ସୋନିଆ ଗାନ୍ଧି ରଣଥମ୍ଭାରରେ ପାଳନ କରିବେ ଜନ୍ମଦିନ; ମା’ଙ୍କ ନିକଟରେ ପହଞ୍ଚିଲେ ରାହୁଲ-ପ୍ରିୟଙ୍କା

କଂଗ୍ରେସ ନେତା ସୋନିଆ ଗାନ୍ଧି ରାଜସ୍ଥାନର ରଣଥମ୍ଭାରରେ ତାଙ୍କର ୭୬ ତମ ଜନ୍ମଦିନ ପାଳନ କରିବେ । ସେ ଚାରି ଦିନିଆ ଭ୍ରମଣରେ ରାଜସ୍ଥାନ ଆସିଛନ୍ତି । କୁହାଯାଉଛି ଯେ ସୋନିଆ ଗାନ୍ଧି ମଧ୍ୟ ଭାରତ ଯୋଡ଼ରେ ଅଂଶଗ୍ରହଣ କରିବେ।

ସୋନିଆ ଗାନ୍ଧି ରଣଥମ୍ଭାରରେ ପାଳନ କରିବେ ଜନ୍ମଦିନ; ମା’ଙ୍କ ନିକଟରେ ପହଞ୍ଚିଲେ ରାହୁଲ-ପ୍ରିୟଙ୍କା

ସୋନିଆ ଗାନ୍ଧି ରଣଥମ୍ଭାରରେ ପାଳନ କରିବେ ଜନ୍ମଦିନ; ମା’ଙ୍କ ନିକଟରେ ପହଞ୍ଚିଲେ ରାହୁଲ-ପ୍ରିୟଙ୍କା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଗାନ୍ଧି ପରିବାର ବର୍ତ୍ତମାନ ରଣଥମ୍ଭାରରେ ଟାଇଗର ରିଜର୍ଭ ନିକଟ ଏକ ରିସର୍ଟ ରୁକାରେ ଅଛନ୍ତି । ଏହି ରିସର୍ଟ ଗାନ୍ଧି ପରିବାରର ଜଣେ ଘନିଷ୍ଠ ବନ୍ଧୁଙ୍କର ଅଟେ। କୁହାଯାଉଛି ଯେ ଡିସେମ୍ବର ୧୦ ରେ ସୋନିଆ ଗାନ୍ଧିଙ୍କ ସହ ପ୍ରିୟଙ୍କା ଗାନ୍ଧି ମଧ୍ୟ ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇପାରନ୍ତି ।

କଂଗ୍ରେସ ନେତା ସୋନିଆ ଗାନ୍ଧି ରାଜସ୍ଥାନର ରଣଥମ୍ଭାରରେ ତାଙ୍କର ୭୬ ତମ ଜନ୍ମଦିନ ପାଳନ କରିବେ । ସେ ଚାରି ଦିନିଆ ଭ୍ରମଣରେ ରାଜସ୍ଥାନ ଆସିଛନ୍ତି । କୁହାଯାଉଛି ଯେ ସୋନିଆ ଗାନ୍ଧି ମଧ୍ୟ ଭାରତ ଯୋଡ଼ରେ ଅଂଶଗ୍ରହଣ କରିବେ।

ସୋନିଆ ଗାନ୍ଧି ଦଳର ସାଂସଦଙ୍କ ବୈଠକରେ ଅଧ୍ୟକ୍ଷତା କରିବାର ଥିଲା ଏବଂ କିଛି ସାଂସଦଙ୍କ ନିକଟକୁ ଏକ ବାର୍ତ୍ତା ମଧ୍ୟ ପଠାଯାଇଥିଲା ଯେ ସେ ଏହି ସଭାରେ ଯୋଗ ଦେଇପାରନ୍ତି । ତେବେ ଶେଷ ମୁହୂର୍ତ୍ତରେ ଯୋଜନା ପରିବର୍ତ୍ତନ କରାଯାଇଥିଲା ଏବଂ ସେ ରାଜସ୍ଥାନ ଯାତ୍ରା ପାଇଁ ଯାଇଥିଲେ । ପ୍ରିୟଙ୍କା ଗାନ୍ଧି ମଧ୍ୟ ରାଜସ୍ଥାନରେ ପହଞ୍ଚିଛନ୍ତି । ଗୁରୁବାର ଦିନ ଭାରତ ଯୋଡୋ ଯାତ୍ରାର କାର୍ଯ୍ୟକ୍ରମ ସ୍ୱଳ୍ପ ଥିଲା । ଯାତ୍ରୀମାନେ କେବଳ ସକାଳେ ଚାଲିଥିଲେ । ସନ୍ଧ୍ୟାରେ ଯାତ୍ରା ବନ୍ଦ ହୋଇଯାଇଥିଲା । ଶୁକ୍ରବାର ହେଉଛି ଭାରତ ଯୋଡ ଯାତ୍ରାର ବିରତି ଦିନ । ରାହୁଲ ଗାନ୍ଧି ଗୁରୁବା ବୁନ୍ଦୀରୁ ରଣଥମ୍ଭାର ଅଭିମୁଖେ ଯାତ୍ରା କରିଛନ୍ତି ।

ଗାନ୍ଧି ପରିବାର ରଣଥମ୍ଭାର ଟାଇଗର ରିଜର୍ଭ ନିକଟରେ ଥିବା ବିଳାସପୂର୍ଣ୍ଣ ରିସର୍ଟ ସୁଜାନ ଶେର ବାଗରେ ରହିଛନ୍ତି । ଯାହାର ମାଲିକ ଅଞ୍ଜଳି ଏବଂ ଜୈସଲ ସିଂ ଗାନ୍ଧି ପରିବାରର ବନ୍ଧୁ ଅଟନ୍ତି । ବିଶେଷ କଥା ହେଉଛି ପ୍ରିୟଙ୍କା ଗାନ୍ଧି ଅଞ୍ଜଳି ଏବଂ ଜୈସଲ ସିଂଙ୍କ ସହ 'ରଣଥମ୍ଭାର: ଦ ଟାଇଗର୍ସ ରିୟଲମ' ପୁସ୍ତକ ରଚନା କରିଛନ୍ତି।

ଜୟପୁରରୁ ସୋନିଆ ଗାନ୍ଧି ଗୁରୁବାର ହେଲିକପ୍ଟର ଯୋଗେ ସୱାଇ ମାଧୋପୁରରେ ପହଞ୍ଚିଥିଲେ । କିଛି ଘଣ୍ଟା ପରେ ରାହୁଲ ଏବଂ ପ୍ରିୟଙ୍କା ମଧ୍ୟ ସୋନିଆଙ୍କ ନିକଟରେ ଥିବା ରିସୋର୍ଟରେ ପହଞ୍ଚିଥିଲେ । ସୂତ୍ରରୁ ପ୍ରକାଶ ଯେ ସୋନିଆ ଗାନ୍ଧିଙ୍କ ସହ ପ୍ରିୟଙ୍କା ମଧ୍ୟ ଡିସେମ୍ବର ୧୦ରେ ମହିଳା ଅଂଶଗ୍ରହଣକାରୀଙ୍କ ପାଇଁ ସଂରକ୍ଷିତ ଥିବା ଦିନରେ ଭାରତ ଯୋଡ ଯାତ୍ରାରେ ଅଂଶଗ୍ରହଣ କରିବେ । ତାଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂ ଡୋଟାସରା ତାଙ୍କୁ ଭେଟିବାର ସମ୍ଭାବନା ରହିଛି ।
Published by:Soubhagya Mishra
First published: