ଆଫଗାନିସ୍ତାନ: ତାଲିବାନଙ୍କଠାରୁ ବଞ୍ଚିବା ପାଇଁ ବିନା ବ୍ୟାଗରେ ଧାଉଁଛନ୍ତି ଲୋକ; ଜାଣନ୍ତୁ ସେଠାକାର ସ୍ଥିତି

ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଲଗେଜ ବିନା ଏୟାର ପୋର୍ଟକୁ ପଳାଇ ଆସୁଛନ୍ତି। ଆଫଗାନିସ୍ତାନର ବର୍ତ୍ତମାନର ୧୦ଟି ବଡ଼ ଖବର ବାବଦରେ ଜାଣନ୍ତୁ।

ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି ଲୋକ (ପ୍ରତୀକାତ୍ମକ ଛବି)

ଜୀବନ ବଞ୍ଚାଇବାକୁ ଦୌଡ଼ୁଛନ୍ତି ଲୋକ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ଫେରି ଆସିଛି। ତାଲିବାନ ରବିବାର ଦିନ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନକୁ ନିୟନ୍ତ୍ରଣ କରିଥିଲା। ରାଷ୍ଟ୍ରପତି ଅଶରଫ ଘନି ଓ ଉପରାଷ୍ଟ୍ରପତି ଅମିରୁଲ୍ଲା ସାଲେହ ଦେଶ ଛାଡ଼ି ପଳାଇଛନ୍ତି।  ଅବସ୍ଥା ଖରାପ ହେତୁ ଲୋକମାନେ ସ୍ଥାନାନ୍ତରିତ ହେଉଛନ୍ତି। ଦେଶ ଛାଡ଼ିବାର ଏକମାତ୍ର ଉପାୟ ହେଉଛି କାବୁଲ ବିମାନବନ୍ଦର। ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଲଗେଜ ବିନା ଏୟାର ପୋର୍ଟକୁ ପଳାଇ ଆସୁଛନ୍ତି। ଆଫଗାନିସ୍ତାନର ବର୍ତ୍ତମାନର ୧୦ଟି ବଡ଼ ଖବର ବାବଦରେ ଜାଣନ୍ତୁ।

ତାଲିବାନ ଲୋକଙ୍କୁ ଅଗଷ୍ଟ ୧୭ ସକାଳ ୮ଟା ପର୍ଯ୍ୟନ୍ତ ଘର ଭିତରେ ରହିବାକୁ କହିଛି। କାବୁଲ ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ମଧ୍ୟ ବନ୍ଦ କରାଯାଇଛି, କେବଳ ସାମରିକ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି।

କାବୁଲରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ଦେଶ ଛାଡ଼ିବାକୁ ତରବରିଆ ଭାବେ ବ୍ୟାଙ୍କରୁ ଟଙ୍କା ଉଠାଉଛନ୍ତି। ଭିସା ପାଇବା ପାଇଁ ଅନେକ ଲୋକ ନିଜ ନିଜ ଦେଶର ଦୂତାବାସକୁ ଘେରି ରହିଛନ୍ତି।

ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ଏବେ କାବୁଲରେ ଅଛନ୍ତି।  ଦୋହାରେ ଏକ ବୈଠକ ହେବ। ଏହା ପରେ ମୁଲ୍ଲା ଅବଦୁଲ ଘନି ଆଫଗାନିସ୍ତାନକୁ ତାଲିବାନ ସରକାରଙ୍କ ନେତୃତ୍ୱକୁ ଦେଇପାରିବେ।

ତାଲିବାନର ମୁଖପାତ୍ର ରାଷ୍ଟ୍ରପତି ଭବନରୁ ଏକ ସାକ୍ଷାତକାର ଦେଇଛନ୍ତି। ରାଷ୍ଟ୍ରପତି ଅସରଫ ଘନି ଓ କୂଟନୀତିଜ୍ଞମାନେ ଦେଶ ଛାଡ଼ିବା କଥା ତାଲିବାନ କହିଛି।  ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନକୁ ଏକ ଇସଲାମିକ ଏମିରେଟ କରିବ।

ଆମେରିକା ପ୍ରାୟ ୬୦୦୦ ସୈନିକଙ୍କୁ କାବୁଲ ବିମାନବନ୍ଦରରେ ନିୟୋଜିତ କରିଛି ଯାହା ଦ୍ୱାରା ଆମେରିକୀୟ ନାଗରିକମାନଙ୍କୁ ବିନା କୌଣସି ଅସୁବିଧାରେ ସ୍ଥାନାନ୍ତର କରାଯାଇପାରିବ।

ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ମଧ୍ୟ ଚେଷ୍ଟା କରୁଛି। ରବିବାର ଦିନ ୧୨୦ ଜଣ ନାଗରିକ ସ୍ୱତନ୍ତ୍ର ବିମାନ ଯୋଗେ କାବୁଲରୁ ନୂଆଦିଲ୍ଲୀ ଫେରିଥିଲେ। କାବୁଲରୁ କର୍ମଚାରୀଙ୍କୁ ଡାକିବାକୁ ମଧ୍ୟ ଭାରତ ନିଷ୍ପତ୍ତି ନେଇଛି।

ବ୍ରିଟେନ, ଫ୍ରାନ୍ସ ଓ ଅନ୍ୟାନ୍ୟ ଦେଶ ମଧ୍ୟ ସେମାନଙ୍କର ସୈନ୍ୟମାନଙ୍କୁ ସେମାନଙ୍କ ଦୂତାବାସ, ବିମାନବନ୍ଦରରେ ନିୟୋଜିତ କରିଛନ୍ତି।  ସମସ୍ତେ ନିଜ ଦୂତାବାସରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସେମାନଙ୍କ ପରିବାରକୁ ଯଥାଶୀଘ୍ର ଆଫଗାନିସ୍ତାନରୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି।

ଅନ୍ୟପକ୍ଷରେ ଋଷିଆ ଓ ଚୀନର ଦୂତାବାସମାନେ ବର୍ତ୍ତମାନ ସୁଦ୍ଧା ଏଭଳି ଉଦ୍ୟମ କରୁଥିବା ପରି ମନେ ହେଉନାହିଁ।  ଋଷିଆ ମଧ୍ୟ ସ୍ପଷ୍ଟ ଭାବେ ଘୋଷଣା କରିଛି ଯେ ସେ ଦେଶ ଛାଡ଼ିବାକୁ ଇଚ୍ଛା କରୁନାହିଁ।

ଏହି ସମୟରେ ତାଲିବାନ ଘୋଷଣା କରିଛି ଯେ ଲୋକମାନେ ଶାନ୍ତି ବଜାୟ ରଖିବା ଉଚିତ, କେହି ଦେଶ ଛାଡ଼ିବାକୁ ଚେଷ୍ଟା କରିବା ଉଚିତ ନୁହେଁ। ତାଲିବାନ କହିଛି ଯେ ସେମାନଙ୍କ ସୈନ୍ୟମାନେ କାହାକୁ ହଇରାଣ କରିବେ ନାହିଁ।  ଜବରଦସ୍ତ କାହାର ଘରେ ପ୍ରବେଶ କରିବେ ନାହିଁ। କିନ୍ତୁ ବର୍ତ୍ତମାନ ଦେଶରେ ଶରିଆ ଆଇନ ପ୍ରଯୁଜ୍ୟ ହେବ।
Published by:Soumya Das
First published: