ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Sourav Ganguly Health Update: ସୌରଭ ଗାଙ୍ଗୁଲି ସମ୍ପୂର୍ଣ୍ଣ ଭାବେ ଫିଟ୍, ହସ୍ପିଟାଲରୁ ଡିସଚାର୍ଜ ହେଲେ

Sourav Ganguly Health Update: ସୌରଭ ଗାଙ୍ଗୁଲି ସମ୍ପୂର୍ଣ୍ଣ ଭାବେ ଫିଟ୍, ହସ୍ପିଟାଲରୁ ଡିସଚାର୍ଜ ହେଲେ

Sourav Ganguly Health Update: ଉଡଲାଣ୍ଡସ ହସ୍ପିଟାଲ କହିଛି ଯେ ସୌରଭ ଗାଙ୍ଗୁଲି ଭଲ ଅଛନ୍ତି ଓ ତାଙ୍କ ଛାତିରେ ଯନ୍ତ୍ରଣା ନାହିଁ ।

Sourav Ganguly Health Update: ସୌରଭ ଗାଙ୍ଗୁଲି ସମ୍ପୂର୍ଣ୍ଣ ଭାବେ ଫିଟ୍, ହସ୍ପିଟାଲରୁ ଡିସଚାର୍ଜ ହେଲେ
ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଡିସଚାର୍ଜ ହେଲେ
  • News18 Odia
  • Last Updated: January 7, 2021, 12:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡର (BCCI) ସଭାପତି ତଥା ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ଅବସ୍ଥା ସ୍ଥିର ରହିଛି । ଆଜି ତାଙ୍କୁ ଉଡଲାଣ୍ଡସ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଗତ ସପ୍ତାହରେ ସାମାନ୍ୟ ହୃଦଘାତ ପରେ ଗାଙ୍ଗୁଲିଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ହସ୍ପିଟାଲର ଅଧିକାରୀ କହିଥିଲେ ଯେ ଗାଙ୍ଗୁଲିଙ୍କୁ ବୁଧବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯିବାର ଥିଲା କିନ୍ତୁ ସେ ଏଠାରେ ଆଉ ଗୋଟିଏ ଦିନ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଡାକ୍ତରମାନେ କହିଛନ୍ତି, ଗାଙ୍ଗୁଲି ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି
ଉଡଲାଣ୍ଡସ ହସ୍ପିଟାଲର ଏମଡି ତଥା ସିଇଓ ଡକ୍ଟର ରୁପାଲି ବସୁ ବୁଧବାର କହିଛନ୍ତି ଯେ ଗାଙ୍ଗୁଲି କ୍ଲିନିକାଲ୍ ଫିଟ୍ । ସେ ଭଲ ଭାବେ ଶୋଇଛନ୍ତି ଓ ଖାଦ୍ୟ ମଧ୍ୟ ଖାଇଛନ୍ତି । ସେ ଆଉ ଦିନେ ହସ୍ପିଟାଲରେ ରହିବାକୁ ଚାହୁଁଛନ୍ତି । ତେଣୁ ସେ ଆସନ୍ତାକାଲି ଘରକୁ ଯିବେ । ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । "ହସ୍ପିଟାଲ ସୂତ୍ରରୁ ଜଣାପଡିଛି ଯେ ଗାଙ୍ଗୁଲିଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିବାର ଔପଚାରିକତା ସମାପ୍ତ ହୋଇଛି ଓ ତାଙ୍କୁ ଓ ପରିବାର ସଦସ୍ୟଙ୍କୁ ତାଙ୍କ ଔଷଧ ବିଷୟରେ ଅବଗତ କରାଯାଇଛି ଯାହା ତାଙ୍କୁ ଘରକୁ ଫେରିବା ପରେ ନେବାକୁ ପଡିବ ।

ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେ ଭଲ ଅଛନ୍ତି, ତାଙ୍କର ଛାତିରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ଜଟିଳତା ନାହିଁ । ଆମର ଡାକ୍ତର ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି । ହସ୍ପିଟାଲର ଡାକ୍ତରମାନେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବେ । ସୂତ୍ରରୁ ପ୍ରକାଶ ଯେ ଗାଙ୍ଗୁଲି ଚାହୁଁଛନ୍ତି ଯେ ହସ୍ପିଟାଲ ଓ ତାଙ୍କ ବେହାଲା ନିବାସରେ ସମର୍ଥକଙ୍କ ଭିଡ ନ ହେଉ ।

ଶନିବାର ଦିନ ଗାଙ୍ଗୁଲିଙ୍କ ରିପୋର୍ଟରେ ହୃଦୟ ସହିତ ଜଡିତ ଏକ 'ଟ୍ରିପଲ୍ ବେଶେଲ ଡ଼ିଜିଜି' ଦେଖା ଯାଇଥିଲା । ତାଙ୍କ ହୃଦୟରେ ତିନୋଟି କରୋନାରୀ ଧମନୀ ଅବରୋଧିତ ହୋଇଥିଲା । ତାଙ୍କର ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି ପରେ ହେବାର ସମ୍ଭାବନା ଅଛି ।

ହୃଦଘାତରୁ କୌଣସି କ୍ଷତି ହୋଇନାହିଁ
ମଙ୍ଗଳବାର ଦିନ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପରେ ବିଶିଷ୍ଟ ହୃଦ୍‌ରୋଗ ବିଶେଷଜ୍ଞ ଡକ୍ଟର ଦେବୀ ଶେଟ୍ଟୀ କହିଛନ୍ତି ଯେ ହୃଦଘାତ ତାଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି କ୍ଷତି ପହଞ୍ଚାଇ ନାହିଁ। ଉଡଲାଣ୍ଡସ ହସ୍ପିଟାଲରେ ଗାଙ୍ଗୁଲିଙ୍କୁ ଚିକିତ୍ସା କରୁଥିବା ୧୩ ଡାକ୍ତରଙ୍କ ଏକ ଟିମ୍ ସହିତ କଥା ହେବା ପରେ ଡକ୍ଟର ଶେଟ୍ଟୀ କହିଛନ୍ତି ଯେ ଗାଙ୍ଗୁଲି ଶୀଘ୍ର ସୁସ୍ଥ ରହିବେ କାରଣ ତାଙ୍କ ହୃଦୟ ସମାନ ଭାବରେ କାମ କରୁଛି ଯେପରି ୨୦ବର୍ଷ ବୟସରେ କାମ କରୁଥିଲା ।
Published by: Jagdish Barik
First published: January 7, 2021, 12:17 PM IST