"ଅସୁସ୍ଥ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ସହ ଖେଲୁଛି ଇଡି"
- News18 Odia
- Last Updated :
- Edacheri
News 18 Odia Digital
ନୂଆଦିଲ୍ଲୀ; କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ପୁଣି ଥରେ ଇଡିରେ ହାଜର ହେବେ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଇଡି ସୋନିଆଙ୍କୁ ପାଖାପାଖି ୮ ଘଣ୍ଟା ପଚରାଉଚରା କରି ସାରିଛି । ଆଜି ସକାଳ ୧୧ ଟାରୁ ଜେରା ପାଇଁ ପୁଣିଥରେ ସୋନିଆଙ୍କୁ ନୋଟିସ ଜାରି କରିଛି ଇଡି । ନ୍ୟାସନାଲ ହେରାଲ୍ଡ ଖବରକାଗଜ ଚଳାଉଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (AJL) ଓ ଏହା ସହ ଜଡିତ ୮୦୦ କୋଟି ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ କିଭଳି ଅଧିଗ୍ରହଣ କଲା ସେ ସମ୍ବନ୍ଧରେ ସିନିଆଙ୍କୁ ପଚରାଉଚରା କରିବ ଇଡି ।
ମଙ୍ଗଳବାର ଦିନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍, ନ୍ୟାସନାଲ ହେରାଲ୍ଡର ପ୍ରକାଶକ ତଥା ୟଙ୍ଗ ଇଣ୍ଡିଆନ୍ ଦ୍ୱାରା ପ୍ରକାଶିତ ଅନ୍ୟାନ୍ୟ ପ୍ରକାଶନକୁ ନେଇ ହୋଇଥିବା କାରବାରକୁ ବଢ଼ାଇବାରେ ତାଙ୍କର ଅକ୍ଷମତା ପ୍ରକାଶ କରିଛନ୍ତି, ଯେଉଁଠାରେ ସେ ଏବଂ ରାହୁଲ ଗାନ୍ଧୀଙ୍କ ସଂଖ୍ୟା ଅଧିକ ରହିଛି । ଏହା ପୂର୍ବରୁ ବି ରାହୁଲ ଗାନ୍ଧୀ, ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ, କୋଷାଧ୍ୟକ୍ଷ ପୱନ କୁମାର ବଂଶଲଙ୍କୁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରାଯାଇଥିଲା । ସେପଟେ ସୋନିଆ ଗାନ୍ଧିଙ୍କୁ ଜେରା ପ୍ରତିବାଦରେ କଂଗ୍ରେସ ଗତକାଲି ସଂସଦ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
ସେପଟେ କଂଗ୍ରେସ ଭବନ ଆଗରେ ସତ୍ୟାଗ୍ରହ କରାଯାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ କାର୍ଯ୍ୟକ୍ରମରେ ଛାତ୍ର, ଯୁବ, ମହିଳା କଂଗ୍ରେସର ଶତାଧିକ ନେତା ଓ କର୍ମୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କୁ ୫୫ ଟି ପ୍ରଶ୍ନ ପଚରାଯାଇଥିବା ଜଣାପଡିଛି । ମଙ୍ଗଳବାର ଦ୍ୱିତୀୟ ରାଉଣ୍ଡ ପ୍ରଶ୍ନରେ କଂଗ୍ରେସ ସଭାପତିଙ୍କୁ ଇଡି ଦ୍ୱାରା ୩୫ ଟି ପ୍ରଶ୍ନ ପଚରାଯାଇଥିଲା ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।