ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ସାପଟିକୁ ପାଟି ଭିତରୁ ବାହାର କରିବା ପାଇଁ ଗଧଟି ବହୁତ ଚେଷ୍ଟା କଲା । ସେ ନିଜ ମୁଣ୍ଡ ଓ ବେକକୁ ବହୁତ ହଲେଇଲା, କିନ୍ତୁ ସାପଟି ବାହାରକୁ ଆସିଲା ନାହିଁ । ସେ ନା ଗଧର ପାଟିରୁ ବାହାରକୁ ଆସିଲା ନା ତା’ ପାଟି ଭିତରକୁ ଗଲା ।

ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO
ସାପକୁ ପାଟିରେ ଧରି ସଙ୍ଘର୍ଷ କରୁଥିବା ଗଧ
  • News18 Odia
  • Last Updated: August 28, 2020, 8:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଜୟପୁରଆପଣ ହୁଏତ ସାପ ଓ ନେଉଳର ଲଢ଼େଇର ଅନେକ ଦୃଶ୍ୟ ଦେଖିଥିବେ । ବର୍ତ୍ତମାନ ଏକ ସାପ ଓ ଏକ ଗଧ ମଧ୍ୟରେ ଲଢ଼େଇର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ସାପ ଗଧର ପାଟିରେ ଫସିଯାଇଛି । ତା’ପରେ ପରସ୍ପର ଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଦୁହେଁ କେମିତି ସଙ୍ଘର୍ଷ କରୁଛନ୍ତି ତା’ର ଭିଡିଓ ଭାଇରାଲ୍‌ ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣା ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ପିପଲଖଣ୍ଟ ଅଞ୍ଚଳରେ ଘଟିଛି । ମଙ୍ଗଳବାର ସକାଳେ ଏକ ଗଧ ଏଠାରେ ଥିବା ମାହି ନଦୀ କୂଳରେ ଘାସ ଚରିବାକୁ ଆସିଥିଲା । ସେ ଘାସରେ ମୁହଁ ବୁଲାଉଥିବା ବେଳେ ଘାସ ଉପରେ ଶୋଇଥିବା ଏକ ସାପ ତା’ ପାଟି ଭିତରେ ପଶିଗଲା । ସାପର ଦେହର ମଧ୍ୟ ଭାଗ ଗଧର ପାଟି ଭିତରେ ଥିଲା । ସାପଟି ଗଧର ପାଟିରେ ଅଟକି ଯାଇଥିଲା ।

ସାପଟିକୁ ପାଟି ଭିତରୁ ବାହାର କରିବା ପାଇଁ ଗଧଟି ବହୁତ ଚେଷ୍ଟା କଲା । ସେ ନିଜ ମୁଣ୍ଡ ଓ ବେକକୁ ବହୁତ ହଲେଇଲା, କିନ୍ତୁ ସାପଟି ବାହାରକୁ ଆସିଲା ନାହିଁ । ସାପଟି ନା ଗଧର ପାଟିରୁ ବାହାରକୁ ଆସିଲା ନା ତା’ ପାଟି ଭିତରକୁ ଗଲା । ସାପଟି ବି ଗଧର ପାଟି ଭିତରୁ ବାହାରିବାକୁ ଆସିବାକୁ ବହୁତ ଚେଷ୍ଟା କରୁଥିଲା । କିନ୍ତୁ ସେ ବାହାରକୁ ଆସିପାରି ନ ଥିଲା । ଏହି ସମୟରେ ସେ ଗଧଟିର ବେକ ଓ ପାଟିକୁ କାମୁଡ଼ି ଦେଇଥିଲା ।

ଦେଖନ୍ତୁ ଭିଡିଓ (Watch Video):



ନିଜ ଜୀବନ ବଞ୍ଚାଇବାକୁ ସଙ୍ଘର୍ଷ କରିବାର କିଛି ସମୟ ପରେ ସାପଟିର ମୃତ୍ୟୁ ଘଟିଥିଲା । ସେତେବେଳେ ବି ସେ ଗଧର ପାଟିରେ ଥିଲା । ଏହାର ଦୁଇରୁ ତିନି ଘଣ୍ଟା ପରେ ଗଧଟି ବି ମରିଗଲା କାରଣ ତାକୁ ଗୋଟେ ସାପ କାମୁଡ଼ିଥିଲା ଓ ତା’ର ବିଷ ଗଧର ଶରୀରରେ ବ୍ୟାପି ଯାଇଥିଲା ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ସାପ ଓ ଗଧ ଦୀର୍ଘ ସମୟ ଧରି ଯୁଦ୍ଧ କରିଥିଲେ । ଉଭୟ ପରସ୍ପର ଠାରୁ ନିଜ ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନେ ତାହା କରିପାରି ନ ଥିଲେ ଓ ଶେଷରେ ମୃତ୍ୟୁ ବରଣ କରିଥିଲେ ।



ଏହି ଘଟଣାର ଭିଡିଓ ସକାଳେ ନଦୀ କୂଳକୁ ବୁଲିବାକୁ ଯାଇଥିବା ଦଳେ ଯୁବକଙ୍କ ଦ୍ୱାରା ବନାଯାଇଛି । ଭୟରେ ସେମାନଙ୍କ ଭିତରୁ କେହି ସାପ ବା ଗଧ ପାଖକୁ ଯାଇ ନ ଥିଲେ । ଉଭୟ ଗଧ ଓ ସାପ ମରିଯାଇଥିଲେ ।
Published by: Anand Shankar Thankur Das
First published: August 28, 2020, 8:58 PM IST
corona virus btn
corona virus btn
Loading