ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହେଲେ; ତାଙ୍କୁ ଆପୋଲୋ ହସପିଟାଲରେ ଭର୍ତ୍ତି କରାଗଲା
ଏହି ମାସ ପ୍ରଥମ ସପ୍ତାହରେ ଜିମରେ ବ୍ୟାୟାମ କରିବା ସମୟରେ ଗାଙ୍ଗୁଲିଙ୍କୁ ହୃଦଘାତ ହୋଇଥିଲା । ଡାକ୍ତରଖାନାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରିବାକୁ ପଡିଥିଲା ଓ ତାଙ୍କ ହୃଦୟରେ ଏକ ଷ୍ଟେଣ୍ଟ ଲଗାଯାଇଥିଲା ।

ସୌରଭ ଗାଙ୍ଗୁଲି (ଫାଇଲ୍ ଫଟୋ)
- News18 Odia
- Last Updated: January 27, 2021, 3:32 PM IST
ନୂଆ ଦିଲ୍ଲୀ: ବିସିସିଆଇର (BCCI) ସଭାପତି ତଥା ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇଯାଇଛି । ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗାଙ୍ଗୁଲି ନିଜ ଛାତିରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିଛି ଦିନ ତଳେ ମଧ୍ୟ ସେ ହୃଦଘାତ ହେତୁ (Ganguly heart attack) ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜାନୁଆରୀ ୨ରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ପ୍ରାୟ ପାଞ୍ଚ ଦିନ ରହି ଚିକିତ୍ସିତ ହେବା ପରେ ଭଲ ହୋଇ ୭ ଜାନୁଆରୀରେ ଡିସଚାର୍ଜ ହୋଇଥିଲେ ।
ଏହା ବି ପଢ଼ନ୍ତୁ | ଫେସବୁକରେ ଲାଇଭ୍ ଆତ୍ମହତ୍ୟା କଲେ ଢେଙ୍କାନାଳ ଯୁବକ; ଭାଉଜ ଓ ଅନ୍ୟମାନଙ୍କୁ ଦୋଷ ଦେଲେ

ନିଜ ଝିଅ ସାନା ସହ ସୌରଭ ଗାଙ୍ଗୁଲି (ଫାଇଲ୍ ଫଟୋ)
#Breaking
सौरव गांगुली की तबियत एक बार फिर बिगड़ी, अपोलो अस्पताल में भर्ती#SauravGanguly pic.twitter.com/rwor6ARoUK
— @HindiNews18 (@HindiNews18) January 27, 2021
ଉଡଲାଣ୍ଡ୍ ହସପିଟାଲ୍ର ୧୩ ଜଣ ଡାକ୍ତରଙ୍କ ଦ୍ୱାରା ଗାଙ୍ଗୁଲିଙ୍କ ଚିକିତ୍ସା କରାଯାଇଥିଲା । ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦେବୀ ଶେଟ୍ଟୀ (Dr Devi Shetty) ଡାକ୍ତରମାନଙ୍କ ଟିମ୍ ସହିତ ସାକ୍ଷାତ କରିବା ପରେ ଏହା ବି କହିଥିଲେ ଯେ ସେ ଗାଙ୍ଗୁଲି ଏଣିକି ବିନା କୌଣସି ଅସୁବିଧାରେ ମାରାଥନରେ ବି ଅଂଶଗ୍ରହଣ କରିପାରିବେ, ବିମାନ ଉଡ଼ାଇ ପାରିବେ ଓ ନିଜର ପ୍ରତ୍ୟେକ ସ୍ୱପ୍ନ ଓ ଇଚ୍ଛା ପୂରଣ କରିପାରିବେ ।
‘‘ଯଦି ସେ ଚାହାଁନ୍ତି, ସେ କ୍ରିକେଟ୍ ମଧ୍ୟ ଖେଳିପାରିବେ । ଏପରିକି ସେ ଜଣେ ସାଧାରଣ ବ୍ୟକ୍ତି ପରି ବ୍ୟାୟାମ ବି କରିପାରିବେ,’’ କହିଥିଲେ ଡଃ ଦେବୀ ଶେଟ୍ଟୀ ।