ବିଜେପି କାର୍ଯ୍ଯାଳୟରେ ନାଗ; ଶୁଭ-ଅଶୁଭ ନେଇ ହେଉଛି ଚର୍ଚ୍ଚା

ବିଜେପି କାର୍ଯ୍ଯାଳୟରୁ ବାହାରିଲା ନାଗ । ଫଳାଫଳ ବିଜେପି ସପକ୍ଷରେ ଆସିପାରେ କିମ୍ୱା ନଆସିପାରେ ବୋଲି କେହି କେହି କହୁଛନ୍ତି ।

ବିଜେପି କାର୍ଯ୍ଯାଳୟରେ ନାଗ

ବିଜେପି କାର୍ଯ୍ଯାଳୟରେ ନାଗ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଚାଲିଛି ଭୋଟ୍‌ ଗଣତି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ରେ ୧୩୨ ଆସନରେ ଅଗ୍ରଣୀ ରହି କଂଗ୍ରେସ ମ୍ଯାଜିକ ମାର୍କ ଅତିକ୍ରମ କରିଛି। ସୂଚନା ଅନୁସାରେ, ୨୨୪ ଆସନବିଶିଷ୍ଟ ରାଜ୍ୟ ବିଧାନସଭାରେ ସମ୍ପ୍ରତି କଂଗ୍ରେସ ୧୩୨ଟି ଆସନରେ ଆଗୁଆ  ଥିବା ବ‌େଳେ ‘ବିଜେପି’ ୭୩ ଏବଂ ‘ଜେଡି(ଏସ୍‌)’ ୧୭ଟି ଓ ଅନ୍ୟାନ୍ୟ ୨ଟି ଆସନରେ ଅଗ୍ରଣୀ ଅଛନ୍ତି। ଫଳାଫଳକୁ ନେଇ ପ୍ରମୁଖ ଦଳ ମାନେ ତର୍ଜମା କରୁଥିବା ବେଳେ ଘଟିଛି ଏକ ଅଭାବନୀୟ ଘଟଣା । ବିଜେପି ଅଫିସରୁ ଏକ ନାଗ ସାପକୁ ଉଦ୍ଧାର କରାଯାଇଛି ।
 ବିଜେପି ପ୍ରାର୍ଥୀ ଶିବରାଜ ସଜ୍ଜନଙ୍କ ଘରେ ମୁଖ୍ୟମନ୍ତ୍ରୀ ବୋମାଇ ବୈଠକ କରୁଥିବା ବେଳେ ବିଜେପି ଅଫିସରେ ନାଗ ବୁଲୁଥିବାର ଦେଖିବାକୁ ମିଳିଛି । କିଛି ଜଣ ଏହାକୁ ଶୁଭ କହୁଥିବା ବେଳେ କିଛି ଜଣ ଏହାକୁ ଅଶୁଭ ବୋଲି କହୁଛନ୍ତି । ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ନାଗ ସାପକୁ ଧରି ବାହାରେ ଛଡାଯାଇଛି ।
Published by:Soumya Das
First published: