J&K: ଆତଙ୍କବାଦୀଙ୍କ ଗୁଳି ନେଲା ଜେଜେବାପାଙ୍କ ଜୀବନ; ଶବ ପାଖେ କାନ୍ଦୁଥିବା ଶିଶୁକୁ ଉଦ୍ଧାର କଲେ ଯବାନ

Soldier rescues 3 year old boy from near grandpa’s body: କଶ୍ମୀରରେ ୩ ବର୍ଷର ଶିଶୁ ଆତଙ୍କବାଦୀ ଆକ୍ରମଣରେ ତା’ ଜେଜେବାପାଙ୍କ ମୃତ୍ୟୁ ହେବା ପରେ ସଡ଼କ ଉପରେ ତାଙ୍କ ଶବ ପାଖରେ ବସି କାନ୍ଦୁଥିଲା । ତାକୁ ଜଣେ ସୈନିକ ଗୁଳି ବିନିମୟ ସ୍ଥାନରୁ ଉଦ୍ଧାର କରି ସ୍ନେହ ଦେଖାଉଥିବାର ଫଟୋ ଓ ଭିଡିଓ ଭାଇରାଲ୍ ହେଉଛି ।

J&K: ଆତଙ୍କବାଦୀଙ୍କ ଗୁଳି ନେଲା ଜେଜେବାପାଙ୍କ ଜୀବନ; ଶବ ପାଖେ କାନ୍ଦୁଥିବା ଶିଶୁକୁ ଉଦ୍ଧାର କଲେ ଯବାନ
ଶିଶୁଟିକୁ ଗୁଳି ବିନିମୟ ସ୍ଥାନରୁ ଉଦ୍ଧାର କରି ନେଇଯାଉଛନ୍ତି ଜଣେ ସୈନିକ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଶ୍ରୀନଗର: ଜାମ୍ମୁ କଶ୍ମୀରର ସୋପୋରରେ (Sopore in Jammu & Kashmir) ଆତଙ୍କବାଦୀମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF)ର ଏକ ଦଳ ଉପରେ ଆଜି ସକାଳେ ଆକ୍ରମଣ (terrorist attack) କରିଛନ୍ତି । ଏଥିରେ CRPF ର ୧୭୯ତମ ବାଟାଲିୟନର ହେଡ କନଷ୍ଟେବଳ ସଦିଦ ହୋଇଥିବା ବେଳେ ଗୁଳି ଆଘାତରେ ଜଣେ ବୃଦ୍ଧ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସୋସିଆଲ ମିଡ଼ିଆରେ ଏହି ଘଟଣା ସମୟର ଏକ ମାର୍ମିକ ଫଟୋ ଭାଇରାଲ ହେବାରେ ଲାଗିଛି । ଗୁଳି ବିନିମୟ ଚାଲିଥିବା ବେଳେ ଜଣେ CRPF ଯବାନ ଏକ ଶିଶୁର ଜୀବନ ରକ୍ଷା କରି ତାକୁ ସୁରକ୍ଷିତ ସ୍ଥାନକୁ ନେଇଯାଉଛନ୍ତି ।

ଶିଶୁଟିର ବୟସ ମାତ୍ର ତିନି ବର୍ଷ । ସେ ସକାଳେ ନିଜ ଜେଜେବାପାଙ୍କ ସହ ବୁଲିବାକୁ ବାହାରିଥିଲା । ଏହି ସମୟରେ ହଠାତ୍ ଆତଙ୍କବାଦୀ ଓ ସୁରକ୍ଷା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା । ଗୁଳି ଲାଗିବାରୁ ଶିଶୁଟିର ଜେଜେବାପାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଶିଶୁଟିର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ସେୟାର କରାଯାଉଛି ।

ଗୋଟିଏ ଫଟୋରେ ଦେଖିବାକୁ ମିଳୁଛି ଯେ ଶିଶୁଟି ରାସ୍ତାରେ ପଡ଼ିଥିବା ତା’ ଜେଜେବାପାର ରକ୍ତାକ୍ତ ଶବ ପାଖରେ ବସିଛି । ଗୁଳି ବିନିମୟର ଠୋ-ଠା ଶବ୍ଦ ମଧ୍ୟରେ ଶିଶୁଟି ଅତି ଭୟଭୀତ ହୋଇପଡ଼ିଛି ଓ କେବଳ କାନ୍ଦୁଛି ।

ସୈନିକ ଜଣକ କାନ୍ଦୁଥିବା ଶିଶୁଟିକୁ ସ୍ନେହ ଦେଖାଉଛନ୍ତି ।


ଆଉ ଏକ ଫଟୋରେ ଦେଖିବାକୁ ମିଳୁଛି ଯେ ଏହି ସମୟରେ ଜଣେ ଯବାନ ସେଠାକୁ ଆସି ତୁରନ୍ତ ପିଲାଟିକୁ କୋଳରେ ଉଠାଇ ନେଉଛନ୍ତି । ଯବାନ ପିଲାଟିକୁ ଶାନ୍ତ କରାଉଥିବା ଦେଖିବାକୁ ମିଳୁଛି । ଏହି ନିରୀହ ଶିଶୁ ଓ ତା’ ସହ ଯବାନଙ୍କ କଥାବାର୍ତ୍ତାର ଫଟୋ ଓ ଭିଡିଓ ଅନେକଙ୍କ ହୃଦୟକୁ ସ୍ପର୍ଶ କରିଛି ।

ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ଶିଶୁଟି CRPFର ଏକ କାରରେ ବସି କାନ୍ଦୁଛି । ତା’ ହାତରେ ବିସ୍କୁଟର ଏକ ପ୍ୟାକେଟ୍ ବି ଦେଖିବାକୁ ମିଳୁଛି । ଆତଙ୍କବାଦୀଙ୍କ ଗୁଳି ବିନିମୟ ସମୟରେ ଆସିଥିବା ଏହି ଭିଡିଓ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି ।

ଶିଶୁଟି ନିଜ ଜେଜେବାପାଙ୍କ ଶବ ପାଖରୁ ଉଠି ସୈନ୍ୟଙ୍କ ପାଖକୁ ଯାଉଛି ।


ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ବୁଧବାର ସକାଳେ ଏକ CRPF ପାର୍ଟି ପାଟ୍ରୋଲିଂ କରିବାକୁ ବାହାରିଥିବା ସମୟରେ ରେବନ୍ ଅଞ୍ଚଳରେ CRPF ପାର୍ଟି ଉପରେ ହଠାତ୍ ଗୁଳି ଆକ୍ରମଣ ହୋଇଥିଲା । ଭାରତୀୟ ସୈନିକମାନେ ମଧ୍ୟ ଉପଯୁକ୍ତ ଉତ୍ତର ଦେଇଥିଲେ ।

ANIର ଖବର ଅନୁଯାୟୀ ଏହି ଆକ୍ରମଣ ପରେ ତିନି ଜଣ CRPF ଯବାନ ଓ ଜଣେ ସାଧାରଣ ନାଗରିକଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦେଖନ୍ତୁ ଭିଡିଓ:



୨୦ ଦିନରେ ୩୬ଜଣ ଆତଙ୍କବାଦୀ ନିହତ ହେଲେଣି

ଜାମ୍ମୁ ଓ କାଶ୍ମୀରରେ ଚାଲିଥିବା ଆତଙ୍କବାଦ ବିରୋଧୀ ଅପରେସନରେ ଚଳିତ ବର୍ଷ ସୁରକ୍ଷା ବାହିନୀ ୧୧୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିସାରିଛି । ଗତ ୨୦ ଦିନ ମଧ୍ୟରେ ସୁରକ୍ଷା ବାହିନୀ ଦ୍ୱାରା ପ୍ରାୟ ୩୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସର ମହାନିର୍ଦ୍ଦେଶକ ଦିଲବାଗ ସିଂ କହିଛନ୍ତି ଯେ ଏହି ଆତଙ୍କବାଦୀମାନେ ଲଶ୍କର-ଏ-ତାଇବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ । ସେମାନେ ବର୍ତ୍ତମାନ ନିରାଶାରେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ସିଂ କହିଛନ୍ତି ।
First published: July 1, 2020, 2:36 PM IST
corona virus btn
corona virus btn
Loading