ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»CWC ବୈଠକରେ ଜି-୨୩ ନେତାଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧି; କହିଲେ ଏମିତି କିଛି…

CWC ବୈଠକରେ ଜି-୨୩ ନେତାଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧି; କହିଲେ ଏମିତି କିଛି…

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି କହିଛନ୍ତି, ‘‘ସମଗ୍ର ସଙ୍ଗଠନ ପୁଣି ଥରେ କଂଗ୍ରେସକୁ ମଜବୁତ କରିବାକୁ ଚାହୁଁଛି। କିନ୍ତୁ ଏହି ଏକତା ଓ ଦଳର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଏହା ଆତ୍ମ ନିୟନ୍ତ୍ରଣ ଓ ଅନୁଶାସନ ଆବଶ୍ୟକ କରେ ।’’

CWC ବୈଠକରେ ଜି-୨୩ ନେତାଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧି; କହିଲେ ଏମିତି କିଛି…
CWC ବୈଠକରେ ଜି-୨୩ ନେତାଙ୍କୁ ଟାର୍ଗେଟ କଲେ ସୋନିଆ ଗାନ୍ଧି
  • News18 Odia
  • Last Updated: October 16, 2021, 3:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin


News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଶନିବାର ଦିନ କଂଗ୍ରେସ କାର୍ଯ୍ୟ କମିଟି ବୈଠକରେ ଜି୨୩ (G-23) ନେତାମାନଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସିଡବ୍ଲ୍ୟୁଡିସି (CWC) ବୈଠକରେ ସୋନିଆ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ, ଜି -୨୩ ନେତାଙ୍କ କଥାବାର୍ତ୍ତା ଭଳି ଅନେକ ପ୍ରସଙ୍ଗରେ କହିଥିଲେ। ସୋନିଆ କହିଛନ୍ତି ଯେ ସେ ଜାଣନ୍ତି ଯେ ସେ ଅନ୍ତରୀଣ ଅଧ୍ୟକ୍ଷ, ହେଲେ ସେ ନିୟମତ କାମ କରୁଛନ୍ତି । ସେ ପୂର୍ବରୁ ନିର୍ବାଚନ କରିବାକୁ ଚାହୁଁଥିଲେ କିନ୍ତୁ କରୋନା କାରଣରୁ ନିର୍ବାଚନ ହୋଇପାରିଲା ନାହିଁ।

ବର୍ତ୍ତମାନ ଦଳ ସଙ୍ଗଠନ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଜି-୨୩ ନେତାମାନଙ୍କୁ ଉପଯୁକ୍ତ ଉତ୍ତର ଦେଇ ସେ କହିଛନ୍ତି, ‘‘ଯଦି ଆପଣ ମୋତେ କହିବାକୁ ଅନୁମତି ଦିଅନ୍ତି, ତେବେ ମୁଁ ହି କଂଗ୍ରେସର ପୂର୍ଣ୍ଣକାଳୀନ ତଥା କାର୍ଯ୍ୟରତ ଅଧ୍ୟକ୍ଷ। ସମଗ୍ର ସଙ୍ଗଠନ ପୁଣି ଥରେ କଂଗ୍ରେସକୁ ମଜବୁତ କରିବାକୁ ଚାହୁଁଛି। କିନ୍ତୁ ଏହି ଏକତା ଓ ଦଳର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ। ଏହା ଆତ୍ମ ନିୟନ୍ତ୍ରଣ ଓ ଅନୁଶାସନ ଆବଶ୍ୟକ କରେ ।’’

ଜି-୨୩ର ନେତାମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ମିଡ଼ିଆ ଜରିଆରେ ତାଙ୍କ ସହ କଥା ହେବାର ଆବଶ୍ୟକ ନାହିଁ । ସୋନିଆ ମୋଦି ସରକାରଙ୍କ ଉପରେ କହିଛନ୍ତି, ‘‘ମୋଦି ସରକାରଙ୍କ ଏକମାତ୍ର ଏଜେଣ୍ଡା ହେଉଛି' ବିକ୍ରୟ, ବିକ୍ରୟ, ବିକ୍ରୟ ରଣନୀତି।’’

ସୋନିଆ ମଧ୍ୟ ଜାମ୍ମୁ କାଶ୍ମୀରରେ ଘଟିଥିବା ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି। ସୋନିଆ ଗାନ୍ଧି କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଟାର୍ଗେଟରେ ହତ୍ୟାକୁ ସେ ନିନ୍ଦା କରୁଛନ୍ତି ।
Published by: Lipina Das
First published: October 16, 2021, 3:43 PM IST