ସୋନୁ ସୁଦ ୧୫୪ କିଲୋଗ୍ରାମ ଓଜନ ଲଦି ନିଜର ଶକ୍ତି ପ୍ରଦର୍ଶନ କଲେ; ପ୍ଲାଙ୍କ ଭିଡିଓ ଭାଇରାଲ
ସୋନୁ ସୁଦଙ୍କ (Sonu Sood) ଏକ ଭିଡିଓ ସୋସିଆଲ ମିଡିଆରେ (Social Media) ଜୋରଦାର ଭାଇରାଲ ହେଉଛି । ଏହା ଦେଖି ଆପଣ ସହମତ ହେବେ ଯେ ସୋନୁ ସୁଦ କେବଳ ମନ ଓ ହୃଦୟରୁ ଶକ୍ତିଶାଳୀ ନୁହଁନ୍ତି ବରଂ ତାଙ୍କ ଶରୀର ମଧ୍ୟ ବହୁତ ଶକ୍ତିଶାଳୀ ।

ସୋନୁ ସୁଦ ୧୫୪ କିଲୋଗ୍ରାମ ଓଜନ ଲଦି ନିଜର ଶକ୍ତି ଦେଖାଇଲେ
- News18 Odia
- Last Updated: March 30, 2021, 3:18 PM IST
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ (Sonu Sood) ଭାବମୂର୍ତ୍ତି ଗରିବଙ୍କ ମସିହା ପାଲଟି ସାରିଛି । ପ୍ରାୟତଃ ସୋନୁ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ହେଡଲାଇନରେ ରହିଥା’ନ୍ତି । କିନ୍ତୁ ଆଜି ସୋନୁଙ୍କୁ କାହାର ଜୀବନ ବଞ୍ଚାଇବା ପାଇଁ ଦିଆଯାଇଥିବା ସାହାଯ୍ୟ ବିଷୟରେ ନୁହେଁ, ବରଂ ତାଙ୍କ ଶରୀରର ଶକ୍ତିକୁ ନେଇ ଆଲୋଚନା କରାଯାଉଛି । ସୋନୁଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ (Sonu sood shared video) ସେୟାର କରିଛନ୍ତି । ଯାହା ସ୍ପଷ୍ଟ କରେ ଯେ ସୋନୁ କେବଳ ମନ ଓ ହୃଦୟରୁ ଶକ୍ତିଶାଳୀ ନୁହଁନ୍ତି ବରଂ ଶରୀର ସହିତ ମଧ୍ୟ ବହୁତ ଶକ୍ତିଶାଳୀ ।
Plank day.
Please don't try 🙏 pic.twitter.com/EUeyMalFEN
— sonu sood (@SonuSood) March 29, 2021

ସୋନୁ ସୁଦ ମଧ୍ୟ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଦେଖି ପ୍ରଶଂସକମାନେ ଜୋରଦାର କମେଣ୍ଟ ଓ ଲାଇକ କରୁଥିବା ଦେଖିବାକୁ ମିଳୁଛି । ଜଣେ ଲେଖିଛନ୍ତି, ' ଆମର ତ ସାଧାରଣ ପ୍ଲାଙ୍କ ସମ୍ଭବ ହେଉ ନାହିଁ । ଆଉ ଜଣେ ଲେଖିଛନ୍ତି ଯେ' 'କ୍ୟା ପିକ୍ ହେ' ଏହି ପିକ୍ ସାରା ବିଶ୍ୱରେ ଭାଇରାଲ୍ ହେବ '। ଏହି ଭିଡିଓରେ ଏହା ମଧ୍ୟ ଦେଖାଯାଇଛି ଯେ ସୋନୁ ଉପରେ ଚଢ଼ୁଥିବା ଉଭୟ ଲୋକ ପ୍ରାୟ ୧୫୪ କିଲୋଗ୍ରାମ ଭାରୀ ।