Sologamy: ବିନା ବରରେ ବିବାହ କଲେ କ୍ଷମା; ଗୋଆ ଯିବେ ହନିମୁନ

ବିନା ବରରେ ବାହା ହେଲେ କ୍ଷମା ବିନ୍ଦୁ। ପୂର୍ବରୁ ସେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ କୌଣସି ବିବାଦ ହେବାର ୩ ଦିନ ପୂର୍ବରୁ ସେ ବିବାହ କରିଛନ୍ତି ।

କ୍ଷମା ବିନ୍ଦୁ (ଫୋଟ ସୌଜନ୍ୟ: ଆଜ ତକ)

କ୍ଷମା ବିନ୍ଦୁ (ଫୋଟ ସୌଜନ୍ୟ: ଆଜ ତକ)

  • Share this:
News18 Odia Digital

ବିନା ବରରେ ବାହା ହେଲେ କ୍ଷମା ବିନ୍ଦୁ। ନିଜେ ନିଜକୁ ପିନ୍ଧାଇଲେ ସିନ୍ଦୁର। ବର ପାଇଜାମା ଓ କନ୍ୟା ପୋଷାକରେ ବେଶ ଚମତ୍କାର ଦେଖାଯାଉଥିଲେ କ୍ଷମା। ଗୁଜରାଟର କ୍ଷମା ନିଜକୁ ବିବାହ କରିଛନ୍ତି । ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ପାଳନ ହୋଇଥିଲା । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ନ ବର ଥିଲେ ନା ପଣ୍ଡିତ । ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ ହୋଇଥିଲେ । ପୂର୍ବରୁ ସେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ କୌଣସି ବିବାଦ ହେବାର ୩ ଦିନ ପୂର୍ବରୁ ସେ ବିବାହ କରିଛନ୍ତି ।

ତାଙ୍କ ବିବାହକୁ କ୍ଷମାଙ୍କ ବାପା ମା ସ୍ୱୀକୃତି ଦେଇଥିଲେ ମଧ୍ୟ ପଡୋଶୀ ବିରୋଧ କରୁଥିଲେ । କ୍ଷମା କହିଛନ୍ତି,"ତାଙ୍କର ଏହି ସ୍ୱତନ୍ତ୍ର ଦିନକୁ ସେ ନଷ୍ଟ କରିବାକୁ ଚାହାନ୍ତି ନାହିଁ । ତେଣୁ ସେ ବୁଧବାର ବିବାହ କରିନେଇଛନ୍ତି । ଗୁଜରାଟରେ ବିନ୍ଦୁଙ୍କର ଏପରି ବିବାହ ହେଉଛି ପ୍ରଥମ । କିଛି ଦିନ ତଳେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ। ଶେଷରେ ସେ ଅଗ୍ନିକୁ ସାକ୍ଷୀ ରଖି ନିଜେ ନିଜକୁ ବାହାହେବେ ଓ ସାତଫେରା ନେବେ ବୋଲି କହିଥିଲେ ।

ଜାତୀୟ ଗଣମାଧ୍ୟମ ଅନୁସାରେ,୨୪ ବର୍ଷୀୟ କ୍ଷମା କହିଥିଲେ ଯେ ଏଭଳି ଚିନ୍ତାଧାରା ଦୀର୍ଘ ଦିନ ହେବ ମୋ ମନରେ ଥିଲା । କିନ୍ତୁ କେବେ ଭାବିନଥିଲି ଏହା ସମ୍ଭବ ହୋଇପାରିବ । କିନ୍ତୁ ବହୁତ ଦିନ ଭାବିବା ପରେ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି । ତେବେ ନିଷ୍ପତ୍ତି ନେବା ପୂର୍ବରୁ କ୍ଷମା ଅନଲାଇନରେ ରିସର୍ଚ୍ଚ କରିଥିଲେ । ଭାରତରେ କୌଣସି ମହିଳା ନିଜେ ନିଜକୁ ବିବାହ କରିଛନ୍ତି କି ନାହିଁ ସେ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ସେଭଳି କୌଣସି ଗୋଟିଏ ବି ଘଟଣା କ୍ଷମାଙ୍କୁ ମିଳିନଥିଲା । ତଥାପି ହାର ନମାନି ଆତ୍ମ ବିବାହ କରି ଦେଶର ପ୍ରଥମ ଉଦାହରଣ ସାଜିବାକୁ ପାଦ ବଢାଇଛନ୍ତି କ୍ଷମା । ଯେଉଁଠି କ୍ଷମା ନିଜେ ନିଜକୁ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ବିବାହ ପରେ କିଛି ଦିନ ପାଇଁ ସେ ହନିମୁନରେ ଗୋଆ ଯିବେ ବୋଲି କହିଛନ୍ତି କ୍ଷମା।
Published by:Soumya Das
First published: