News 18 Odia Digital
Solar eclipse 2023: ଆସନ୍ତାକାଲି ମହାକାଶରେ ଦେଖିବାକୁ ମିଳିବ ଏକ ବିରଳ ମହାଜାଗତିକ ଦୃଶ୍ୟ, ହାଇବ୍ରିଡ୍ ସୂର୍ଯ୍ୟୋପରାଗ । ଆପଣ ଆଗରୁ ସୂର୍ଯୋପରାଗ ନାଁ ଶୁଣିଥିଲେ । ହେଲେ ଏହା ତା ନୁହଁ । ତାହା ଠାରୁ ଟିକେ ଅଲଗା । ଏମିତି ବିରଳ ମହାଜାଗତିକ ଘଟଣା ୧୦୦ ବର୍ଷରେ ଥରେ ଦେଖିବାକୁ ମିଳିଥାଏ । ଏପରି ବିରଳ ସଂଯୋଗ ବିଶ୍ବବାସୀଙ୍କ ମନରେ ସୃଷ୍ଟି କରିଛି କୌତୁହଳ ।
୨୦୨୩ ମସିହାର ପ୍ରଥମ ସୂର୍ଯ୍ୟୋପରାଗ ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୦ ରେ ଦୃଶ୍ୟମାନ ହେବ । ଏହା ହେବ ଚଳିତ ବର୍ଷର ପ୍ରଥମ ହାଇବ୍ରିଡ୍ ସୂର୍ଯ୍ୟୋପରାଗ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ଏକ ହାଇବ୍ରିଡ୍ ସୂର୍ଯ୍ୟପରାଗ ରହିବ, ଯାହାକି ସମସ୍ତଙ୍କ ମଧ୍ୟରେ ବଡ ଉତ୍କଣ୍ଠା ସୃଷ୍ଟି କରିଛି । ଗୋଟିଏ ଦିନରେ ତିନି ପ୍ରକାରର ସୂ୍ଯ୍ୟୋପରାଗ ଦେଖାଯିବ। ସୂର୍ଯ୍ୟେପରାଗ ଓ ଚନ୍ଦ୍ରଗ୍ରହଣକୁ ବିଶେଷ ଭାବରେ ଆମେ ଏକ ଖଗୋଳୀୟ ଘଟଣାଭାବେ ଗ୍ରହଣ କରିଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏହାର ବିଶେଷ ମହତ୍ବ ରହିଥାଏ । ଆଗାମୀ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିବେ । ହିନ୍ଦୁ ପଞ୍ଜିକା ଅନୁଯାୟୀ ବୈଶାଖ ମାସ ଅମାବାସ୍ୟା ତିଥିରେ ଏହି ବିରଳ ମହାଜାଗତିକ ଦୃଶ୍ୟ ସଙ୍ଗଠିତ ହେବ ।
ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଗୋଟିଏ ଦିନରେ ତିନିଟି ସୂର୍ଯ୍ୟେପରାଗ ଦୃଶ୍ୟମାନ ହେବ । ଏହି ବିରଳ ସୂର୍ଯ୍ୟେ ପରାଗକୁ ବୈଜ୍ଞାନିକମାନେ ହାଇବ୍ରିଡ଼୍ ସୂର୍ଯ୍ୟେପରାଗର ଆଖ୍ୟା ଦେଇଛନ୍ତି । ଏହି ବିରଳ ସୂର୍ଯ୍ୟେପରାଗକୁ କେତେବେଳେ ଦୃଶ୍ୟମାନ ହେବ ଜାଣିଛନ୍ତି । ଆସନ୍ତାକାଲି, ୨୦ ଏପ୍ରିଲ ଗୁରୁବାର ଦିନ ସକାଳ ୭ଟା ୪ ମିନିଟ୍ରେ ପ୍ରଥମ ସୂଯ୍ୟୋଗ୍ରହଣ ସଙ୍ଗଠିତ ହେବ । ଯାହାକି ଦିନ ୧୨ଟା ୨୯ ମିନିଟରେ ଶେଷ ହେବ । ଏହି ସୂର୍ଯ୍ୟେଗ୍ରହଣର ଅବଧି ରହିବ ମୋଟ ୫ ଘଣ୍ଟା ୨୪ମିନିଟ୍ । ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ , ତଥାପି ଭାରତରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ତେବେ ବର୍ଷର ଏହି ପ୍ରଥମ ସୂର୍ଯ୍ୟେପରାଗ ସିଙ୍ଗାପୁର, ଥାଇଲାଣ୍ଡ, ତାଇଓ୍ବାନ, ମାଲେସିଆ, ଫିଜି, ଜାପାନ, କାମ୍ବୋଡ଼ିଆ, ଚୀନ, ଆମେରିକା, ପାପୁଆ ନ୍ୟୁ ଗିନି, ଇଣ୍ଡୋନେସିଆ, ଅଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଦକ୍ଷୀଣ ଭାରତ ମହାସାଗର, ନ୍ୟୁଜିଲ୍ୟାଣ୍ଡ, ଭିଏତନାମ ଏବଂ ଫିଲିପାଇନ୍ସ ଭଳି ଦେଶକୁ ଦୃଶ୍ୟମାନ ହେବ ।
ତେବେ କ’ଣ ଏହି ହାଇବ୍ରିଡ୍ ସୂର୍ଯ୍ୟୋପରାଗ । କେମିତି ସଙ୍ଗଠିତ ହୋଇଥାଏ ଏପରି ବିରଳ ମହାଜାଗତିକ ସଂଯୋଗ । ବାସ୍ତବରେ ହାଇବ୍ରିଡ୍ ସୂର୍ଯ୍ୟୋପରାଗ ହେଉଛି ଏପରି ଏକ ସଂଯୋଗ ଯେଉଁଠି ଆଂଶିକ, ପୂର୍ଣ୍ଣ ଏବଂ କୁଣ୍ଡଳାକାର ସୂର୍ଯ୍ୟୋପରାଗର ସମିଶ୍ରଣ ଘଟିଥାଏ । ଯାହା ଶହେ ବର୍ଷରେ କେବଳ ଥରେ ମାତ୍ର ସଙ୍ଗଠିତ ହୋଇଥାଏ । ଏପରି ସୂର୍ଯ୍ୟୋପରାଗ ସମୟରେ ଚନ୍ଦ୍ର ପୃଥିବୀଠାରୁ ନାଁ ବେଶୀ ଦୂରରେ ରହେ ନା କମ୍ । ଏହି ଅଦ୍ଭୁତ ସୂର୍ଯ୍ୟୋପରାଗ ସମୟରେ କିଛି ସେକେଣ୍ଡ ପାଇଁ ବଳୟ ବା ରିଙ୍ଗ୍ ଆକାର ସୃଷ୍ଟି ହୋଇଥାଏ । ଯାହାକୁ ‘ଅଗ୍ନି ବଳୟ’ ବା ‘ରିଙ୍ଗ୍ ଅଫ୍ ଫାୟାର’ ବୋଲି ମଧ୍ୟ କୁହାଯାଏ ।
ସମୁଦାୟ ସୂର୍ଯ୍ୟୋପରାଗ ଘଟିଥାଏ, ସେତେବେଳେ ଚନ୍ଦ୍ରର ଛାଇ, ଏହାର ଛାୟାର ଅନ୍ଧକାର ଅଂଶ, ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ଆଚ୍ଛାଦନ କରେ | ଚନ୍ଦ୍ରର ଚତୁର୍ଦ୍ଦିଗରେ ସୂର୍ଯ୍ୟ କିରଣର ଏକ ରିଙ୍ଗ ଛାଡି ଚନ୍ଦ୍ରର ଛାୟା ପୃଥିବୀରେ ପହଞ୍ଚିବା ପରେ ଏକ ପୂର୍ଣ୍ଣାଙ୍ଗ ସୂର୍ଯ୍ୟ ଗ୍ରହଣ ହୁଏ | ଏକ ହାଇବ୍ରିଡ୍ ସୂର୍ଯ୍ୟେପରାଗ ଘଟିଥାଏ ଯେତେବେଳେ ଅମ୍ବ୍ରା କୋଣର ବିନ୍ଦୁ ପୃଥିବୀ ଦେଇ ଯାଇଥାଏ, ଯାହା ଦ୍ବାରା କେତେକ ସ୍ଥାନ ସମୁଦାୟ ଚନ୍ଦ୍ରଗ୍ରହଣ ଏବଂ ଅନ୍ୟମାନେ ବାର୍ଷିକ ଚନ୍ଦ୍ରଗ୍ରହଣ ଦେଖନ୍ତି । ଏକ ହାଇବ୍ରିଡ୍ ସୂର୍ଯ୍ୟୋପରାଗ ଅତ୍ୟନ୍ତ ବିରଳ । କାରଣ ଏଠାରେ ତିନି ପ୍ରକାରର ସୂର୍ଯ୍ୟୋପରାଗକୁ ଗୋଟିଏ ଦିନରେ ଦେଖିବାକୁ ମିଳିଥାଏ । ଏହିପରି ପରବର୍ତ୍ତୀ ଘଟଣା ୨୦୩୧ ଏବଂ ମାର୍ଚ୍ଚ ୨୧୬୪ ମସିହାରେ ଏହାକୁ ଦେଖିବାକୁ ପାଇବେ । ସେତେବେଳକୁ ସୃଷ୍ଟି ସହିତ କଣ ଘଟିଥିବ, କେହି ଜାଣନ୍ତିନି । ତେଣୁ ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଆପଣ ଆସନ୍ତାକାଲି ଦେଖିପାରିବେ । ତେବେ ଖାଲି ଆଖିରେ ଏହା ଭାରତକୁ ଦେଖାଯିବନାହିଁ ।
ଏକ ହାଇବ୍ରିଡ୍ ସୂର୍ଯ୍ୟେଗ୍ରହଣ ଚନ୍ଦ୍ରର ଛାୟାର ତିନୋଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରେ - ଅମ୍ବ୍ରା, ପେନୁମ୍ବ୍ରା ଏବଂ ଆଣ୍ଟୁମ୍ବ୍ରା । ଅର୍ଥାତ୍ ଚନ୍ଦ୍ରର ପୂର୍ଣ୍ଣ ଅନ୍ଧକାର ପାର୍ଶ୍ବ, ଛାୟା ପାର୍ଶ୍ବ ଓ ଆଂଶିକ ଛାୟା ପାର୍ଶ୍ବ । ଚନ୍ଦ୍ରର ଏହି ତିନୋଟି ଛାୟା ପ୍ରକୃତରେ ମହାକାଶରେ ତିନୋଟି ପ୍ରକାରର ସୂର୍ଯୋପରାଗ ସୃଷ୍ଟି କରିଥାନ୍ତି । ହେଲେ ହାଇବ୍ରିଡ୍ ସୂର୍ଯ୍ୟୋପରାଗରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ, ଆଂଶିକ ସୂର୍ଯ୍ୟୋପରାଗ ଏବଂ ବଳୟ ସୂର୍ଯ୍ୟୋପରାଗ , ଏକତ୍ର ମିଶ୍ରଣ ଆକାରରେ ଦୃଶ୍ୟମାନ ହୁଏ । ଯାହା ଆସନ୍ତାକାଲି ଅର୍ଥାତ୍ ଏପ୍ରିଲ ୨୦ରେ ମହାକାଶର ସଂଗଠିତ ହେବ । ହାଇବ୍ରିଡ୍ ସୂର୍ଯ୍ୟଗ୍ରହଣରେ ତିନୋଟି ପ୍ରକାରର ସୂର୍ଯ୍ୟ ଗ୍ରହଣକୁ ଏକତ୍ର କରେ । ହାଇବ୍ରିଡ୍ ଚନ୍ଦ୍ରଗ୍ରହଣ ଘଟିଥାଏ ଯେତେବେଳେ ପୃଥିବୀ ଚନ୍ଦ୍ରର ଛାୟା, ଯାହାକି ଚନ୍ଦ୍ରର ଛାୟାର ଅନ୍ଧକାର ଅଂଶ, ଏହାର ଆଣ୍ଟୁମ୍ବ୍ରା ସହିତ ଦେଖା କରେ । ଯେଉଁଠାରେ ଛାଇ ଶେଷ ହୁଏ ସେହିଠାରେ ଏ ହାଇବ୍ରିଡ୍ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଥାଏ ।
ମହାକାଶରେ ଏହି ବିରଳ ମହାଜାଗତିକ ଘଟଣା ଭାରତରେ ଖାଲି ଆଖିକୁ ଦୃଶ୍ୟମାନ ହେବନାହିଁ । ହେଲେ ବିଶ୍ବର ଅନ୍ୟ କିଛି ଦେଶକୁ ଦୃଶ୍ୟମାନ ହେବ । ଯେମିତିକି ପ୍ରଶାନ୍ତ ମହାସାଗର ଉପକୂଳ ଦେଶ ଗୁଡିକ ଏହାକୁ ଦେଖିପାରିବେ । ୨୦୨୩ର ଏହି ପ୍ରଥମ ସୂର୍ଯ୍ୟୋପରାଗ ସିଙ୍ଗାପୁରକୁ ଦୃଶ୍ୟମାନ ହେବ । ଥାଇଲାଣ୍ଡ, ତାଇଓ୍ବାନ, ମାଲେସିଆବାସୀ ଏହାକୁ ଦେଖିପାରିବେ । ସେହିପରି ଫିଜି, ଜାପାନ, କାମ୍ବୋଡ଼ିଆ, ଚୀନ, ଆମେରିକା, ପାପୁଆ ନ୍ୟୁ ଗିନିରେ ଏହା ଦେଖିବାକୁ ମିଳିବ । ଇଣ୍ଡୋନେସିଆ, ଅଣ୍ଟାର୍କଟିକା, ଅଷ୍ଟ୍ରେଲିଆ, ଦକ୍ଷୀଣ ଭାରତ ମହାସାଗର, ନ୍ୟୁଜିଲ୍ୟାଣ୍ଡ, ଭିଏତନାମ ଏବଂ ଫିଲିପାଇନ୍ସ ଭଳି ଦେଶକୁ ଦୃଶ୍ୟମାନ ହେବ ।
ଏହି ଖବର ପଢ଼ନ୍ତୁ -
IT ଇଞ୍ଜିନିୟରଙ୍କ ନାଁରେ ସାଂଘାତିକ ଅଭିଯୋଗ: ବୀମା କରାଇବାକୁ କହି ୧୧ ଲକ୍ଷ ହଡପନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।