ କରିପାରିନଥିଲେ । ପାଇଲଟ୍ ତିନିଥର ଅବତରଣ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ଥର ଅବତରଣ କରିବାରେ ବିଫଳ ହୋଇଥିଲେ । ଏଭଳି ପରିସ୍ଥିତିରେ ଏହି ବିମାନ ଜୈସଲମେର ଆକାଶରେ ପ୍ରାୟ ଏକ ଘଣ୍ଟା ଧରି ଚକ୍କର କାଟିଥିଲା ।

ପୁନର୍ବାର ଉଡ଼ାଣ ଭରିଥିଲା
ପ୍ରାୟ ଦୁଇଟା ସମୟରେ ପାଇଲଟ୍ ଅହମ୍ମଦାବାଦକୁ ପ୍ରସ୍ତାନ ପାଇଁ ଉଡ଼ାଣ ଭାରିଥିଲା । ଶେଷରେ ସକାଳ ୨.୪୦ ରେ ଏହି ବିମାନଟି ଅହମ୍ମଦାବାଦରେ ନିରାପଦରେ ଅବତରଣ କଲା । ଏହା ପରେ ପ୍ରାୟ ଦୁଇ ଘଣ୍ଟା ପରେ ଅନ୍ୟ ଜଣେ ପାଇଲଟଙ୍କ ସହ ବିମାନଟି ପୁଣି ଅହମ୍ମଦାବାଦକୁ ପଠାଯାଇଥିଲା । ଏଥର ରାତି ପ୍ରାୟ ୫:୧୫ ସମୟରେ ବିମାନଟି ନିରାପଦରେ ଅବତରଣ କରିବାରେ ସଫଳ ହୋଇଥିଲା ।

ସବୁଆଡେ ଆତଙ୍କ ଖେଳିଯାଇଥିଲା
ମୟଙ୍କ ଭାଟିଆ ନାମକ ଜଣେ ଯାତ୍ରୀ କହିଛନ୍ତି ଯେ ସେଠାରେ ଆତଙ୍କ ଖେଳିଯାଇଥିଲା । ଅନେକ ଲୋକ କାନ୍ଦିବାକୁ ଲାଗିଥିଲେ । ତେବେ ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ବିମାନ କର୍ମଚାରୀମାନେ ତାଙ୍କ ଯତ୍ନ ନେଇଥିଲେ । ଯାତ୍ରୀମାନଙ୍କୁ ମଧ୍ୟ ବିଶେଷ ବ୍ୟିତିବ୍ୟସ୍ତ ନ ହେବାକୁ ସେମାନେ ବୁଝାଇଥିଲେ । ଭାଟିଆ ଏହା ମଧ୍ୟ କହିଛନ୍ତି ଯେ ଜୈସଲମେର ବିମାନବନ୍ଦରରେ ତିନୋଟି ଭିନ୍ନ ଦିଗରୁ ବିମାନ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା । ଯଦିଓ ସଫଳତା ଥରେ ମଧ୍ୟ ମିଳି ପାରି ନ ଥିଲା ।
Published by:Jagdish Barik
First published: