News18 Odia Digital
Sovereign Gold Bond: ଭାରତରେ ନିବେଶ କରିବା ପାଇଁ ସବୁଠୁ ଶସ୍ତା ତରିକା ହେଉଛି ସୁନା । ସୁନାରେ ଆପଣ ନିବେଶ କଲେ ସବୁ ସମୟରେ ଆପଣ ଲାଭରେ ରହିବେ । ଆଜି ବି ଲୋକମାନେ ଏଥିରେ ନିବେଶ କରନ୍ତି । ସୁନାରେ ନିବେଶ କରିବା ପାଇଁ ଯଦି ଆପଣ ପ୍ରସ୍ତୁତ ଓ ସୁନା ଶସ୍ତା ହେବା ନେଇ ଅପେକ୍ଷା କରିଛନ୍ତି ତେବେ ଆପଣଙ୍କ ପାଇଁ ସରକାରୀ ବଣ୍ଡ ଏକ ଭଲ ବିକଳ୍ପ । ସରକାର ନିଜର ଏକ ଗୋଲ୍ଡ ବଣ୍ଡ ସ୍କିମ ଅଧୀନରେ ଶସ୍ତା ସୁନା ବିକ୍ରି କରୁଛନ୍ତି । ଏହି ଯୋଜନା ମାର୍ଚ୍ଚ ୬ ଆରମ୍ଭ ହୋଇଥିଲା । ଆଜି ଏହି ଯୋଜନାର ଶେଷ ତାରିଖ । ଯଦି ଏହି ବଣ୍ଡ ଅଧୀନ ଆପଣ ଶସ୍ତା ଓ ଶୁଦ୍ଧ ସୁନା କିଣିପାରିବେ । ତେଣୁ ବିଳମ୍ୱ ନକରି ତୁରନ୍ତ ନିବେଶ କରିବା ଆରମ୍ଭ କରନ୍ତୁ ।
ରିପୋର୍ଟ ମୁତାବିକ, ରିଜର୍ସ ବ୍ଯାଙ୍କ ପକ୍ଷରୁ ଗୋଲଡ ବଣ୍ଡ ପାଇଁ ଇସ୍ୟୁ ପ୍ରାଇସ ପ୍ରତି ଗ୍ରାମ ପିଛା ୫,୬୧୧ ଟଙ୍ଗା ଧାର୍ଯ୍ଯ କରାଯାଇଛି । ଏଥିରେ ଆପଣ ବଜାର ଦାମଠୁ ଶସ୍ତା ସୁନା କିଣିପାରିବେ ।
ଏହି ବଣ୍ଡରେ ସୁନା ମୂଲ୍ୟ ଗ୍ରାମ ପିଛା ୫,୬୧୧ ଟଙ୍କା ଧାର୍ଯ୍ୟ କରାଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଦିନ ଏକ ବୟାନରେ କହିଛି ଯେ ୨୦୨୨-୨୩ର ଚତୁର୍ଥ ସିରିଜ୍ ଅନ୍ତର୍ଗତ ଗୋଲ୍ଡ ବଣ୍ଡ ସ୍କିମ୍ ମାର୍ଚ୍ଚ ୬ ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ କ୍ରୟ ପାଇଁ ଉପଲବ୍ଧ ଥିଲା। ଏଥିପାଇଁ ସୁନା ମୂଲ୍ୟ ଗ୍ରାମ ପିଛା ୫,୬୧୧ ଟଙ୍କା ରଖାଯାଇଛି।
୩୩ ହଜାର ଟଙ୍କାରେ ୧ ଭରି ସୁନା! ଦାମ ଜାଣି ଚିନ୍ତା କରନ୍ତୁନିଅନଲାଇନ୍ କିମ୍ବା ଡିଜିଟାଲ୍ ମାଧ୍ୟମରେ ସୁନା ବଣ୍ଡ ପାଇଁ ଆବେଦନ କରୁଥିବା ନିବେଶକଙ୍କ ପାଇଁ ସୁନା ମୂଲ୍ୟ ଗ୍ରାମ ପିଛା ୫୦ ଟଙ୍କା କମ୍ ହେବ।
ଏହିପରି ନିବେଶକଙ୍କ ପାଇଁ ସୁନା ବଣ୍ଡର ସୁନା ମୂଲ୍ୟ ହେଉଛି ଗ୍ରାମ ପିଛା ୫,୫୬୧ ଟଙ୍କା। କେନ୍ଦ୍ରୀୟ ବ୍ୟାଙ୍କ ପ୍ରକୃତରେ ଭାରତ ସରକାରଙ୍କ ତରଫରୁ ସୁନା ବଣ୍ଡ ଜାରି କରିଥାଏ।
ସେହିପରି ଜଣେ ବ୍ୟକ୍ତିଙ୍କ ବିତ୍ତବର୍ଷରେ ସର୍ବାଧିକ ୪ କିଲୋଗ୍ରାମ ସୁନା କିଣି ପାରିବ। ସେହିଭଳି ଟ୍ରଷ୍ଟ ଏବଂ ଟ୍ରଷ୍ଟ ଭଳି ଅନ୍ୟ କୌଣସି ସଂସ୍ଥା ପାଇଁ ୨୦ କିଲୋଗ୍ରାମ ରହିଛି। ସୁନା ଭୌତିକ ଚାହିଦାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପ୍ରଥମେ ନଭେମ୍ବର ୨୦୧୫ରେ ସୁନା ବଣ୍ଡ ସ୍କିମ୍ ଆରମ୍ଭ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।