News18 Odia Digital
ମୁମ୍ବାଇ: ସାପ ଓ ନେଉଳ ଭିତରେ ଥିବା ଶତୃତା କଥା ସମସ୍ତେ ଜାଣନ୍ତି । ଯେତେବେଳେ ଏହି ଦୁଇ ମହା ଶତୃ ପରସ୍ପରର ମୁହାଁମୁହିଁ ହୁଅନ୍ତି ସେତେବେଳେ ଘମାଘୋଟ ଲଢ଼େଇ ହୋଇଥାଏ । ସାପ ଓ ନେଉଳ ଭିତରେ ହେଉଥିବା ଲଢ଼େଇ ପ୍ରାଣୀ ଜଗତରେ ଏକ ସାଧାରଣ କଥା । ହେଲେ ଏହି ଲଢ଼େଇକୁ ଅନେକ ଲୋକ ଜାବନରେ କେବେ ଦେଖି ନ ଥିବେ ।
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ସାପ ଓ ଗୋଟିଏ ନେଉଳ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳୁଛି । ସାପ ଓ ନେଉଳ (snake mongoose fight video) ପରସ୍ପର ସହ ଜୋରଦାର୍ ସଂଗ୍ରାମ କରୁଥିବା ଏହି ଭିଡିଓରେ ଦେଖାଯାଉଛି । ଏହି ଯୁଦ୍ଧକୁ ଦେଖିବା ବେଳେ ଆପଣଙ୍କ ହୃଦସ୍ପନ୍ଦନ ବଢ଼ିଯାଇପାରେ । ଯୁଦ୍ଧର ଏହି ରୋମାଞ୍ଚକୁ ଦେଖି କିଏ ଜିତିବ ଓ କିଏ ହାରିବ ତାହା କହିବା କଷ୍ଟକର ମନେହେବ । ସାପ ଓ ନେଉଳ ମଧ୍ୟରେ ଏହି ରୋମାଞ୍ଚକ ଲଢ଼େଇର ଦୃଶ୍ୟ ଅନେକ ଲୋକ ଦେଖୁଛନ୍ତି ।
ଏହା ବି ପଢ଼ନ୍ତୁ | ଏବେ ରାଜ୍ୟରେ ଦିନ ବେଳା କର୍ଫ୍ୟୁ ଲାଗିବ ନାହିଁ; ୧୦ ଜିଲ୍ଲାରେ କାଲି ଠାରୁ ରାତି କର୍ଫ୍ୟୁ ହେବ: କହିଲେ SRCଆପଣ ଭିଡିଓରେ ଦେଖିପାରିବେ ଯେ ଆରମ୍ଭରେ ସାପ ଓ ନେଉଳ ପରସ୍ପରର ସାମ୍ନା କରୁଛନ୍ତି । ସାପ ନିଜ ଫଣା କାଢ଼ୁଛି ଓ ନେଉଳକୁ ଫଣା ହଲେଇ ଚୋଟ ମାରିବାର ଭୟ ଦେଖାଉଛି । ତା’ ପରେ ଦେଖାଯାଉଛି ଯେ ନେଉଳ ବି ଆଦୌ ନ ଡରି ସାପ ଉପରେ ଆକ୍ରମଣ କରୁଛି । ଦୁହେଁ ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ସାପ ସେହି ପଥର ଉପରୁ ତଳକୁ ଖସିପଡୁଛି ଓ ସେଠାରୁ ଖସିଯିବାକୁ ଚେଷ୍ଟା କରୁଛି ।
ଏଇଠି ଦେଖନ୍ତୁ ସେହି ଭାଇରାଲ୍ ଭିଡିଓ:ହେଲେ ନେଉଳ ତ ଛାଡ଼ିବା ପ୍ରାଣୀ ନୁହେଁ । ସେ ସାପ ପଛେ ପଛେ ଦୌଡ଼ି ଯାଇ ସାପର ଲାଞ୍ଜକୁ କାମୁଡ଼ି ଧରିବାକୁ ଚେଷ୍ଟା କରୁଛି । ନେଉଳ ନିଜ ପାଟିରେ ସାପର ଲାଞ୍ଜକୁ ଥରେ ଦୁଇ ଥର କାମୁଡ଼ି ଦେଉଛି, ହେଲେ ସାପ ନିଜ ଗତି ଜାରି ରଖୁଛି ଓ ସେଠାରୁ କୌଣସି ମତେ ପଳେଇଯିବାକୁ ଚେଷ୍ଟା କରୁଛି । ହେଲେ ନେଉଳ ତାକୁ ଛାଡ଼ିବାକୁ ନାରାଜ । ସେ ତା’ ପଛରେ ଗୋଡ଼ାଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ୨ ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେସାପଟି ଆଗକୁ ବଢ଼ି କିଛି ସମୟ ପାଇଁ ଅଟକି ଯାଉଛି, ହେଲେ ପୁଣି ଦୁହିଁଙ୍କ ମଧ୍ୟରେ ଲଢ଼େଇ ହେଉଛି । କିନ୍ତୁ ଧୀରେ ଧୀରେ ସାପଟି ଆଗକୁ ଯାଇ ଏକ ଗାତରେ ପ୍ରବେଶ କରୁଥିବା ଦେଖାଯାଉଛି । ସେଇଠୁ ନେଉଳ ସାପକୁ ଛାଡ଼ିଦେଉଛି । ସାପ ନିଜ ପ୍ରାଣ ବଞ୍ଚେଇବାରେ ସଫଳ ହେଉଛି, ମାତ୍ର ନେଉଳ ସହ ଲଢ଼ି ତାକୁ ପରାଜୟ କରି ନୁହେଁ, ବରଂ ନେଉଳକୁ ଭୟ କରି ତା’ ଠାରୁ ପଳାୟନ କରି ।
ନେଉଳ ଓ ସାପର ଏହି ଲଢ଼େଇକୁ ଅନେକ ଲୋକ ଦେଖି ପ୍ରଥମ ଥର ପାଇଁ ଜାଣୁଛନ୍ତି ଯେ ବାସ୍ତବରେ ଏହି ଦୁଇ ଶତୃ ପ୍ରାଣୀଙ୍କ ମଧ୍ୟରେ ଲଢ଼େଇ କେତେ ଭୟଙ୍କର ହୋଇଥାଏ । ଭିଡିଓ ଉପରେ ଅନେକ ପ୍ରତିକ୍ରିୟା ବି ଆସୁଛି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।