ସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ଆଉ ଏକ ଭିଡିଓ; ଜବରଦସ୍ତି ଡ୍ରିଙ୍କ୍ ପିଆଇଥିଲେ PA

Sonali Phogat Death: ଅଞ୍ଜୁନାର କୁର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲି ଫୋଗାଟଙ୍କୁ ଦିଆଯାଇଥିବା ଅବଶିଷ୍ଟ ଡ୍ରଗ୍ସ ରେଷ୍ଟୁରାଣ୍ଟର ୱାଶରୁମରୁ ଜବତ କରାଯାଇଛି।

ସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ଆଉ ଏକ ଭିଡିଓ

ସାମ୍ନାକୁ ଆସିଲା ସୋନାଲି ଫୋଗାଟଙ୍କ ଆଉ ଏକ ଭିଡିଓ

  • Share this:
News18 Odia Digital

Sonali Phogat Death: ମୃତ୍ୟୁ ପୂର୍ବରୁ ଗୋଆ ରେଷ୍ଟୁରାଣ୍ଟରେ ଅଭିଯୁକ୍ତଙ୍କ ଦ୍ୱାରା ହରିୟାଣା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କୁ ମିଥାମଫେଟାମାଇନ୍ ନାମକ ଏକ ଡ୍ରଗ୍ସ ଦିଆଯାଇଥିଲା।

ଗୋଆ ପୋଲିସ ଶନିବାର ଏହି ସୂଚନା ଦେଇଛି। ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଅଭିଯୁକ୍ତ ସୋନାଲି ଫୋଗାଟଙ୍କୁ ଏକ ବୋତଲରୁ କିଛି ପିଇବାକୁ ଦେଉଥିବାର ଦେଖିବାକୁ ମିଳିବ।

ଡେପୁଟି ପୋଲିସ ଅଧୀକ୍ଷକ ଜୀୱବା ଦଲଭି କହିଛନ୍ତି ଯେ ଅଞ୍ଜୁନାର କୁର୍ଲିଜ ରେଷ୍ଟୁରାଣ୍ଟରେ ସୋନାଲି ଫୋଗାଟଙ୍କୁ ଦିଆଯାଇଥିବା ଅବଶିଷ୍ଟ ଡ୍ରଗ୍ସ ରେଷ୍ଟୁରାଣ୍ଟର ୱାଶରୁମରୁ ଜବତ କରାଯାଇଛି।

ଏହି ମାମଲାରେ ସୋନାଲି ଫୋଗାଟଙ୍କ ବ୍ୟକ୍ତିଗତ ସହାୟକ ସୁଧୀର ସାଙ୍ଗୱାନ, ଅନ୍ୟ ଜଣେ ସହଯୋଗୀ ସୁଖବିନ୍ଦର ସିଂ, ରେଷ୍ଟୁରାଣ୍ଟ ମାଲିକଙ୍କ ସହ ଆଉ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି।

ଜବତ ହେଲା ଡ୍ରଗ୍ସ ଦ୍ରବ୍ୟ

ଡେପୁଟି ପୋଲିସ୍ ଅଧୀକ୍ଷକ ଆହୁରି କହିଛନ୍ତି ଯେ ସୋନାଲି ଫୋଗାଟଙ୍କୁ ଦିଆଯାଇଥିବା ନିଶା ଦ୍ରବ୍ୟକୁ ମିଥାମଫେଟାମାଇନ୍ ବୋଲି ଚିହ୍ନଟ କରାଯାଇଛି। ଗାମ୍ବକର, ସୁଖବିନ୍ଦର ସିଂ ଓ ସୁଧୀର ସାଙ୍ଗୱାନଙ୍କୁ ଡ୍ରଗ୍ସ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଗାମ୍ବକର ଅଞ୍ଜୁନାରେ ଥିବା ସେହି ହୋଟେଲର ଜଣେ କର୍ମଚାରୀ ଯେଉଁଠାରେ ସୋନାଲି ଫୋଗାଟ ରହୁଥିଲେ।

ସେପଟେ ସୁଧୀର ସାଙ୍ଗୱାନ୍ ସ୍ବୀକାର କରିଛନ୍ତି ଯେ ସେ ସୋନାଲି ଫୋଗାଟଙ୍କୁ ପାନୀୟରେ ଡ୍ରଗ୍ସ ମିଶାଇ ଦିଆଯାଇଥିଲା। ଉଭୟ ମୁଖ୍ୟ ଅଭିଯୁକ୍ତ ସୋନାଲି ଫୋଗାଟଙ୍କୁ ୱାଶରୁମକୁ ନେଇ ସେଠାରେ ପ୍ରାୟ ୨ ଘଣ୍ଟା ରହିଥିଲେ।
Published by:Lipina Das
First published: