ସୋନାଲି ଫୋଗାଟ ମୃତ୍ୟୁ ମାମଲା; PAଙ୍କ ବିରୋଧରେ ହତ୍ୟା ମାମଲା ଦାୟର କଲେ ଭାଇ

Sonali Phogat Death: ଟିକଟକ ଷ୍ଟାର ତଥା ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ଦେହାନ୍ତ ହୋଇଛି। ସୋନାଲିଙ୍କ ଭାଇ ତାଙ୍କ PA ସୁଧୀରଙ୍କ ବିରୋଧରେ ଗୋଆ ପୋଲିସ ନିକଟରେ ଏକ ହତ୍ୟା ମାମଲା ଦାୟର କରିଛନ୍ତି।

ସୋନାଲି ଫୋଗାଟ ମୃତ୍ୟୁ ମାମଲା

ସୋନାଲି ଫୋଗାଟ ମୃତ୍ୟୁ ମାମଲା

  • Share this:
News18 Odia Digital

Sonali Phogat Death: ବିଜେପି ନେତ୍ରୀ ତଥା ଟିକଟକ ଅଭିନେତ୍ରୀ ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ରହସ୍ୟ ବୃଦ୍ଧି ପାଇବାରେ ଲାଗିଛି। ସୋନାଲିଙ୍କ ଭାଇ ରିଙ୍କୁ ଫୋଗାଟ ସୋନାଲିଙ୍କ ହତ୍ୟା ମାମଲା ଗୋଆ ପୋଲିସ ନିକଟରେ ଦାଖଲ କରିଛନ୍ତି।

ଗୋଆ ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ସୋନାଲିର ପିଏ ସୁଧୀର ସାଙ୍ଗୱାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଲିଖିତ ଅଭିଯୋଗରେ ସୁଧୀରଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ହୋଇଛି।

ସୋନାଲିଙ୍କ PA ବିରୋଧରେ ଗୁରୁତର ଅଭିଯୋଗ ହୋଇଛି

ପୋଲିସର ଅଭିଯୋଗ ପତ୍ରରେ ରିଙ୍କୁ ଫୋଗାଟ କହିଛନ୍ତି ଯେ ୨୦୨୧ରେ ସୋନାଲିଙ୍କ ଘରେ ଚୋରି ହୋଇଥିଲା। ଏହି ଚୋରିର ଅଭିଯୋଗ ହିସାରରେ ଦାଖଲ କରାଯାଇଥିଲା। ସୋନାଲି ତାଙ୍କ PA ଉପରେ ନିର୍ଭର କରୁଥିଲେ। ଏହାର ସୁଯୋଗ ନେଇ ସୁଧୀର ଦୀର୍ଘ ସମୟ ଧରି ତାଙ୍କୁ ପ୍ରତାରଣା କରୁଥିଲେ।

ହତ୍ୟା କରିବାକୁ ଚେଷ୍ଟା କରିସାରିଛି

ପୋଲିସକୁ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ପ୍ରାୟ ତିନି ଦିନ ପୂର୍ବେ ସୋନାଲି ତାଙ୍କ ଭାଇ ରିଙ୍କୁଙ୍କୁ ଡାକି କହିଥିଲେ ଯେ ସୁଧୀର ତାଙ୍କୁ କ୍ଷିରୀ ଖାଇବାକୁ ଦେଇଥିଲେ, ଖାଇବା ପରେ ତାଙ୍କ ହାତ ଓ ଗୋଡ଼ ଥରିବା ଆରମ୍ଭ ହୋଇଥିଲା। ଖାଲି ଏତିକି ନୁହେଁ ତାଙ୍କ ହାତ, ଗୋଡ଼ କାମ କରିବା ବନ୍ଦ କରିଦେଇଥିଲା। ଯେତେବେଳେ ସୋନାଲି ସୁଧୀରଙ୍କୁ ଏ ବିଷୟରେ ପଚାରିଲେ, ସେ ଭିନ୍ନ ଭିନ୍ନ କଥା କହିଥିଲେ।

ଦୁଷ୍କର୍ମ ଅଭିଯୋଗ ମଧ୍ୟ ହୋଇଛି

ରିଙ୍କୁ ଆହୁରି କହିଛନ୍ତି ଯେ ଥରେ ସୋନାଲି ତାଙ୍କ ଭିଣୋଇ ଅମନ ପୁନିୟାଙ୍କୁ ଡାକି ସୁଧୀର ତାଙ୍କୁ କିଛି ଖାଦ୍ୟ ମିଶ୍ରିତ ଦେଇଥିଲେ, ଏହା ତାଙ୍କୁ ଅସୁସ୍ଥ କରିଦେଇଛି ବୋଲି କହିଥିଲେ। ସୋନାଲି ଏହା ମଧ୍ୟ କହିଥିଲେ ଯେ ତିନି ବର୍ଷ ପୂର୍ବେ ସୁଧୀର ତାଙ୍କୁ ନିଶା ଦ୍ରବ୍ୟ ଦେଇ ଅନେକ ଥର ଦୁଷ୍କର୍ମ କରି ଏକ ଭିଡିଓ କରିଥିଲେ। ସୁଧୀର ସୋନାଲିଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଏହା ବିଷୟରେ କାହାକୁ କୁହନ୍ତି, ତେବେ ସେ ଫଟୋ ଭାଇରାଲ କରି ତାଙ୍କ ରାଜନୈତିକ କ୍ୟାରିୟର ନଷ୍ଟ କରିଦେବେ।
Published by:Lipina Das
First published: