ହିନ୍ଦୀ କହିବାରୁ ରାସ୍ତା ମଝିରେ ମହିଳାଙ୍କୁ ଓହ୍ଲାଇଦେଲେ ଡ୍ରାଇଭର

Auto Driver Video Viral: କନ୍ନଡ଼ କୁହ, ନହେଲେ ଗାଡ଼ିରୁ ଓହ୍ଲାଅ..ହିନ୍ଦୀରେ କଥା ହୋଇ ହଇରାଣ ହେଲେ ମହିଳା ଯାତ୍ରୀ।

ହଇରାଣ ହେଲେ ମହିଳା ଯାତ୍ରୀ

ହଇରାଣ ହେଲେ ମହିଳା ଯାତ୍ରୀ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Viral Video: ହିନ୍ଦୀ କହିବାରୁ ରାସ୍ତା ମଝିରେ ମହିଳାଙ୍କୁ ଓହ୍ଲାଇ ଦେଲେ ଅଟୋ ଡ୍ରାଇଭର। ଡ୍ରାଇଭର ଏତେ ରାଗି ଯାଇଥିଲେ ଯେ ସେ ମହିଳା ଯାତ୍ରୀଙ୍କୁ ରାସ୍ତା ମଝିରେ ଛାଡି ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳାଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଡ୍ରାଇଭର ଜଣଙ୍କ ମହିଳାଙ୍କୁ କହୁଛନ୍ତି ଯେ ଏହା ଆମର ଜମି, ତୁମର ନୁହେଁ। ଏଠି ତମକୁ କନ୍ନଡ କଥା କହିବାକୁ ପଡିବ। ଏହି ଭିଡିଓରେ ଲୋକମାନେ ତୀବ୍ର ପ୍ରତିକ୍ରିୟା କରୁଛନ୍ତି।

ଭାଇରାଲ ଭିଡିଓରେ ଡ୍ରାଇଭର ଜଣଙ୍କ ସ୍ଥାନୀୟ ଭାଷାରେ ଅଟୋରେ ବସିଥିବା ମହିଳାଙ୍କୁ ଅସଦାଚରଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରେ ଅଟୋ ଡ୍ରାଇଭର କହୁଛନ୍ତି, ତୁମକୁ କନ୍ନଡରେ କଥା ହେବାକୁ ପଡିବ। ଯେତେବେଳେ ମହିଳା ଜଣଙ୍କ କହୁଛନ୍ତି ତାଙ୍କୁ କନ୍ନଡ଼ ଜଣା ନାହିଁ, ଅଟୋ ଡ୍ରାଇଭର କ୍ରୋଧିତ ହୋଇ ଓହ୍ଲାଇବାକୁ କହୁଛନ୍ତି। ମହିଳା ଜଣକ ଅଟୋରୁ ଓହ୍ଲାଇପଡୁଛନ୍ତି।

ଏହି ଭିଡିଓ Anonymous ଟ୍ୱିଟର ହ୍ୟାଣ୍ଡେଲ ସହିତ ସେୟାର କରାଯାଇଛି।  ଯେଉଁଥିରେ କ୍ୟାପସନରେ ଲେଖାଯାଇଛି, 'ଉତ୍ତର ଭାରତୀୟ-ଭିକାରୀ, ଆମ ଜମି' ଏହି ଶବ୍ଦଗୁଡିକ ଅଟୋ ଡ୍ରାଇଭର ବ୍ୟବହାର କରିଛନ୍ତି ଓ ଏହା କେବଳ ଏହି ଡ୍ରାଇଭର ନୁହେଁ ସେଠାକାର ଲୋକଙ୍କ ମାନସିକତା। କର୍ଣ୍ଣାଟକର ହୋଇ ଗର୍ବ ଅନୁଭବ କରିବା ଏବଂ ଅନ୍ୟମାନଙ୍କୁ କନ୍ନଡ ଭାଷା କହିବା ପାଇଁ ବାଧ୍ୟ କରିବା ସମ୍ପୂର୍ଣ୍ଣ ଭିନ୍ନ ଅଟେ।

ଭାଇରାଲ୍ ଭିଡିଓ କେବେ ଓ କେଉଁଠୁ ଆସିଛି ତାହା ଦାବି କରାଯାଇପାରିବ ନାହିଁ। କିନ୍ତୁ ଭିଡିଓ ଭାଇରାଲ ହେବା ପରେ ଉପଭୋକ୍ତାମାନେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

କିଛି ଉପଭୋକ୍ତା କର୍ଣ୍ଣାଟକ ଓ ସେଠାରେ ଥିବା ଲୋକଙ୍କ ସହିତ ସେମାନଙ୍କର ଆଚରଣ ବିଷୟରେ କହିଥିଲେ।।ଆଉ କେହି କେହି ତାଙ୍କର କର୍ଣ୍ଣାଟକ ଅନୁଭୂତି ବାଣ୍ଟିଛନ୍ତି।
Published by:Soumya Das
First published: