News18 Odia Digital
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଉଦାରତାର କାହାଣୀ ଏକ ଲମ୍ବା ତାଲିକାରେ ପରିଣତ ହୋଇଛି । ସୋନୁ ଜଣେ ଭଲ ଅଭିନେତା ସହ ଜଣେ ଭଲ ବ୍ୟକ୍ତି ମଧ୍ୟ । ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସେ ଜଣେ ମନୁଷ୍ୟର ସାହାଯ୍ୟରେ ପୁଣି ମାନବିକତା ଦେଖାଇଲେ । ସୋନୁଙ୍କୁ ଦେଖି ଜଣେ ବ୍ୟକ୍ତି ସାହାଯ୍ୟ ମାଗିବା ଆରମ୍ଭ କଲେ । ସୋନୁ ତାଙ୍କ ସମସ୍ୟାକୁ ଭଲ ଭାବରେ ଶୁଣିଥିଲେ ଓ ସାହାଯ୍ୟ କରିବାକୁ ପ୍ରତିଜ୍ଞା କରିଥିଲେ ।
ବାସ୍ତବରେ ସୋନୁ ସୁଦଙ୍କ ପ୍ରଶଂସକ ପେଜରେ ଆଉ ଏକ ଭିଡିଓ ଦେଖିବାକୁ ମିଳୁଛି । ଏହି ଭିଡିଓରେ ଏହା ଦର୍ଶାଉଛି ଯେ ଜଣେ ବ୍ୟକ୍ତି ସୋନୁଙ୍କ ନିକଟକୁ ଆସି ରେମେଡେସିଭିର ଇଞ୍ଜେକ୍ସନ ବିଷୟରେ କଥାବାର୍ତ୍ତା କରୁଛନ୍ତି । ଯେଉଁଥିରେ ସୋନୁ ତାଙ୍କୁ ତାଙ୍କର ଠିକଣା ଓ ଫୋନ୍ ନମ୍ବର ଦେବାକୁ କହୁଛନ୍ତି । ପ୍ରଶଂସକମାନେ ଏହି ଭିଡିଓ ଉପରେ କ୍ରମାଗତ ଭାବରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଓ ଲେଖିଛନ୍ତି, 'ଭଗବାନ ଆପଣଙ୍କ ପ୍ରତ୍ୟେକ ଉତ୍ତମ କାର୍ଯ୍ୟରେ ସର୍ବଦା ଆପଣଙ୍କ ସହିତ ରହିବେ, ଆପଣ ମହାନ ସାର୍' । ଏହା ବ୍ୟତୀତ ଅନେକ ଲୋକ ତାଙ୍କ ସହିତ ଆସିବାକୁ ଅନୁରୋଧ କରୁଛନ୍ତି ।
କରୋନା ଯୁଦ୍ଧରେ ଜିତିଥିବା ସୋନୁ ସୁଦ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଛନ୍ତି । ଅସୁସ୍ଥତା ମଧ୍ୟ ଅସହାୟ ଲୋକଙ୍କ ସାହାଯ୍ୟ କରିବାକୁ ତାଙ୍କୁ ଅଟକାଇ ପାରିଲା ନାହିଁ । ଆଜିକାଲି ସେ କରୋନା ରୋଗୀକୁ ସାହାଯ୍ୟ କରିବାରେ ନିରନ୍ତର ନିୟୋଜିତ ଅଛନ୍ତି । ନିକଟରେ ସୋନୁ ଟ୍ୱିଟ୍ କରି ଲୋକଙ୍କୁ କହିଥିଲେ, 'ଆପଣ ଆରାମ କରନ୍ତୁ, ମୋତେ ଟେଷ୍ଟ କରିବାକୁ ଦିଅ '। HealWell24 ଓ Krsnaa Diagnostics Pvt Ltd ସାଥିରେ ମାଗଣା କୋଭିଡ୍ ସହାୟତା ସହିତ ଆରମ୍ଭ ହେଉଛି । ସୋନୁ ସୁଦ ଏକ ଟେମ୍ପଲେଟ୍ ସାୟାର କରି ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ।
ସୋନୁ ସୁଦ ଯେଉଁ ମାଗଣାରେ କୋଭିଡ ସହାୟତା ଆରମ୍ଭ କରିଛନ୍ତି । ସେଥିରେ ଲୋକଙ୍କୁ ଘରୁ ସାହାଯ୍ୟ କରାଯାଉଛି । ଆପଣ ଜଣେ ଡାକ୍ତରଙ୍କ ସହିତ ପରାମର୍ଶ କରିପାରିବେ ଓ ଏଥିପାଇଁ ଏକ ଟ୍ରୋଲ୍ ଫ୍ରି ନମ୍ବର ଦିଆଯାଇଛି । ଏହା ବ୍ୟତୀତ ଆପଣ କ୍ୟାଭିଡ୍ ଟେଷ୍ଟ ମଧ୍ୟ କରିପାରିବେ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।