IND VS AUS: ଟିମ୍ ଇଣ୍ଡିଆର ଖେଳ ଦେଖି ସୌରଭ ଗାଙ୍ଗୁଲି ଖୁବ୍ ଖୁସି; କହିଲେ ‘ଏବେ ସିରିଜ୍ ଜିତ’

ସିଡନୀ ଟେଷ୍ଟ ଡ୍ର ହେଲେ ବି ଏହା ଏକ ପ୍ରକାରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ବୋଲି କୁହାଯିବ । ସିଡନୀ ଟେଷ୍ଟକୁ ରକ୍ଷା କରିବାକୁ ଟିମ୍ ଇଣ୍ଡିଆ ଚତୁର୍ଥ ଇନିଂସରେ ୧୩୧ ଓଭର ଖେଳିଥିଲା, ଯାହା ଅଷ୍ଟ୍ରେଲିଆ ମାଟିରେ କୌଣସି ଏସୀୟ ଦଳର ସର୍ବୋତ୍ତମ ପ୍ରଦର୍ଶନ ଥିଲା ।

IND VS AUS: ଟିମ୍ ଇଣ୍ଡିଆର ଖେଳ ଦେଖି ସୌରଭ ଗାଙ୍ଗୁଲି ଖୁବ୍ ଖୁସି; କହିଲେ ‘ଏବେ ସିରିଜ୍ ଜିତ’
ସୌରଭ ଗାଙ୍ଗୁଲି; (ଡାହାଣ) ସିଡନୀ ଟେଷ୍ଟରେ ଭାରତର ଦୁଇ ତାରକା
  • News18 Odia
  • Last Updated: January 11, 2021, 6:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ (Sourav Ganguly) ନିକଟରେ ହୃଦଘାତ ହୋଇଥିଲା । ସେ ଏବେ ଅସୁସ୍ଥ ଥିବା ସତ୍ତ୍ୱେ ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆର ବ୍ୟାଟିଂକୁ ଉପଭୋଗ କରିଥିଲେ । ସିଡନୀ ଟେଷ୍ଟର ପଞ୍ଚମ ଦିନରେ ଟିମ୍ ଇଣ୍ଡିଆ ଦ୍ୱାରା ଖେଳାଯାଇଥିବା ସାହସିକ ମ୍ୟାଚ୍ ଡ୍ର ହୋଇଥିଲା । ଏହା ସୌରଭ ଗାଙ୍ଗୁଲିଙ୍କୁ ଖୁସି ଆଣିଦେଇଥିଲା ।

ଟିମ୍ ଇଣ୍ଡିଆର ବିଶେଷ ପ୍ରଦର୍ଶନ ଦେଖିବା ପରେ ସୌରଭ ଗାଙ୍ଗୁଲି କହିଛନ୍ତି ଯେ ବର୍ତ୍ତମାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବାର ସମୟ ଆସିଛି । ସୌରଭ ଗାଙ୍ଗୁଲି ନିଜ ଟ୍ୱିଟରେ ଚେତେଶ୍ୱର ପୂଜାରା, ଋଷଭ ପନ୍ତ ଓ ଆର୍‌. ଅଶ୍ୱିନଙ୍କୁ ପ୍ରଶଂସା କରିଛନ୍ତି । ଗାଙ୍ଗୁଲି କହିଛନ୍ତି ଯେ ଏହି ଖେଳାଳିମାନେ ନିଜ ଟେଷ୍ଟ ଦଳରେ ଥିବା ଖେଳର ପରାକାଷ୍ଠା ସମସ୍ତଙ୍କୁ ଦେଖାଇଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ସିଡନୀ ଟେଷ୍ଟ ଡ୍ର ହେବା ପରେ ସୌରଭ ଗାଙ୍ଗୁଲି ଏକ ଟ୍ୱିଟ୍ କରି କହିଛନ୍ତି, ‘‘ଆଶା କରୁଛି ଯେ ଆମ କ୍ରିକେଟ୍ ଦଳରେ ପନ୍ତ, ପୂଜାରା ଓ ଅଶ୍ୱିନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆମେ ସମସ୍ତେ ଅବଗତ ହୋଇସାରିଛୁ । ଟେଷ୍ଟ କ୍ରିକେଟରେ ଖୁବ୍‌ ଭଲ କ୍ୱାଲିଟିର ବୋଲିଂ ସାମନାରେ ୩ ନମ୍ବରରେ ବ୍ୟାଟିଂ କରିବା ସବୁ ବେଳେ ସହଜ ନୁହେଁ । ପାଖାପାଖି ୪୦୦ ଟେଷ୍ଟ ୱିକେଟ୍ ଖାଲିଖାଲି ସେମିତି ମିଳେ ନାହିଁ । ଖୁବ୍‌ ଭଲ ଖେଳିଲ, ଟିମ୍ ଇଣ୍ଡିଆ । ଏବେ ସିରିଜ୍ ଜିତିବାର ସମୟ ଆସିଛି ।’’

ଏହା ବି ପଢ଼ନ୍ତୁ | ମାହାଙ୍ଗା ଡବଲ୍ ମର୍ଡ଼ର: ‘‘ତାଙ୍କ ଦି ପୁଅ ମୋତେ ନଙ୍ଗଳା କରି ମାଇଲେ ବୋଲି ମୁଁ ତାଙ୍କୁ ମାରିଦେଲି’’



ସିଡନୀ ଟେଷ୍ଟ ପରେ ସଚିନ ତେନ୍ଦୁଲକର ମଧ୍ୟ ଟିମ୍ ଇଣ୍ଡିଆକୁ ଅଭିବାଦନ ଜଣାଇଛନ୍ତି । ସଚିନ୍ ଟ୍ୱିଟ୍ କରି ଲେଖିଛନ୍ତି, ‘‘ଟିମ୍ ଇଣ୍ଡିଆ ପ୍ରତି ମୋ’ର ଗର୍ବ ହେଉଛି । ବିଶେଷକରି ଋଷଭ ପନ୍ତ, ଚେତେଶ୍ୱର ପୂଜାରା, ରବିଚନ୍ଦ୍ରନ ଅଶ୍ୱିନ ଓ ହନୁମା ବିହାରୀ ଜବରଦସ୍ତ ଖେଳ ଖେଳିଛନ୍ତି । କେଉଁ ଦଳର ଡ୍ରେସିଂ ରୁମରେ ଉତ୍ସାହ ଚରମରେ ଥିବା ତାହା ଆପଣ ଅନୁମାନ କରିବାରୁଛନ୍ତି କି?’’

ଏହା ବି ପଢ଼ନ୍ତୁ | ନୟାଗଡ଼ ନାବାଳିକାର ହତ୍ୟା ଅଭିଯୁକ୍ତ ନାବାଳକ ବୋଲି ପ୍ରମାଣିତ ହେଲା; ତା ନାର୍କୋ ଟେଷ୍ଟ୍ ହେବନି



ଟିମ୍ ଇଣ୍ଡିଆର ପ୍ରଦର୍ଶନରେ ଭିଭିଏସ୍ ଲକ୍ଷ୍ମଣ ବି ବହୁତ ଖୁସି ହୋଇଛନ୍ତି । ସେ ଲେଖିଛନ୍ତି, ‘‘ଟିମ୍ ଇଣ୍ଡିଆ କି ଚମତ୍କାର ପ୍ରଦର୍ଶନ କଲା! ଜବରଦସ୍ତ ବାତାବରଣ, ଆଘାତ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଖୁବ୍‌ ଉତ୍ତମ ପ୍ରଦର୍ଶନ ।’’

ଏହା ବି ପଢ଼ନ୍ତୁ | ଯାଜପୁର: ଅପହରଣକାରୀଙ୍କ କବଳରୁ ଖସିଲା ସ୍କଲ୍ ଛାତ୍ର; ଶିଶୁ କନ୍ୟା ପିହୁ ଏବେ ବି ନିଖୋଜ

ସିଡନୀ ଟେଷ୍ଟ ହୁଏତ ଡ୍ର ହୋଇଥାଇପାରେ, କିନ୍ତୁ ଏହା ଏକ ପ୍ରକାରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ବୋଲି ବିବେଚନା କରାଯିବ । ସିଡନୀ ଟେଷ୍ଟକୁ ରକ୍ଷା କରିବା ପାଇଁ ଟିମ୍ ଇଣ୍ଡିଆ ଚତୁର୍ଥ ଇନିଂସରେ ୧୩୧ ଓଭର ଖେଳିଥିଲା, ଯାହା ଅଷ୍ଟ୍ରେଲିଆ ମାଟିରେ କୌଣସି ଏସୀୟ ଦଳର ସର୍ବୋତ୍ତମ ପ୍ରଦର୍ଶନ ଥିଲା । ଚତୁର୍ଥ ଇନିଂସରେ ଏତେ ସମୟ ପର୍ଯ୍ୟନ୍ତ କୌଣସି ଏସୀୟ ଦଳ ଅଷ୍ଟ୍ରେଲିଆରେ ତିଷ୍ଠି ପାରି ନାହିଁ ।



ସିଡନୀ ଟେଷ୍ଟ ଡ୍ର ହେବା ପରେ ସିରିଜ ୧-୧ରେ ରହିଛି । ଏହା ପରେ ବ୍ରିସବେନରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ଏହି ସିରିଜର ବିଜେତା କିଏ ହେଉଛି ତାହା ଜଣାପଡ଼ିବ ।
Published by: Anand Shankar Thankur Das
First published: January 11, 2021, 6:16 PM IST
corona virus btn
corona virus btn
Loading