ହାଲୋୱିନ ପାର୍ଟିରେ ବଡ଼ ଦୁର୍ଘଟଣା; ୧୪୦ମୃତ, ୧୦୦ରୁ ଉର୍ଦ୍ଧ୍ବ ଆହତ

ହାଲୋଓ୍ୱିନ ପାର୍ଟି ସମୟରେ ୧୦୦ ରୁ ଅଧିକ ଲୋକ ହୃଦଘାତରେ ଶିକାର ହୋଇଥିଲେ । ପରିସ୍ଥିତି ଏତେ ସାଙ୍ଘାତିକ ଥିଲା ଯେ, ଶହ ଶହ ଲୋକଙ୍କୁ ରାସ୍ତା ଉପରେ ସିପିଆର ଦିଆଯାଉଥିଲା ।

ହାଲୋୱିନ ପାର୍ଟିରେ ବଡ଼ ଅଘଟଣ

ହାଲୋୱିନ ପାର୍ଟିରେ ବଡ଼ ଅଘଟଣ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହାଲୋୱିନ ପାର୍ଟି ସମୟରେ ଏକ ବିରାଟ ଅଘଟଣ ଘଟିଛି। ହୃଦଘାତ ଯୋଗୁଁ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ନ୍ୟୁଜ୍ ଏଜେନ୍ସି ଏଏଫପି ଅନୁଯାୟୀ ୧୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ରାସ୍ତାରେ ହାଲୋୱିନ ପାଳନ କରିବା ପାଇଁ ଲୋକେ ଏକାଠି ହୋଇଥିଲେ । ଏହି ସମୟରେ ଭିଡ ନିୟନ୍ତ୍ରଣ ବାହାରକୁ ଯିବା ପରେ ଦୌଡାଦୌଡି ମାହୋଲ ସୃଷ୍ଟି ହୋଇଥିଲା।

ଏହା ପୂର୍ବରୁ ନ୍ୟାସନାଲ ଫାୟାର ଏଜେନ୍ସିର ଅଧିକାରୀ ଚୋଇ ଚୋନ-ସିକ କହିଛନ୍ତି ଯେ ଅତି କମରେ ୬୦ ଜଣ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅଧିକ ଗହଳି ଯୋଗୁଁ ଶତାଧିକ ଲୋକଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହୋଇଥିଲା । ଲୋକମାନେ ହୃଦଘାତ ସମସ୍ୟାରେ ଶିକାର ହୋଇଥିଲେ । ଏହି ଉତ୍ସବ ପାଇଁ ୧,୦୦,୦୦୦ ଲୋକ ଉପସ୍ଥିତ ହୋଇଥିଲେ।

ପରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଲୋକ ଭର୍ତ୍ତି ରାସ୍ତା ଉପରେ ଲୋକଙ୍କ ଚିକିତ୍ସା କରାଯାଉଛି । ଲୋକମାନଙ୍କୁ ରାସ୍ତା ଉପରେ ହିଁ ସିପିଆର ଦିଆଯାଉଛି । ଘଟଣାସ୍ଥଳକୁ ୪୦୦ରୁ ଉର୍ଦ୍ଧ୍ୱ ଉଦ୍ଧାରକର୍ମୀଙ୍କୁ ନିୟୋଜିତ କରାଯାଇଛି ।
Published by:Soumya Das
First published: