News 18 Odia Digital
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅଫିସ୍ କୁ ସ୍କୁଟର ଯିବାର ଏକ ଭିଡିଓ ପୋଷ୍ଟ କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୋଷ୍ଟ ହୋଇଥିବା ଭିଡିଓରେ ଶ୍ରୀମତୀ ଇରାନୀ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପାୱାରଙ୍କ ସହ ଏକ ସ୍କୁଟି ଚଳାଉଥିବାର ନଜରେ ଆସିଛନ୍ତି । ଯାହା ଏବେ ବେସ୍ ଭାଇରାଳ ହେବାରେ ଲାଗିଛି । ଭିଡିଓର କ୍ୟାପସନରେ ଇରାନୀ ଲେଖିଛନ୍ତି, ଯେ “ତିରଙ୍ଗା ଯାତ୍ରା ସହିତ" ଆମେ କିଛି ନୂଆ ଆରମ୍ଭ କରିଛୁ, ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀ ପାୱାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଛାଡ଼ିବି ।
ଇରାନୀ ଏକ ସାରୀ ପିନ୍ଧିଥିବାର ଓ ହେଲମେଟ ପିନ୍ଧିଥିବାର ନଜର ଆସିଥିବାବେଳେ ଶ୍ରୀମତୀ ପାୱାର ସାଲୱାର କାମିଜରେ ଅଛନ୍ତି ଓ ଗୋଟ ଜାତୀୟ ପତାକା ଧରିଛନ୍ତି । ଆଉ ଗୋଟେ ଜାତୀୟ ପତାକା ସ୍କୁଟିରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓଟି ମାତ୍ର ୨୩ ଘଣ୍ଟାରେ ମଧ୍ୟରେ ୭୦,୦୦୦ ରୁ ଅଧିକ ଲାଇକ୍ ପାଇ ତତକ୍ଷଣାତ୍ ଭାଇରାଲ୍ ହେବାର ଲାଗିଥିଲା । ମନ୍ତ୍ରୀଙ୍କ ଅନେକ ଅନୁଗାମୀ ଭଲ କଥା ଏହି ପୋଷ୍ଟରେ ଲେଖୁଛନ୍ତି ।
ସ୍ୱାଧୀନତା ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୩୧ ରେ ଘୋଷଣା କରିଥିଲେ ଯେ "ହର ଘର ତିରଙ୍ଗା" ଆନ୍ଦୋଳନ ଅନୁଷ୍ଠିତ ହେବ । ଏହି ଅବସରରେ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ ମିଡିଆରେ ସମସ୍ତଙ୍କ ପ୍ରୋଫାଇଲ୍ ଚିତ୍ର ଭାବରେ "ତ୍ରିରଙ୍ଗା" ବ୍ୟବହାର କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣିତ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।
'ହର ଘର ତିରଙ୍ଗା' ଅଭିଯାନ 'ଆଜାଡି କା ଅମୃତ ମହୋତ୍ସବ'ର ଏକ ଅଂଶ ଯାହାକି ଭାରତର ସ୍ୱାଧୀନତାର ୭୫ ତମ ବର୍ଷ ପାଳନ କରିବାକୁ ଲୋକଙ୍କୁ ଘରେ' ତ୍ରିରଙ୍ଗା 'ଉଡ଼ାଇ ବାକୁ ଅନୁରୋଧ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।