News18 Odia Digital
ଜୟପୁର: ଆପଣ ହୁଏତ ସାପ ଓ ନେଉଳର ଲଢ଼େଇର ଅନେକ ଦୃଶ୍ୟ ଦେଖିଥିବେ । ନିକଟରେ ଗୋଟେ ସାପ ଓ ଗୋଟେ ଗଧ ମଧ୍ୟରେ ଲଢ଼େଇର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସାପଟି ଗଧର ପାଟିରେ ଫସିଯାଇଥିଲା । ତା’ପରେ ପରସ୍ପର ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଦୁହେଁ କେମିତି ସଙ୍ଘର୍ଷ କରୁଥିଲେ ସେହି ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା ।
ଏହି ଘଟଣା ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ପିପଲଖଣ୍ଟ ଅଞ୍ଚଳରେ ଘଟିଥିଲା । ଏକ ଗଧ ସେଠାରେ ଥିବା ମାହି ନଦୀ କୂଳରେ ଘାସ ଚରିବାକୁ ଆସିଥିଲା । ସେ ଘାସରେ ମୁହଁ ବୁଲାଉଥିବା ବେଳେ ଘାସ ଉପରେ ଶୋଇଥିବା ଏକ ସାପ ତା’ ପାଟି ଭିତରେ ପଶିଗଲା । ସାପର ଦେହର ମଧ୍ୟ ଭାଗ ଗଧର ପାଟି ଭିତରେ ଥିଲା । ସାପଟି ଗଧର ପାଟିରେ ଅଟକି ଯାଇଥିଲା ।
ସାପଟିକୁ ପାଟି ଭିତରୁ ବାହାର କରିବା ପାଇଁ ଗଧଟି ବହୁତ ଚେଷ୍ଟା କଲା । ସେ ନିଜ ମୁଣ୍ଡ ଓ ବେକକୁ ବହୁତ ହଲେଇଲା, କିନ୍ତୁ ସାପଟି ବାହାରକୁ ଆସିଲା ନାହିଁ । ସାପଟି ନା ଗଧର ପାଟିରୁ ବାହାରକୁ ଆସିଲା ନା ତା’ ପାଟି ଭିତରକୁ ଗଲା । ସାପଟି ବି ଗଧର ପାଟି ଭିତରୁ ବାହାରିବାକୁ ଆସିବାକୁ ବହୁତ ଚେଷ୍ଟା କରୁଥିଲା । କିନ୍ତୁ ସେ ବାହାରକୁ ଆସିପାରି ନ ଥିଲା । ଏହି ସମୟରେ ସେ ଗଧଟିର ବେକ ଓ ପାଟିକୁ କାମୁଡ଼ି ଦେଇଥିଲା ।
ଦେଖନ୍ତୁ ଭିଡିଓ (Watch Video):
ନିଜ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିବାର କିଛି ସମୟ ପରେ ସାପଟିର ମୃତ୍ୟୁ ଘଟିଥିଲା । ସେତେବେଳେ ବି ସେ ଗଧର ପାଟିରେ ଥିଲା । ଏହାର ଦୁଇରୁ ତିନି ଘଣ୍ଟା ପରେ ଗଧଟି ବି ମରିଗଲା କାରଣ ତାକୁ ଗୋଟେ ସାପ କାମୁଡ଼ିଥିଲା ଓ ତା’ର ବିଷ ଗଧର ଶରୀରରେ ବ୍ୟାପି ଯାଇଥିଲା ।
ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍ଏହା ବି ପଢ଼ନ୍ତୁ | ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସାପ ଓ ଗଧ ଦୀର୍ଘ ସମୟ ଧରି ଯୁଦ୍ଧ କରିଥିଲେ । ଉଭୟ ପରସ୍ପର ଠାରୁ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ତାହା କରିପାରି ନ ଥିଲେ ଓ ଶେଷରେ ମୃତ୍ୟୁ ବରଣ କରିଥିଲେ ।
ଏହି ଘଟଣାର ଭିଡିଓ ସକାଳେ ନଦୀ କୂଳକୁ ବୁଲିବାକୁ ଯାଇଥିବା ଦଳେ ଯୁବକଙ୍କ ଦ୍ୱାରା ବନାଯାଇଛି । ଭୟରେ ସେମାନଙ୍କ ଭିତରୁ କେହି ସାପ ବା ଗଧ ପାଖକୁ ଯାଇ ନ ଥିଲେ । ଉଭୟ ଗଧ ଓ ସାପ ମରିଯାଇଥିଲେ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।