ସୋନୁ ସୁଦ ଟପ୍ ଗ୍ଲୋବାଲ୍ ଏସୀୟ ସେଲିବ୍ରିଟି ୨୦୨୦ ହେଲେ; ଦେଖନ୍ତୁ ତାଲିକାରେ ଆଉ କାହାର ନାମ ଅଛି
ବ୍ରିଟେନ ସ୍ଥିତ ଇଷ୍ଟର୍ନ ଆଇ ଖବରକାଗଜ ଦ୍ୱାରା ପ୍ରକାଶିତ ୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ସୋନୁ ସୁଦଙ୍କୁ (Sonu Sood) ଶୀର୍ଷ ସ୍ଥାନ ମିଳିଛି ।

ସୋନୁ ସୁଦ (ଫାଇଲ ଫଟୋ)
- News18 Odia
- Last Updated: December 10, 2020, 10:29 AM IST
ମୁମ୍ବାଇ: ବଲିଉଡ (Bollywood) ଅଭିନେତା ସୋନୁ ସୁଦଙ୍କ (Sonu Sood) ନାମ ସମସ୍ତଙ୍କ ମୁହଁରେ ରହିଥାଏ । ଲକଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ସାହାଯ୍ୟ କରିବାକୁ ହାତ ବଢ଼ାଇଥିଲେ ସେଥିପାଇଁ ଲୋକମାନେ ତାଙ୍କୁ ରିଲ୍ ହିରୋ ପରିବର୍ତ୍ତେ ରିୟଲ ହିରୋ ମାନୁଛନ୍ତି । ନିକଟରେ ସେ ୨୦୨୦ ପାଇଁ ଏକ ନମ୍ବର ଏସୀୟ ସେଲିବ୍ରିଟି ଭାବରେ ମନୋନୀତ ହୋଇଛନ୍ତି । ସେ ଅନେକ ବଲିଉଡ ସେଲିବ୍ରେଟଙ୍କୁ ପଛରେ ପକାଇ ଏହି ଟାଇଟଲ ଜିତିଛନ୍ତି । ସୂଚନା ଅନୁଯାୟୀ ବ୍ରିଟେନରେ ଅବସ୍ଥିତ ଇଷ୍ଟର୍ନ ଆଇ ଖବରକାଗଜ ଦ୍ୱାରା ପ୍ରକାଶିତ ୫୦ ଏସୀୟ ସେଲିବ୍ରିଟିଙ୍କ ମଧ୍ୟରେ ସୋନୁ ସୁଦ ଶୀର୍ଷରେ ରହିଛନ୍ତି ।
ଇଷ୍ଟର୍ନ ଆଇ ସଂପାଦକ ଅସଜାଦ ନାଜିର ଏହି ତାଲିକା ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି ଯେ ସୁଦ ଏହି ସମ୍ମାନର ଯୋଗ୍ୟ କାରଣ ଲକଡାଉନ୍ ସମୟରେ ଅନ୍ୟ କୌଣସି ବ୍ୟକ୍ତି ଏତେ ସାହାଯ୍ୟ କରିନଥିଲେ । ସିନେମା, ସଙ୍ଗୀତ ଓ ଫ୍ୟାଶନ ଜଗତର ଅନ୍ୟ ଭାରତୀୟ ସେଲିବ୍ରିଟିମାନେ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି ।
ଏଠାରେ ତାଲିକା ଦେଖନ୍ତୁ
ପ୍ରିୟଙ୍କା ଚୋପ୍ରା ଜୋନାସ ଷଷ୍ଠ ସ୍ଥାନରେ ଅଛନ୍ତି
ତେଲୁଗୁ ସୁପରଷ୍ଟାର ପ୍ରଭାସ ସପ୍ତମ ସ୍ଥାନରେ ଅଛନ୍ତି
ଆୟୁଷ୍ମାନ ଖୁରାନା ଏକାଦଶ ସ୍ଥାନରେ ଅଛନ୍ତି
ଦିଲଜିତ ଦୋସାଞ୍ଜ ୧୪ ତମ ସ୍ଥାନ ପାଇଛନ୍ତି
ଶାହନାଜ ଗିଲ ୧୬ ତମ ସ୍ଥାନରେ ଅଛନ୍ତି
ଅମିତାଭ ବଚ୍ଚନ ୨୦ ତମ ସ୍ଥାନ ପାଇଛନ୍ତି
ପଙ୍କଜ ତ୍ରିପାଠୀ ୨୩ ନମ୍ବରରେ ରହିଲେ
ଆସିମ୍ ରିଆଜ୍ ୨୫ ତମ ସ୍ଥାନରେ ଅଛନ୍ତି
ଡିଜାଇନର୍ ମାସାବା ଗୁପ୍ତା ୩୨ ତମ ସ୍ଥାନରେ ରହିଛନ୍ତି
ହାସ୍ୟ ଅଭିନେତା ସାଲୋନି ଗୌର ୩୬ ତମ ସ୍ଥାନରେ ଅଛନ୍ତି
ଧାୱାନି ବାଚୁଶାଲି ୪୨ ତମ ସ୍ଥାନରେ ଅଛନ୍ତି
ହେଲି ଶାହା ୪୭ ତମ ସ୍ଥାନ ହାସଲ କରିଛନ୍ତି
ଅନୁଷ୍କା ଶଙ୍କର ୫୦ ତମ ସ୍ଥାନରେ ରହିଛନ୍ତି