କୋଭିଡ ପରେ ସୋନିଆ ଗାନ୍ଧିଙ୍କ ମଧ୍ୟରେ ଦେଖାଯାଉଥିବା ଲକ୍ଷଣର ଚାଲିଛି ଚିକିତ୍ସା

ଆସନ୍ତା ୨୩ ତାରିଖରେ ଇଡି ଅଫିସରେ ହାଜର ହେବାକୁ ଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ପୋଷ୍ଟ କୋଭିଡ ଚିକିତ୍ସା ବର୍ତ୍ତମାନ ଚାଲିଛି।

କୋଭିଡ ପରେ ସୋନିଆ ଗାନ୍ଧିଙ୍କ ମଧ୍ୟରେ ଦେଖାଯାଉଥିବା ଲକ୍ଷଣର ଚାଲିଛି ଚିକିତ୍ସା

କୋଭିଡ ପରେ ସୋନିଆ ଗାନ୍ଧିଙ୍କ ମଧ୍ୟରେ ଦେଖାଯାଉଥିବା ଲକ୍ଷଣର ଚାଲିଛି ଚିକିତ୍ସା

  • Share this:
News18 Odia Digital

ନୂଆ ଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧ ସର ଗଙ୍ଗା ରାମ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜୁନ ୨୩ରେ ଇଡି ସମ୍ମୁଖରେ ହାଜର ହେବାର ତାରିଖ ତାଙ୍କ ଅଛି। ଏହାର ଛଅ ଦିନ ପୂର୍ବରୁ ଆଜି କଂଗ୍ରେସ ତାଙ୍କ ଚିକିତ୍ସା ବିଷୟରେ କହିଛି।

ଏଆଇସିସି ସାଧାରଣ ମହାସଚିବ ଜୟରାମ ରମେଶ ଏକ ବିବୃତ୍ତିରେ କହିଛନ୍ତି, “କଂଗ୍ରେସ ଅଧ୍ୟକ୍ଷ ଜୁନ୍ ୧୨ ତାରିଖ ଅପରାହ୍ନରେ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ନିକଟରେ ଯେତେବେଳେ ସେ କୋଭିଡ ସଂକ୍ରମଣ ପରେ ତାଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ହେଉଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା କରାଯାଇଥିଲା ଓ ଗତକାଲି ସକାଳେ ସମ୍ପୃକ୍ତ ଯାଞ୍ଚ ପ୍ରକ୍ରିୟା କରିବାକୁ ପଡିଲା। ତାଙ୍କ ନିମ୍ନ ଶ୍ବାସକ୍ରିୟାରେ ଏକ ଫଙ୍ଗଲ୍ ସଂକ୍ରମଣ ମଧ୍ୟ ଚିହ୍ନଟ ହୋଇଛି। ବର୍ତ୍ତମାନ ସେ ଅନ୍ୟ ପୋଷ୍ଟ କୋଭିଡ ଲକ୍ଷଣ ସହିତ ଚିକିତ୍ସିତ ହେଉଛନ୍ତି। ସେ ନିରନ୍ତର ମନିଟରିଂ ଓ ଚିକିତ୍ସାରେ ଅଛନ୍ତି।

ପ୍ରକାଶ ଥାଉଖି ନ୍ୟାସନାଲ ହେରାଲ୍ଡ ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଇଡି ପୂର୍ବରୁ ସୋନିଆ ଗାନ୍ଧିଙ୍କୁ ଜୁନ ୮ରେ ଡକାଇଥିଲା। ତେବେ ସୋନିଆ କୋଭିଡ ସଂକ୍ରମଣ ବୋଲି ଜଣାପଡ଼ିବା ପରେ ହାଜର ହେବା ପାଇଁ ଅତିରିକ୍ତ ସମୟ ମାଗିଥିଲେ। ଏଜେନ୍ସି ତାଙ୍କୁ ଜୁନ ୨୩ରେ ହାଜର ହେବାକୁ ସମନ ପଠାଇଥିଲା। ସମାନ ମାମଲାରେ ଇଡି ରାହୁଲ ଗାନ୍ଧିଙ୍କୁ ତିନି ଦିନ ଧରି ପଚରାଉଚରା କରିଛି ଓ ତାଙ୍କୁ ସୋମବାର ପୁଣି ଡକାଯାଇଛି।
Published by:Lipina Das
First published: