ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେବେ ସୋନିଆ ଗାନ୍ଧି

ସେପ୍ଟେମ୍ବର ୭ ତାରିଖ ଦିନ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାର ୬୨୪ କିଲୋମିଟର ଦୂରତା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଛି। ଏହି ଯାତ୍ରା ବର୍ତ୍ତମାନ କର୍ଣ୍ଣାଟକର ମୈସୁର ଦେଇ ଯାଉଛି।

ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେବେ ସୋନିଆ ଗାନ୍ଧି

ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ସାମିଲ ହେବେ ସୋନିଆ ଗାନ୍ଧି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Bharat Jodo Yatra: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କର୍ଣ୍ଣାଟକରେ ପହଞ୍ଚି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରାରେ ଭାଗ ନେବେ।

ଆସନ୍ତା ୬ ତାରିଖରେ କଂଗ୍ରେସ ନେତା ଓ କର୍ମୀଙ୍କ ସହ ସୋନିଆ ଗାନ୍ଧି ପଦଯାତ୍ରାରେ ଯୋଗଦେବେ। ସୋନିଆ ଗାନ୍ଧି ସୋମବାର କୁର୍ଗରେ ପହଞ୍ଚିବା ପରେ ଦୁଇ ଦିନ ବିଶ୍ରାମ କରିବେ। ଏହି ସମୟରେ ରାହୁଲ ଗାନ୍ଧି ମଧ୍ୟ ତାଙ୍କ ସହ ରହିବେ। ତେବେ ଅକ୍ଟୋବର ୬ରେ ଉଭୟ ନେତା ଏକାଠି ଭାରତ ଯୋଡୋ ଯାତ୍ରା କରିବେ।

ଆମକୁ କେହି ଅଟକାଇ ପାରିବେ ନାହିଁ: ରାହୁଲ ଗାନ୍ଧି

କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର ସକାଳ ୬.୩୦ ସମୟରେ ମୈସୁର ସହରରୁ ଆରମ୍ଭ ହେବାର କିଛି ଘଣ୍ଟା ପରେ ବର୍ଷା ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧି ବର୍ଷାରେ ଭିଜି ଭିଜି ଲୋକଙ୍କୁ ସମ୍ବୋଧିତ କରିଥିଲେ। ବର୍ଷାରେ ଓଦା ହେବା ସମୟରେ ଶ୍ରମିକମାନଙ୍କୁ ସମ୍ବୋଧିତ କରୁଥିବା ବେଳେ ରାହୁଲଙ୍କ କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଛି।

ୱାୟାନାଡ ସାଂସଦ ରାହୁଲ ଗାନ୍ଧିଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସମୟର ଏକ ଭିଡିଓ ସେୟାର କରାଯାଇଛି। ଭିଡିଓର କ୍ୟାପସନରେ ଲେଖାଯାଇଛି, ‘‘ଆମକୁ ଭାରତକୁ ଏକତ୍ର କରିବାରେ କେହି ରୋକି ପାରିବେ ନାହିଁ। ଆମକୁ ଭାରତର ସ୍ୱର ଉତ୍ତୋଳନ କରିବାରେ କେହି ଅଟକାଇ ପାରିବେ ନାହିଁ। ଭାରତ ଯୋଡୋ ଯାତ୍ରାକୁ କନ୍ୟାକୁମାରୀରୁ କାଶ୍ମୀର ଯିବାକୁ କେହି ଅଟକାଇ ପାରିବେ ନାହିଁ।’’

ଭାରତ ଯୋଡୋ ଯାତ୍ରା କର୍ଣ୍ଣାଟକ ଦେଇ ଯାଉଛି

ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଭାରତ ଯୋଡୋ ଯାତ୍ରାର ୬୨୪ କିଲୋମିଟର ଦୂରତା ସମ୍ପୂର୍ଣ୍ଣ ହୋଇଛି। ଏହି ଯାତ୍ରା ବର୍ତ୍ତମାନ କର୍ଣ୍ଣାଟକର ମୈସୁର ଦେଇ ଯାଉଛି। ଏହି ଯାତ୍ରା ସୋମବାର ଅପରାହ୍ନ ୪.୩୦ ସମୟରେ ପାଣ୍ଡବପୁରରେ ପହଞ୍ଚିବ।

ପାଣ୍ଡବପୁରରେ ପହଞ୍ଚିବା ପରେ ସେଠାରେ ପର୍ବପର୍ବାଣି ଯୋଗୁଁ ଦୁଇ ଦିନ ଛୁଟି ଅଛି। ଏହା ପରେ ଅକ୍ଟୋବର ୬ରେ ପୁଣି ଥରେ ଯାତ୍ରା ଆରମ୍ଭ ହେବ ଯେଉଁଥିରେ ରାହୁଲ ଗାନ୍ଧିଙ୍କ ସହ ସୋନିଆ ଗାନ୍ଧି ମଧ୍ୟ ଉପସ୍ଥିତ ରହିବେ।
Published by:Lipina Das
First published: