ଭାରତରେ ଅଛି ଏମିତି ଦ୍ୱୀପ ଯେଉଁଠିକୁ ବାରମ୍ବାର ଯିବାକୁ ଚାହାଁନ୍ତି ଲୋକେ; ଆପଣ ବି ବନାନ୍ତୁ ପ୍ଲାନ୍‌

ଭାରତରେ ଏପରି ବହୁତ ଦ୍ୱୀପ ଅଛି ଯାହା ବିଦେଶୀ ଦ୍ୱୀପ ଠାରୁ ମଧ୍ୟ ଅଧିକ ସୁନ୍ଦର । ଏହି ଦ୍ୱୀପଗୁଡ଼ିକ ବୁଲିବା ପରେ ଏମିତି ଲାଗିବ ଯେପରି କୌଣସି ବିଦେଶୀ ଦ୍ୱୀପ ବୁଲୁଛନ୍ତି ।

ଲାକ୍ଷାଦୀପର ଏକ ସୁନ୍ଦର ଦୃଶ୍ୟ

ଲାକ୍ଷାଦୀପର ଏକ ସୁନ୍ଦର ଦୃଶ୍ୟ

  • Share this:
News 18 Odia Digital

ନୂଆ ଦିଲ୍ଲୀ: ବୁଲିବାକୁ ପସନ୍ଦ କରୁଥିବା ଭାରତୀୟମାନେ ଦୀପ କଥା ଉଠିଲେ ବିଦେଶୀ ଦୀପ କଥା ଚିନ୍ତା କରିଥାନ୍ତି । ମାତ୍ର ସେମାନେ ଭାରତରେ ଥିବା ସୁନ୍ଦର ଦୀପ ଗୁଡ଼ିକ ସମ୍ପର୍କରେ ଭଲ ଭାବେ ଜାଣି ନାହାନ୍ତି । ଭାରତରେ ମଧ୍ୟ ଏମିତି ଅନେକ ଦୀପ ଅଛି ଯାହା କୌଣସି ବିଦେଶୀ ଦୀପଠାରୁ କମ୍ ନୁହେଁ । ଏହି ଦୀପ ଗୁଡ଼ିକ ବୁଲିବା ସମୟରେ କେବେବି ଏମିତି ଲାଗିବନି ଯେ ଏହା ଭାରତରେ ଅଛି ବୋଲି । ସବୁଠୁ ବଡ଼କଥା ହେଉଛି ଏଠାକୁ ବହୁତ କମ୍ ବଜେଟରେ ନିଜର ପରିବାର ଓ ସାଙ୍ଗସାଥୀଙ୍କ ସହ ଯାଇପାରିବେ ।

ଲାକ୍ଷାଦୀପ

ଆରବ ସାଗରରେ ଥିବା ଲାକ୍ଷାଦୀପର ସୁନ୍ଦରତା ସେଠାକାର ଜଙ୍ଗଲ, ଖଜୁରି ଏବଂ ନଡ଼ିଆ ଗଛ । ଭାରତର ସୀମାରେ ଅବସ୍ଥିତ ଏହି ସୁନ୍ଦର ଦୀପ ସମ୍ପର୍କରେ ବହୁତ କମ ଲୋକ ଜାଣିଛନ୍ତି । ଏଥିପାଇଁ ସରକାର ସେଠାକାର  ପର୍ଯ୍ୟଟନକୁ ବୃଦ୍ଧି କରିବା ଲାଗି ବିଶେଷ ଧ୍ୟାନ ଦେଉଛନ୍ତି । ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ସବୁଠୁ ଛୋଟ ହେଉଛି ଲାକ୍ଷାଦୀପ । ଲାକ୍ଷାଦୀପ ସମୁହର ଉତ୍ପତ୍ତି ପ୍ରାଚୀନ କାଳରେ ଆଗ୍ନେୟଗିରି ଉଦଗୀରଣ କାରଣରୁ ନିର୍ଗତ ଲାଭା ଯୋଗୁଁ ହୋଇଥିଲା । ଏଥିରେ ସମୁଦାୟ ୩୬ଟି ଦୀପ ରହିଥିବାବେଳେ ମାତ୍ର ୧୦ଟିରେ ଲୋକ ବସବାସ କରିଥାନ୍ତି । ଦେଶୀୟ ପର୍ଯ୍ୟଟକଙ୍କୁ ୬ଟି ଦୀପକୁ ଯିବା ଲାଗି ଅନୁମତି ଦିଆଯାଇଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କୁ ୨ଟି ଦୀପକୁ ଯିବା ଲାଗି ଅନୁମତି ମିଳିଛି ।

ଡାମନ ଏବଂ ଡିୟୁ

ମୁମ୍ବାଇ ସମୁଦ୍ର କୂଳରୁ ଦେଖାଯାଉଥିବା ଡିୟୁର ଦୃଶ୍ୟ


ଡିୟୁ ମୁମ୍ବାଇ ନିକଟ ଆରବ ସାଗରରେ ଥିବା ଦୀପ ସମୁହ ଯାହା ଭାରତର ଏକ  କେନ୍ଦ୍ରଶାସିତ ଅଞ୍ଚଳ ଅଟେ । କେନ୍ଦ୍ରଶାସିତ ଅଞ୍ଚଳ ଡାମନ ଗୁଜୁରାଟର ବଲସାଡ ଜିଲ୍ଲା ନିକଟରେ ଥିବା ଏକ ଦୀପ । ଡିୟୁ  ଦୀପରେ ବାଲି ଭରା ମଇଦାନ, ଐତିହାସିକ କୋଠା, ଗୁଜୁରାଟୀ ଏବଂ ପର୍ତ୍ତୁଗାଲୀ ସଂସ୍କୃତିର ସଙ୍ଗମ ଦେଖିବାକୁ ପାଇବେ । ଏହି କାରଣରୁ ଦୀପଟି ପର୍ତ୍ତୁଗାଲ ଭଳି ଲାଗିଥାଏ । ସେହିପରି ଡାମନ ଦୀପରେ ପୁରୁଣା କୋଠା, ନଦୀ, ଝରଣା, ସମୁଦ୍ର କୂଳର ସୁନ୍ଦର ଦୃଶ୍ୟ ଲୋକଙ୍କୁ ଆକର୍ଷିତ କରିଥାଏ ।

ମାଜୁଲୀ ଦୀପ

ମାଜୁଲୀ ଦୀପରେ ଥିବା ନଦୀର ମନଲୋଭା ଦୃଶ୍ୟ


ନଦୀରେ ଥିବା ଭାରତର ସବୁଠୁ ବଡ଼ ଦୀପ ହେଉଛି ମାଜୁଲୀ ଦୀପ ଏହା ବ୍ରହ୍ମପୁତ୍ର ନଦୀରେ ରହିଛି । ଏହି ଦୀପରେ ଆସାମର ସଂସ୍କୃତିର ଝଲକ ଦେଖିବାକୁ ମିଳେ । ଜୋରହାଟ ସହରଠାରୁ ୨୦ କିମି ଦୂରର ଅବସ୍ଥିତ ମାଜୁଲୀ ଦୀପ ଏକ ପ୍ରାକୃତିକ ଏବଂ ସାଂସ୍କୃତିକ ସ୍ଥଳ ଭାବେ ବିଖ୍ୟାତ । ଏଠାକାର ପ୍ରାକୃତିକ ସୁନ୍ଦରତା ଏବଂ ଜୈବ ବିବିଧତାକୁ ଦେଖିବା ପାଇଁ ପୁରା ବିଶ୍ବରୁ ଲୋକେ ଆସିଥାନ୍ତି । ସେଠାରେ ଅନେକ ଦୁର୍ଲଭ ପ୍ରଜାତିର ପକ୍ଷୀମାନଙ୍କର ଆଗମନ ହୋଇଥାଏ ।

ଦୀବର ଦୀପ

ଦୀବର ଦୀପରେ ଥିବା ବେଳଭୂମିର ସୁନ୍ଦର ଦୃଶ୍ୟ


ଏହି ଦୀପର ସୁନ୍ଦରତା ଦେଖି ଯେ କେହି ଆଶ୍ଚର୍ଯ୍ୟ ନହୋଇ ରହିପାରିବନି । ଅଧିକାଂଶ ପର୍ଯ୍ୟଟକ ଏଠାକୁ ଲେଡି ଅଫ କମ୍ପେଶନ ଏବଂ ୟୁରୋପିୟନ ୟୁନିୟନ ହାଉସ ଦେଖିବାକୁ ଆସିଥାନ୍ତି । ଏଠାରେ ହିନ୍ଦି ଫିଲ୍ମ ଦିଲ ଚାହାତା ହେର ଅନେକ ଦୃଶ୍ୟ ସୁଟିଂ କରାଯାଇଥିଲା । ସେଠାକୁ ଥରେ ଗଲେ ଗୋଆ କୁ ମଧ୍ୟ ଭୁଲି ଯିବେ ।

ସେଣ୍ଟ ମେରିଜ ଦୀପ

ସେଣ୍ଟମେରିଜ ଦୀପର ଏକ ପଥୁରିଆ ସ୍ଥାନ


ଏହି ଦୀପଟି  ୪ ଭାଗରେ ବାଣ୍ଟି ହୋଇ ରହିଥିବା ଏହି ଦୀପକୁ ଭାରତରୁ ବହୁତ କମ ଲୋକ ଆସିଥାନ୍ତି କିନ୍ତୁ ଏହାର ସୁନ୍ଦରତା କୌଣସି ବିଦେଶୀ ଦୀପଠାରୁ ମଧ୍ୟ କମ୍ ନୁହେଁ । କର୍ଣ୍ଣାଟକ ସ୍ଥିତ ମାଲେପ ଏକ ପ୍ରାକୃତିକ ସ୍ଥାନ ଅଟେ । ଯାହା ଉଡୁପିର ପଶ୍ଚିମରୁ ୬ କିମି ଦୂରରେ ଅବସ୍ଥିତ ଅଟେ । ଏହା କର୍ଣ୍ଣାଟକ ରାଜ୍ୟର ଏକ ମହତ୍ବପୂର୍ଣ୍ଣ ବନ୍ଦର ଏବଂ ମାଛଧରା କେନ୍ଦ୍ର ଅଟେ ।
Published by:Durgamadhab Rath
First published: