କଂଗ୍ରେସକୁ ସ୍ମୃତି ଇରାନୀଙ୍କ ପାଲଟା ଜବାବ
News18 Odia Digital
ନୂଆ ଦିଲ୍ଲୀ: ତାଙ୍କ ଝିଅ ଗୋଆରେ ବାର ଚଲାଇବା ଓ ତାଙ୍କ ଉପରେ କଂଗ୍ରେସର ଆକ୍ରମଣ ଅଭିଯୋଗ ଉପରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ପ୍ରତିକ୍ରିୟା ରଖିଛନ୍ତି।
ସ୍ମୃତି ଇରାନୀ କହିଛନ୍ତି ଯେ ତାଙ୍କ ଝିଅର ବୟସ ମାତ୍ର ୧୮ ବର୍ଷ। ଝିଅ କଲେଜର ପ୍ରଥମ ବର୍ଷର ଛାତ୍ର ଓ ସେ କୌଣସି ବାର୍ ଚଲାଉ ନାହାଁନ୍ତି ବରଂ ପାଠ ପଢୁଛନ୍ତି। ସ୍ମୃତି ଇରାନୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅର ଚରିତ୍ରର ଉପରେ ଦାଗ ଲାଗାଇବାକୁ ଚେଷ୍ଟା କରୁଛି କଂଗ୍ରେସ। ଶନିବାର କଂଗ୍ରେସ ଅଭିଯୋଗ କରିଛି ଯେ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଏକ ବେଆଇନ ବାର ଚଲାଉଛନ୍ତି।
ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ମତି ଇରାନୀଙ୍କୁ ଇସ୍ତଫା ଦେବାକୁ ଦାବି କରିଛନ୍ତି। ଏହି ଅଭିଯୋଗକୁ ସ୍ମୃତି ଇରାନୀଙ୍କ ଝିଅ ଖାରଜ କରିସାରିଛନ୍ତି।
କେନ୍ଦ୍ର ମନ୍ତ୍ରୀଙ୍କ ଝିଅ ପାଇଁ ଓକିଲ କିରତ ନାଗରା କହିଛନ୍ତି ଯେ ତାଙ୍କ କ୍ଲାଇଣ୍ଟ 'ସିଲି ସୋଲ୍ସ' ନାମକ ଏକ ରେଷ୍ଟୁରାଣ୍ଟର ନା ସେ ମାଲିକ ନା ଏହାର ପରିଚାଳନା କରୁଛନ୍ତି। ତାଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଦିଆଯାଇ ନାହିଁ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘‘ମୁଁ ରାହୁଲ ଗାନ୍ଧିଙ୍କୁ ୨୦୨୪ରେ ଆମେଠୀ ଲୋକସଭା ଆସନରୁ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆହ୍ବାନ କରୁଛି ଓ ସେ ପୁନର୍ବାର ହାରିବେ ବୋଲି କହିଛି। ମୁଁ ଆଇନ ଅଦାଲତରେ, ଲୋକଙ୍କ କୋର୍ଟରେ ଉତ୍ତର ଖୋଜିବି।’’
କଂଗ୍ରେସର ଅଭିଯୋଗ ଉପରେ ସ୍ମୃତି କହିଛନ୍ତି, ମୋ ଝିଅର ଦୋଷ ହେଉଛି ଯେ ତାଙ୍କ ମା' ସୋନିଆ ଓ ରାହୁଲ ଗାନ୍ଧିଙ୍କ ୫୦୦୦ କୋଟି ଟଙ୍କା ଲୁଟ୍ ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।’’
ଏହି ଅଭିଯୋଗ ଦାଖଲ କରିଥିବା ଗୋଆର ଓକିଲ ଆୟର୍ସ ରୋଡ୍ରିକ୍ସ ସ୍ମୃତି ଇରାନୀଙ୍କ ଉତ୍ତରରେ କହିଛନ୍ତି ଯେ ସମଗ୍ର ବିଶ୍ୱ ଜାଣେ ଯେ 'ସିଲି ସୋଲ୍ସ କାଫେ ଆଣ୍ଡ ବାର୍' ଆସଗାଓରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପରିବାର ଦ୍ୱାରା ପରିଚାଳିତ। ଗୋଆ ଗାଁ ଭୋଉଟା ଭଡ୍ଡୋରେ କରାଯାଇଛି ଓ ଏହା ବିଷୟରେ ଯଥେଷ୍ଟ ପ୍ରମାଣ ମଧ୍ୟ ଅଛି।
ସେ କହିଛନ୍ତି, ବାର୍ ଓ ରେଷ୍ଟୁରାଣ୍ଟକୁ ଏକ୍ସାଇଜ୍ କମିଶନର ଏକ କାରଣ ଦର୍ଶାଅ ନୋଟି ଜାରି କରିଛନ୍ତି। ତେଣୁ ଜୁଲାଇ ୨୯ରେ ହେବାକୁ ଥିବା ଶୁଣାଣିରେ ଏହାର ମାଲିକ କିଏ ତାହା ଜଣାପଡ଼ିବ। ରୋଡ୍ରିକ୍ସ କହିଛନ୍ତି ଯେ ଏହା ପ୍ରକାଶ ପାଇଛି ଯେ ସ୍ମୃତି ଇରାନୀଙ୍କ ପରିବାରର ମଧ୍ୟ ଗୋଆରେ ଅନ୍ୟାନ୍ୟ ପ୍ରମୁଖ ସମ୍ପତ୍ତି ରହିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।