ଏଲୋନ ମସ୍କ (ପ୍ରତୀକାତ୍ମକ ଛବି)
News18 Odia Digital
ସ୍ପେସ୍ ଏକ୍ସ ଓ ଟେସଲା ସିଇଓ ଏଲୋନ୍ ମସ୍କ, ତାଙ୍କ ଟ୍ୱିଟ୍ ଓ ବ୍ୟବସାୟ କାରବାର ପାଇଁ ସର୍ବଦା ସମ୍ବାଦରେ ରହିଆସିଛନ୍ତି। ଏବେ ପୁଣି ଥରେ ଲାଇମଲାଇଟରେ ଆସିଛନ୍ତି। ତେବେ ଏଥର ସେ କୌଣସି ବ୍ୟବସାୟିକ କାରବାର ବିଷୟରେ ନୁହେଁ ବରଂ ଏକ ପୁରୁଣା ଅଭିଯୋଗ ବିଷୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୨୦୧୬ ମସିହାରେ, ଜଣେ ବିମାନ କର୍ମଚାରୀ ଏଲୋନ୍ ମସ୍କଙ୍କୁ ବିମାନରେ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ କରିଥିଲେ। ସେହି ପରିପ୍ରେକ୍ଷୀରେ, ଅଭିଯୋଗ କରିଥିବା ମହିଳାଙ୍କୁ ଚୁପ୍ କରିବା ପାଇଁ ତାଙ୍କୁ ୨,୫୦,୦୦୦ ଡଲାର୍ ଦିଆଯାଇଥିବା ଅଭିଯୋଗ ଆସିଛି। ଯୌନ ଉତ୍ପୀଡ଼ନର ଏହି ମାମଲାକୁ ଚପାଇବା ପାଇଁ କରିବା ୨୦୧୮ରେ ସେହି ଟଙ୍କା ଦିଆଯାଇଥିବା ଅଭିଯୋଗ ହୋଇଥିଲା।
ଏକ ବିଜନେସ୍ ଇନସାଇଡର୍ ରିପୋର୍ଟ ଅନୁଯାୟୀ, ବିମାନ କର୍ମଚାରୀ ଚୁକ୍ତିନାମାରେ ସ୍ପେସ୍ ଏକ୍ସ ଜେଟ୍ ବିମାନରେ କାମ କରୁଥିଲେ। ସେ ଅଭିଯୋଗ କରିଛନ୍ତି ଯେ ଏଲୋନ୍ ମସ୍କ ତାଙ୍କୁ ବିନା ଅନୁମତିରେ ବିମାନରେ ଭାବରେ ସ୍ପର୍ଶ କରିଥିଲେ ଓ ଘୋଡ଼ା କିଣିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଇରୋଟିକ୍ ମସାଜ୍ କରିବାକୁ କହିଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଏଲୋନ୍ ମସ୍କ ବିମାନରେ ଏକ ଘରୋଇ କୋଠରୀରେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବାକୁ ଚେଷ୍ଟା କରିଥିଲେ ଓ ଏହାର ପ୍ରତିବଦଳରେ ଘୋଡା ଉପହାର ଦେବାକୁ ପ୍ରସ୍ତାବ ଦେଇଥିଲେ। ମହିଳା କର୍ମଚାରୀ ଜଣଙ୍କ ଏଲୋନ୍ ମସ୍କଙ୍କ ବିରୋଧରେ ସମ୍ବେଦନଶୀଳ ଅଭିଯୋଗ ଆଣି ଆତଙ୍କ ସୃଷ୍ଟି କରିଥିଲେ। ତାଙ୍କର ଏହି ଅଭିଯୋଗରେ ତାଙ୍କର ଜଣେ ସହକର୍ମୀ ମଧ୍ୟ ଦସ୍ତଖତ କରିଥିଲେ ଓ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ କହିଥିଲେ।
ରିପୋର୍ଟରେ ପ୍ରକାଶ ପାଇଛି ଯେ ସ୍ପେସ ଏକ୍ସର ପ୍ରତିଷ୍ଠାତା ତଥା ସିଇଓ ୨୦୧୮ରେ କର୍ପୋରେଟ୍ ଜେଟରେ କାମ କରୁଥିବା ଜଣେ ଅଜ୍ଞାତ ବିମାନ କର୍ମଚାରୀଙ୍କୁ ଟଙ୍କା ପ୍ରଦାନ କରିଥିଲେ। ସାକ୍ଷାତକାର, ଦଲିଲ ଓ ଦସ୍ତଖତ ଆଧାରରେ ରିପୋର୍ଟରେ ସୂଚନା ରହିଛି। ଯଦିଓ ସ୍ପେସ୍ ଏକ୍ସରୁ କୌଣସି ପ୍ରତିକ୍ରିୟା ନାହିଁ। ଏଲୋନ୍ ମସ୍କ ମଧ୍ୟ ଏହାର କୌଣସି ଉତ୍ତର ଦେଇନାହାଁନ୍ତି।
ବିମାନ କର୍ମଚାରୀ ଜଣଙ୍କ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ୨୦୧୬ରେ ମସ୍କ ତାଙ୍କୁ ଉଡ଼ାଣ ସମୟରେ ସମ୍ପୂର୍ଣ୍ଣ ଶରୀର ମସାଜ କରିବାକୁ ତାଙ୍କ କୋଠରୀକୁ ଆସିବାକୁ କହିଥିଲେ। ସେ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ କୋଠରୀକୁ ଆସିଲେ, ସେତେବେଳେ ସେ ମସ୍କଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ ଦେଖିଥିଲେ। କେବଳ ତାଙ୍କ ଶରୀରର ତଳ ଅଂଶରେ ଏକ ଚାଦର ଘୋଡେ଼ଇ ହୋଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।