ମୋଦିଙ୍କ କାର୍ଯ୍ଯକ୍ରମ ବେଳେ ପ୍ରସବ ଯନ୍ତ୍ରଣା; ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

କନକ୍ଲେଭ ଚାଲିଥିବାବେଳେ ପୁନମଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେଠାରୁ ତାଙ୍କୁ ତୁରନ୍ତ ରାମ ମନୋହର ଲୋହିୟା ହସ୍ପିଟାଲକୁ ନିଆଯାଇଥିଲା ।

ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Maan Ki Baat: ଜାତୀୟ ରାଜଧାନୀରେ ଅନୁଷ୍ଠିତ ‘ଜାତୀୟ କନ୍‌କ୍ଲେଭ୍‌; ମନ୍‌ କୀ ବାତ୍‌ ୧୦୦’ କାର୍ଯ୍ୟକ୍ରମ ବେଳେ ପ୍ରସବ ବେଦନା ହେବାରୁ ଜଣେ ଆମନ୍ତ୍ରିତ ମହିଳା ଅତିଥି ପୁତ୍ର ସନ୍ତାନ ଜନ୍ମ କରିଛନ୍ତି।

ସୂଚନାଯୋଗ୍ୟ, ଉପରୋକ୍ତ କାର୍ଯ୍ୟକ୍ରମ ଆଗାମୀକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’ରେ ପ୍ରସାରଣ କରାଯିବ।

ଜାତୀୟ ରାଜଧାନୀରେ ଆୟୋଜିତ ଉପରୋକ୍ତ କାର୍ଯ୍ୟକ୍ରମକୁ ବିଶେଷ ଅତିଥି ଭାବେ ଆମନ୍ତ୍ରିତ ହୋଇଥିଲେ ୧୦୦ଜଣ ଅତିଥି । ସେମାନଙ୍କ ମଧ୍ଯରେ ପୁନମ ଦେବୀ ନାମକ ଜଣେ ଅତିଥି ମଧ୍ଯ ଥିଲେ। କାର୍ଯ୍ୟକ୍ରମ ଚାଲିଥିବା ବ‌େଳେ ପ୍ରସବ ବେଦନା ଆରମ୍ଭ ହେବାରୁ ତୁରନ୍ତ ତାଙ୍କୁ ‘ଡକ୍ଟର୍‌ ରାମମନୋହର ଲୋହିଆ ହସ୍ପିଟାଲ୍‌’କୁ ନିଆଯାଇଥିଲା। ସେଠାରେ ସେ ଗୋଟାଏ ପୁଅ ଜନ୍ମ କରିଛନ୍ତି।

ପୂନମ୍‌ଙ୍କ ବାସସ୍ଥାନ ହେଉଛି ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରି ନିକଟବର୍ତ୍ତୀ ଗୋଟାଏ କ୍ଷୁଦ୍ର ଗାଁ’ରେ। କଦଳୀ ବାସୁଙ୍ଗାରୁ ‘ହ୍ୟାଣ୍ଡ୍‌ବ୍ୟାଗ୍‌’, ମସିଣା ଏବଂ ଅନ୍ୟାନ୍ୟ ବହୁ ସାମଗ୍ରୀ ନିର୍ମାଣ କରୁଥିବା ଗୋଟାଏ ‘ସ୍ବୟଂ ସହାୟକ ଗୋଷ୍ଠୀ’ର ସେ ସଦସ୍ୟା।
Published by:Soumya Das
First published: