News18 Odia Digital
ଚେନ୍ନାଇ: ଦକ୍ଷିଣ ଭାରତୀୟ ଲୋକପ୍ରିୟ ଅଭିନେତ୍ରୀ ୟାଶିକା ଆନନ୍ଦଙ୍କୁ (Yashika Anand) ନେଇ ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ସେ ସଡ଼କ ଦୁର୍ଘଟଣାର ଶିକାର ହେଉ ଗୁରୁତର ଆହତ ହୋଇଛନ୍ତି । ତାମିଲନାଡୁର ମହାବଲିପୁରମର ଇଷ୍ଟ କୋଷ୍ଟ ରୋଡ଼ରେ ଶନିବାର ରାତିରେ ତାଙ୍କର ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ୟାଶିକାଙ୍କ ବ୍ୟତୀତ କାରରେ ତାଙ୍କର ଅନ୍ୟ ତିନି ଜଣ ବନ୍ଧୁ ଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଜଣେ ବନ୍ଧୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ।
ଅଭିନେତ୍ରୀଙ୍କ ଦୁଇ ବନ୍ଧୁଙ୍କୁ ଉକ୍ତ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଭଲ୍ଲି ଚେଟ୍ଟୀ ଭାବନୀ ନାମକ ଜଣେ ବନ୍ଧୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ବିଷୟରେ ଶୁଣି ୟାଶିକାଙ୍କ ବାପା ଚେନ୍ନାଇରେ ପହଞ୍ଚିଛନ୍ତି । ସେ ଦିଲ୍ଲୀରେ ରୁହନ୍ତି ।

ସାଉଥ ଅଭିନେତ୍ରୀ ଆଶିକା ଆନନ୍ଦ ସଡ଼କ ଦୁର୍ଘଟଣାରେ ଗୁରୁତର
ମହାବଲିପୁରମ୍ ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ଅଭିନେତ୍ରୀଙ୍କ କାର୍ ଦୁର୍ଘଟଣାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଅନୁମାନ କରାଯାଇପାରିବ ଯେ ଦୁର୍ଘଟଣା କେତେ ଗୁରୁତର ହୋଇଥିବ ।
ତାମିଲ ଅଭିନେତ୍ରୀ ୟାଶିକା ଆନନ୍ଦ ନିଜ ବୋଲ୍ଡ ଓ ଗ୍ଲାମରସ୍ ଷ୍ଟାଇଲ୍ ପାଇଁ ଖୁବ୍ କମ୍ ସମୟରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସାମିଲ ହୋଇପାରିଛନ୍ତି । ବର୍ତ୍ତମାନ ତାଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ । ଫିଲ୍ମ ବ୍ୟତୀତ ସେ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍ ସକ୍ରିୟ ରୁହନ୍ତି ।
ୟାଶିକାଙ୍କ ଇନଷ୍ଟାଗ୍ରାମରେ ୨୫ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ତାଙ୍କ ବୋଲ୍ଡ ଫଟୋକୁ ନେଇ ସମସ୍ତେ ଦିୱାନା । ୨୦୧୮ରେ ସେ ତାମିଲ ଟିଭିର ଲୋକପ୍ରିୟ ରିୟାଲିଟି ଶୋ ‘ବିଗ୍ ବସ’ର ଦ୍ବିତୀୟ ସିଜନରେ ପ୍ରତିଯୋଗୀ ରୂପେ ନଜର ଆସିଥିଲେ । ଚଳିତ ବର୍ଷ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଭିନେତ୍ରୀ ଫ୍ୟାନ୍ସଙ୍କୁ ସରପ୍ରାଇଜ୍ ଦେଇ ଜଣାଇଥିଲେ ତାଙ୍କ ଆଗାମୀ ଫିଲ୍ମ ବିଷୟରେ । ସେ ଖୁବଶୀଘ୍ର ‘ସଲଫର’ (Sulphur) ଫିଲ୍ମରେ ନଜର ଆସିବେ । ଫିଲ୍ମର ଫାଷ୍ଟ ଲୁକ୍ ପୋଷ୍ଟର ଜାରି କରିଥିଲେ ସେ । ଏହି ଫିଲ୍ମରେ ସେ ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।