News18 Odia Digital
Sonali Phogat Death: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗାଟଙ୍କ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ସୋନାଲି ଫୋଗାଟଙ୍କ ଶରୀରରେ ୪୬ଟି ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଗୋଆ ମେଡିକାଲ ସମ୍ବନ୍ଧୀୟ ସୂତ୍ର ଅନୁଯାୟୀ ସୋନାଲି ଫୋଗାଟଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଯେ ଯେତେବେଳେ ସୋନାଲିଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା, ସେତେବେଳେ ଶରୀରରେ କୌଣସି ଆଘାତ ନଥିବା କୁହାଯାଇଥିଲା। ଏଭଳି ପରିସ୍ଥିତିରେ ସମଗ୍ର ମାମଲାର ତଦନ୍ତକୁ ନେଇ ସନ୍ଦେହ ଆରମ୍ଭ ହୋଇଯାଇଛି।
ଫୋରେନସିକ୍ ଡାକ୍ତରମାନେ ସନ୍ଦେହ କରୁଛନ୍ତି ଯେ ସୋନାଲି ECSTASY କନ୍ସପସନ କରିଥିଲେ। ଗୋଆ ମେଡିକାଲ ସହ ଜଡିତ ଡାକ୍ତରମାନେ ସୋନାଲି ଫୋଗାଟ ମୃତଦେହର METABOLITIES TEST କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଆବଶ୍ୟକ ଉପକରଣର ଅଭାବ ହେତୁ ଏହି ପରୀକ୍ଷା ହୋଇପାରିଲା ନାହିଁ। ଯାହା ଭିସରାର ଏକ ବହୁତ ବଡ଼ ପରୀକ୍ଷା ହୋଇଥାନ୍ତା ଓ ଏହା ଏହି ମାମଲା ସହ ଜଡିତ ସତ୍ୟ ଜାଣିବାରେ ବହୁତ ସାହାଯ୍ୟ କରିଥାଆନ୍ତା।
ଏହା ବ୍ୟତୀତ ଗୋଆ ପୋଲିସ ମଧ୍ୟ ସୋନାଲିଙ୍କ PA ସୁଧୀର ସାଙ୍ଗୱାନଙ୍କ ପାସପୋର୍ଟ ଯାଞ୍ଚ କରୁଛି। ଯେଉଁଠାରେ ସୁଧୀରଙ୍କ ପାସପୋର୍ଟ ଯାଞ୍ଚ କରାଯାଇଥିଲା ସେହି ସ୍ଥାନ ଗୋଆ ପୋଲିସ ମଧ୍ୟ ପରିଦର୍ଶନ କରିବ। ଯଦି ପାସପୋର୍ଟରେ କୌଣସି ଅସଙ୍ଗତି ଦେଖାଯାଏ, ତେବେ ଗୋଆ ପୋଲିସ ଆଇପିସିର ଧାରା ୪୬୭ ଅନୁଯାୟୀ ସୁଧୀର ସାଙ୍ଗୱାନଙ୍କ ବିରୋଧରେ ଆଉ ଏକ ମାମଲା ପଞ୍ଜିକରଣ କରିପାରେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।