ସୋନୁ ସୁଦ ଏବେ କଲେଜ ଛାତ୍ରମାନଙ୍କୁ ସାହାଯ୍ୟ କରିବେ; ଛାତ୍ରବୃତ୍ତି ଦେବା ପାଇଁ କଲେ ଘୋଷଣା

ସୋନୁ ସୁଦ ବର୍ତ୍ତମାନ କଲେଜ ଛାତ୍ରମାନଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଛାତ୍ରବୃତ୍ତି ପାଇଁ ଏହି କାର୍ଯ୍ୟ କରିବାକୁ ହେବ ।

ସୋନୁ ସୁଦ ଏବେ କଲେଜ ଛାତ୍ରମାନଙ୍କୁ ସାହାଯ୍ୟ କରିବେ; ଛାତ୍ରବୃତ୍ତି ଦେବା ପାଇଁ କଲେ ଘୋଷଣା
ସୋନୁ ସୁଦ (ଫାଇଲ ଫଟୋ)
  • News18 Odia
  • Last Updated: September 12, 2020, 9:14 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କର ଉତ୍ତମ କାର୍ଯ୍ୟ ଯୋଗୁଁ ଲଗାତାର ଖବରରେ ରହିଥାନ୍ତି । ସେ ପ୍ରକୃତ ଜୀବନ ହିରୋ ନାମରେ ପ୍ରସିଦ୍ଧ ହୋଇ ସାରିଛନ୍ତି । ଲକଡାଉନ ସମୟରେ ସେ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିଥିଲେ । ଆଜି ବି ସେ ସାହାଯ୍ୟ ଲୋଡୁଥିବା ଅଭାବୀ ଲୋକଙ୍କୁ ସାହାଯ୍ୟ କରିବାକୁ ପଛାଉ ନାହାନ୍ତି । ସମାନ କାରଣରୁ ପୁଣି ଥରେ ସୋନୁ ସୁଦ ଜବରଦସ୍ତ ଚର୍ଚ୍ଚାରେ ଆସିଛନ୍ତି । ବର୍ତ୍ତମାନ ସୋନୁ ସୁଦ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଘୋଷଣା କରିଛନ୍ତି ଯେ ସେ ଅଭାବୀ ଛାତ୍ରମାନଙ୍କୁ ସେମାନଙ୍କର ପାଠ ପଢ଼ିବାରେ ସାହାଯ୍ୟ କରିବେ ।

ସୋନୁ ସୁଦ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି । ଯାହା ଛାତ୍ରମାନଙ୍କ ପାଇଁ ଆରମ୍ଭ ହୋଇଥିବା ଛାତ୍ରବୃତ୍ତିର ଲଞ୍ଚର ପୋଷ୍ଟର । ଏଗୁଡ଼ିକ ମଧ୍ୟରେ ପ୍ରଥମ ଫଟୋରେ ଲେଖା ଅଛି - 'ମୁଁ ଅଭାବୀ ଛାତ୍ରମାନଙ୍କ ସମଗ୍ର କଲେଜ ଶିକ୍ଷାକୁ ସମର୍ଥନ କରିବାକୁ ଶପଥ ନେଉଛି' । ଏଥି ସହିତ ଦ୍ୱିତୀୟ ଫଟୋରେ ଅନେକ ପାଠ୍ୟକ୍ରମ ବିଷୟରେ କୁହାଯାଇଛି । ଏଠାରେ ଦେଖନ୍ତୁ ସୋନୁ ସୁଦ ଦ୍ୱାରା ସେୟାର ହୋଇଥିବା ପୋଷ୍ଟକୁ ।










View this post on Instagram





Hindustan Badhega Tabhi, Jab Padhenge Sabhi! My mother Prof.Saroj Sood always believed that everyone deserves an equal chance to a healthy happy future. So launching full scholarships for students on her name Prof.Saroj Sood scholarships today for higher education. I believe,financial challenges should not stop any one from reaching their full potential. Send in your entries at scholarships@sonusood.me (in next 10 days) and we will reach out to you.


A post shared by Sonu Sood (@sonu_sood) on






ଏଥି ସହିତ ସୋନୁ ସୁଦ ଏହି ପୋଷ୍ଟରେ ଲେଖିଛନ୍ତି - ହିନ୍ଦୁସ୍ତାନ ସେତେବେଳେ ବଢିବ ଯେତେବେଳେ ସମସ୍ତେ ପଢ଼ିବେ ! ମୋ ମା ପ୍ରଫେସର ସରୋଜ ସୁଦ ବିଶ୍ୱାସ କରୁଥିଲେ ଯେ ଏକ ସୁସ୍ଥ ଓ ସୁଖୀ ଭବିଷ୍ୟତ ପାଇଁ ସମସ୍ତେ ସମାନ ଅଧିକାର ପାଇବା ଉଚିତ୍ । ସେଥିପାଇଁ ମୁଁ ତାଙ୍କ ନାମରେ ଛାତ୍ରମାନଙ୍କ ପାଇଁ ସମ୍ପୂର୍ଣ୍ଣ ସ୍କଲାରସିପ୍-Prof.Saroj Sood scholarships ଆରମ୍ଭ କରୁଛି । ମୁଁ ବିଶ୍ୱାସ କରେ ଯେ ଆର୍ଥିକ ଅନାଟନ ଯୋଗୁଁ କେହିବି ସେମାନଙ୍କ ସ୍ୱପ୍ନକୁ ସାକାର କରିବାକୁ ପଛେଇ ନ ଯାନ୍ତୁ । ଆପଣଙ୍କର ଏଣ୍ଟ୍ରିଗୁଡିକ- scholarships@sonusood.me ପଠାନ୍ତୁ ଏବଂ (ପରବର୍ତ୍ତୀ 10 ଦିନରେ) ଆମେ ଆପଣଙ୍କ ପାଖରେ ପହଞ୍ଚିବୁ ।
Published by: Jagdish Barik
First published: September 12, 2020, 9:14 PM IST
corona virus btn
corona virus btn
Loading