News18 Odia Digital
ନୂଆ ଦିଲ୍ଲୀ: କ୍ୟାବିନରେ ଧୂଆଁ ଦେଖାଯିବା ପରେ ଗୋଆ-ହାଇଦ୍ରାବାଦ ଅଭିମୁଖେ ସ୍ପାଇସଜେଟ୍ ବିମାନ ହାଇଦ୍ରାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିଲା । ସିଭିଲ୍ ଆଭିଏସନ୍ ଡାଇରେକ୍ଟୋରେଟ ଜେନେରାଲ୍ (ଡିଜିସିଏ) ଘଟଣାର ତଦନ୍ତ କରୁଛି ବୋଲି ଅଧିକାରୀ କହିଛନ୍ତି।
ଜଣେ ଡିଜିସିଏ ଅଧିକାରୀଙ୍କ ଅନୁଯାୟୀ ବିମାନଟି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିବା ପରେ ଯାତ୍ରୀମାନଙ୍କୁ ଜରୁରୀକାଳୀନ ବାହାର ଫାଟକରୁ ସ୍ଥାନାନ୍ତର କରାଯାଇଥିଲା ଓ ଏହି ସମୟରେ ଜଣେ ଯାତ୍ରୀଙ୍କ ଗୋଡରେ ସାମାନ୍ୟ ସ୍କ୍ରାଚ୍ ହୋଇଯାଇଛି।
ହାଇଦ୍ରାବାଦ ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ Q400 VT-SQB ବିମାନରେ ପ୍ରାୟ ୮୬ ଜଣ ଯାତ୍ରୀ ଥିଲେ। ଉକ୍ତ ବିମାନର ଜରୁରୀ ଅବତରଣ ହେତୁ ବୁଧବାର ନଅଟି ବିମାନକୁ ଡାଇଭର୍ଟ କରିବାକୁ ପଡିବ ବୋଲି ସେ କହିଛନ୍ତି।
ଗୁରୁବାର ଦିନ ଡିଜିସିଏର ଜଣେ ଅଧିକାରୀ କହିଛନ୍ତି ଯେ ବିମାନ ଚଳାଚଳ ନିୟନ୍ତ୍ରକ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି। ବିମାନଟି ଗୋଆରୁ ରାତି ୯.୫୫ରେ ଉଡାଣ ଭରିଥିଲା ଓ ରାତି ୧୧.୩୦ ରେ ହାଇଦ୍ରାବାଦରେ ଅବତରଣ କରିବାର ଠିକ୍ ପୂର୍ବରୁ ପାଇଲଟ୍ କକ୍ପିଟ୍ ରେ ଧୂଆଁ ଦେଖିଲେ। ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଓ ଧୂଆଁ ଯୋଗୁଁ ଜଣେ ମହିଳା ଯାତ୍ରୀ ଅସୁସ୍ଥ ହୋଇପଡିଥିଲେ।
ଜରୁରୀକାଳୀନ ଅବତରଣ ହେତୁ ନଅଟି ବିମାନକୁ ଅନ୍ୟ ସହରକୁ ସ୍ଥାନାନ୍ତର କରିବାକୁ ପଡିଲା। ୬ଟି ଘରୋଇ ବିମାନ, ଦୁଇଟି ଆନ୍ତର୍ଜାତୀୟ ବିମାନ ଓ ଗୋଟିଏ ମାଲ ପରିବହନ ଉଡ଼ାଣ କରାଯାଇଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।