ସୋନାଲି ଫୋଗଟଙ୍କୁ ମେଥାମଫେଟାମାଇନ ଡ୍ରଗ୍ସ ଦେଇଥିଲେ ଦୁଇ ଅଭିଯୁକ୍ତ

ଗୋଆ ପୋଲିସର ବଡ଼ ଖୁଲାସା । ସୋନାଲି ଫୋଗଟଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ରେଷ୍ଟୁରାଣ୍ଟରେ ଅଭିଯୁକ୍ତମାନେ 'ମେଥାମଫେଟାମାଇନ୍' ନାମକ ଏକ ଡ୍ରଗ୍ସ ଦେଇଥିଲେ।

ମେଥମେଫୋଟୋମାଇନ ଡ୍ରଗ୍ସ (ପ୍ରତୀକାତ୍ମକ ଛବି)

ମେଥମେଫୋଟୋମାଇନ ଡ୍ରଗ୍ସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଶନିବାର ଦିନ ବିଜେପି ନେତା ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ପୋଲିସ ଏକ ବଡ ଖୁଲାସା କରିଛି। ଗୋଆ ପୋଲିସ କହିଛି ଯେ ସୋନାଲି ଫୋଗଟଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ରେଷ୍ଟୁରାଣ୍ଟରେ ଅଭିଯୁକ୍ତମାନେ 'ମେଥାମଫେଟାମାଇନ' ନାମକ ଏକ ଡ୍ରଗ୍ସ ଦେଇଥିଲେ। ପୋଲିସ ଏ ପର୍ଯ୍ୟନ୍ତ ଫୋଗଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ, ଅନ୍ୟ ସହଯୋଗୀ ସୁଖବିନ୍ଦର ସିଂ, ରେଷ୍ଟୁରାଣ୍ଟ ମାଲିକ ଏଡୱିନ୍ ନ୍ୟୁନ୍ସ ଓ ଡ୍ରଗ୍ ଚୋରା ଚାଲାଣକାରୀ ଦତ୍ତ ପ୍ରସାଦଙ୍କୁ ଗିରଫ କରିଛି।

ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ଜେଭବା ଦଲଭି କହିଛନ୍ତି ଯେ ଅଞ୍ଜୁନାର କୁଲିଜ୍ ରେଷ୍ଟୁରାଣ୍ଟରେ ଫୋଗଟଙ୍କୁ ଦିଆଯାଇଥିବା ନିଶା ଦ୍ରବ୍ୟର ଅବଶିଷ୍ଟ ଅଂଶ ରେଷ୍ଟୁରାଣ୍ଟର ୱାସରୁମରୁ ଜବତ କରାଯାଇଛି। ଦଲଭି କହିଛନ୍ତି ଯେ ଫୋଗଟଙ୍କୁ ଦିଆଯାଇଥିବା ଡ୍ରଗ୍ସ ମିଥାମଫେଟାମାଇନ୍ ବୋଲି ଚିହ୍ନଟ କରାଯାଇଛି।

ଗାଁଓକର ସିଂ ଓ ସାଙ୍ଗୱାନଙ୍କୁ ଡ୍ରଗ୍ସ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଗାଁଓକର ଅଞ୍ଜୁନାରେ ଥିବା ହୋଟେଲର ଜଣେ କର୍ମଚାରୀ, ଯେଉଁଠାରେ ସୋନାଲି ଫୋଗଟ ରହୁଥିଲେ। ପୋଲିସ ଶୁକ୍ରବାର ଦିନ କହିଛି ଯେ ସାଙ୍ଗୱାନ ପାଣିରେ କିଛି ଡ୍ରଗ୍ସ ମିଶାଇ କରି ଫୋଗଟଙ୍କୁ ପିଇବାକୁ ବାଧ୍ୟ କରିଥିଲେ। ଉତ୍ତର ଗୋଆ ଜିଲ୍ଲାର ଅଞ୍ଜୁନାସ୍ଥିତ ସେଣ୍ଟ ଆନ୍ଥୋନି ହସ୍ପିଟାଲରେ ଥିବା ହୋଟେଲରୁ ଅଗଷ୍ଟ ୨୩ ଦିନ ସକାଳେ ଫୋଗଟଙ୍କୁ ମୃତ ଅବସ୍ଥାରେ ଅଣାଯାଇଥିଲା।
Published by:Soumya Das
First published: