"ଶାଳି ଅଧା ଘରବାଲି": ଚିହିଁକି ଉଠିଲେ ମହିଳା, ସୋସିଆଲ ମିଡିଆରେ ଝଡ଼

ଭିଣୋଇଙ୍କ ସହିତ ଶାଳିଙ୍କ ସମ୍ପର୍କକୁ ଯୋଡି ଅନେକ ମଜା କରିଥାନ୍ତି ସମ୍ପର୍କୀୟମାନେ । କିନ୍ତୁ ବର୍ତ୍ତମାନ ଏପରି ଏକ ଢଗକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ଟ୍ରେଣ୍ଡ କରୁଛି "ଶାଳି ଅଧା ଘରବାଲି" ଢଗକୁ ନେଇ ଋତୁପର୍ଣ୍ଣାଙ୍କ ରିଆକ୍ସନ

ଟ୍ରେଣ୍ଡ କରୁଛି "ଶାଳି ଅଧା ଘରବାଲି" ଢଗକୁ ନେଇ ଋତୁପର୍ଣ୍ଣାଙ୍କ ରିଆକ୍ସନ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: 'ଶାଳି ଅଧା ଘରବାଲି ’ ଏପରି ଏକ ଢଗ ଯାହା ଆପଣ ନିଶ୍ଟିତ ଭାବରେ ଏକାଧିକ ଥର ଶୁଣିଥିବେ । ଏହାର ଅର୍ଥ ମଧ୍ୟ ଢଗରୁ ବେଶ୍ ବୁଝି ହୋଇଯାଏ । ଅର୍ଥାତ ପତ୍ନୀଙ୍କର ଭଉଣୀ (wife's sister) ହେଉଛନ୍ତି ଅଧା ପତ୍ନୀ । ଏହି କଥାକୁ ପ୍ରାୟତଃ ଥଟ୍ଟା ମଜା (jock) ସମୟରେ ବ୍ୟବହାର କରାଯାଇଥାଏ । ବିଶେଷ କରି ଭିଣୋଇଙ୍କ ସହିତ ଶାଳିଙ୍କ ସମ୍ପର୍କକୁ ଯୋଡି ଅନେକ ମଜା କରିଥାନ୍ତି ସମ୍ପର୍କୀୟମାନେ । କିନ୍ତୁ ବର୍ତ୍ତମାନ ଏପରି ଏକ ଢଗକୁ ନେଇ ସୋସିଆଲ ମିଡିଆରେ (social media) ଆରମ୍ଭ ହୋଇଛି ଚର୍ଚ୍ଚା । ଟୁଇଟର ୟଜର୍ସ ଋତୁପର୍ଣ୍ଣା ଚାଟାର୍ଜୀ ଟୁଇଟ ମାଧ୍ୟମରେ କହିଛନ୍ତି ଯେ, ଏପରି ଢଗ ଶୁଣିବା ପରେ ତାଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଥାଏ ।

ଋତୁପର୍ଣ୍ଣାଙ୍କ ଟୁଇଟ୍ ଭାଇରାଲ ହୋଇଛି । ଟୁଇଟରରେ ଏକ ୧ଲକ୍ଷ ୪୬ହଜାର  ବ୍ୟକ୍ତି ଏହାକୁ ଦେଖିଛନ୍ତି । ଏଥିସହ ଅନେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ମତ କମେଣ୍ଟ ବକ୍ସରେ ଦେଇଛନ୍ତି । କିଛି ବ୍ୟକ୍ତି ଋତୁପର୍ଣ୍ଣାଙ୍କ ସହ ସହମତି ପ୍ରକାଶ କରିଥିଲେ । ଏଥିସହ କିଛି ବ୍ୟକ୍ତି କହିଥିଲେ ଏପରି ଶବ୍ଦର ଅପପ୍ରୟୋଗ କରାଯାଉଛି ତେଣୁ ଏହାକୁ ବ୍ୟାନ କରାଯିବା ଆବଶ୍ୟକ ।

ଏହା ହେଉଛି ଋତୁପର୍ଣ୍ଣାଙ୍କ ଟୁଇଟ୍

https://twitter.com/MasalaBai/status/1634015658622038017?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1634015658622038017%7Ctwgr%5E53c483f2ac0ae46bf4d1793c863177d45d22e379%7Ctwcon%5Es1_&ref_url=https%3A%2F%2Fwww.news18.com%2Fbuzz%2Fsaali-aadhi-gharwali-woman-says-she-is-creeped-out-by-the-phrase-and-desi-twitter-is-all-in-agreement-7275271.html

କମେଣ୍ଟରେ କୁହାଯାଇଛି ଯେ, ପୁରୁଷମାନେ ଏପରି ଏକ ଢଗକୁ ସୃଷ୍ଟି କରିଛନ୍ତି । ଯେଉଁଥିରେ ସେ ମହିଳାଙ୍କୁ ବିଶେଷ କରି କମେଣ୍ଟ କରିଥାନ୍ତି । କିନ୍ତୁ ସମ୍ପର୍କର ମଧୁରତା ପ୍ରତି ଧ୍ୟାନ ଦେବାସହ ଏପରି ଶବ୍ଦକୁ ପ୍ରତ୍ୟାଖାନ କରିବା ଉଚିତ । ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, ଏପରି ଢଗ ପତି ପତ୍ନୀଙ୍କ ସମ୍ପର୍କକୁ (relation) ପ୍ରଭାବିତ କରେ । ଅନ୍ୟ ଜଣେ ଲେଖିଛନ୍ତି ମୋ ଶାଳି ଯେବେ ଘରକୁ ଆସି ରହିଥିଲେ ସେ ସମୟରେ ମୁଁ ଏପରି କମେଣ୍ଟକୁ ଉପଲବ୍ଧି କରିଥିଲି ଓ ଏହା ଅତ୍ୟନ୍ତ ଘୃଣ୍ୟ ତଥା ଲଜ୍ୟାଜନକ ମନ୍ତବ୍ୟ ଅଟେ । ଅନ୍ୟଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ, ଏପରି ଶବ୍ଦକୁ ସିନେମାରେ ମଧ୍ୟ ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏହା ଅଧିକ ଭାଇରାଲ ହେବାରେ ଲାଗିଛି ।

ଏହି ଖବର ପଢ଼ନ୍ତୁ - http://ବ୍ୟାପୁଛି H3N2 ଭାଇରସ: ପ୍ରତି ୧୦ ଜଣରେ ୬ଜଣ ପିଲା ଆକ୍ରାନ୍ତ !

ସେହିପରି ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, “ମୋ ମାଆ ଅଳ୍ପ ବୟସରେ ତାଙ୍କ ବଡ଼ ଭଉଣୀକୁ ହରାଇଥିଲେ ଏବଂ ତାଙ୍କର ୩ ପିଲାଙ୍କ ମଧ୍ୟରୁ ବଡ ପିଲାଟିର ବୟସ ୬ ବର୍ଷ ଥିଲା । ସେମାନେ ମୋ ମା’ଙ୍କ ସହ ତାଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ମୋ ମାଆ ମଧ୍ୟ ଏହାକୁ ପ୍ରତିରୋଧ କରି ନଥିଲେ ।
Published by:Soubhagya Mishra
First published: