ହରିଦ୍ୱାର କୁମ୍ଭରେ ବିଶ୍ୱର ସବୁଠୁ ଛୋଟ ନାଗା ସାଧୁ: ଉଚ୍ଚତା ୧୮ ଇଞ୍ଚ୍, ଓଜନ ମାତ୍ର ୧୮ କିଲୋଗ୍ରାମ୍
ସର୍ବଦା ଭଗବାନ ଶିବଙ୍କ ଆରାଧନାରେ ଲୀନ ରହୁଥିବା ୫୫ ବର୍ଷୀୟ ନାଗା ସାଧୁ ବାବା ନାରାୟଣ ନନ୍ଦ ସ୍ୱାମୀଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ନେବା ଓ ବସାଇବା ଆଦି ସବୁ କାମ ତାଙ୍କ ଶିଷ୍ୟ ଉମେଶ କୁମାର କରନ୍ତି ।

ନାଗା ସାଧୁ ବାବା ନାରାୟଣ ନନ୍ଦ ସ୍ୱାମୀ
- News18 Odia
- Last Updated: March 24, 2021, 11:59 PM IST
ହରିଦ୍ୱାର: ମହାକୁମ୍ଭ ମେଳା ପାଇଁ ବହୁ ସଂଖ୍ୟାରେ ସାଧୁ-ସନ୍ତ ବିଶ୍ୱାସର ମହା ମିଳନ ସ୍ଥଳ ହରିଦ୍ୱାରରେ ଆସି ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ କେହି ନିଜ ଅନନ୍ୟ ଆଧ୍ୟାତ୍ମିକ ଅଭ୍ୟାସର ଶୈଳୀ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି ତ ଆଉ କେହି ନିଜ ଶରୀରର ଅନନ୍ୟ ଉଚ୍ଚତା ଯୋଗୁଁ ସମସ୍ତଙ୍କ ଧ୍ୟାନର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଏପରି ଅନନ୍ୟ ଉଚ୍ଚତା ବିଶିଷ୍ଟ ଜଣେ ବିଶେଷ ନାଗା ବାବା ହେଉଛି ନାରାୟଣ ନନ୍ଦ ସ୍ୱାମୀ ।
ନାରାୟଣ ନନ୍ଦ ନାମକ ଏହି ସାଧୁ ଜୁନା ଆଖଡ଼ାର ନାଗା ସନ୍ନ୍ୟାସୀ । ତାଙ୍କ ଉଚ୍ଚତା ମାତ୍ର ୧୮ ଇଞ୍ଚ । ଆଉ ତାଙ୍କ ଓଜନ ମାତ୍ର ୧୮ କିଲୋଗ୍ରାମ୍ । ବାବା ନାରାୟଣ ନନ୍ଦ ସର୍ବଦା ଭଗବାନ ଶିବଙ୍କ ଆରାଧନାରେ ଲୀନ ରହନ୍ତି । ହେଲେ ସେ ଠିକ୍ ଭାବରେ ଶୁଣିବାରେ ଅସମର୍ଥ । ହରିଦ୍ୱାରର ଶ୍ରୀ ପଞ୍ଚ ଦସନାମା ଜୁନା ଆଖଡ଼ା ନିକଟରେ ଥିବା ବିର୍ଲା ଘାଟ୍ ବ୍ରିଜ୍ ନିକଟରେ ନାରାୟଣ ନନ୍ଦ ସ୍ୱାମୀ ନିଜ ଆସ୍ଥାନ ଜମାଇଛନ୍ତି । ଯିଏ ବି ସେହି ପଥ ଦେଇ ଯାଉଛି ସେ ନିଶ୍ଚିତ ଭାବରେ ନାରାୟଣ ନନ୍ଦ ଗିରି ମହାରାଜଙ୍କୁ ଦେଖିବା ପାଇଁ କିଛି ସମୟ ଅଟକି ଯାଉଛି ।
ଏହା ବି ପଢ଼ନ୍ତୁ | କରୋନାର ପ୍ରକୋପ ବଢ଼ିଲା; ଓଡ଼ିଶାକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ; ମାଲକାନଗିରିରେ ଲାଗୁ ହେଲା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | କେନ୍ଦୁଝର: କାର୍ ଚଳାଉଥିବା ବେଳେ ଆଖି ଲାଗିଗଲା; ଗଛରେ ପିଟିଲା କାର୍; ବାପା ମୃତ, ପୁଅ ଆହତ
‘‘ମୋ’ ଜୀବନ ନାନା ଅସୁବିଧାରେ ପରିପୂର୍ଣ୍ଣ ରହିଆସିଛି । ଯେପର୍ଯ୍ୟନ୍ତ ମୋ’ ପିତାମାତା ଜୀବିତ ଥିଲେ, ମୁଁ କାହା ଉପରେ ନିର୍ଭରଶୀଳ ନ ଥିଲି । ମୋ’ ପିତାମାତା ଥିବା ପର୍ଯ୍ୟନ୍ତ ମୁଁ ଘରୁ ବାହାରକୁ ଯାଇ ନ ଥିଲି । ମୋ’ ପିତାମାତା ହିଁ ମୋତେ ଖୁଆଇବା, ଉଠାଇ ବସାଇବା ଆଦି ସବୁ କାମ କରୁଥିଲେ । କିନ୍ତୁ ପିତାମାତାଙ୍କ ଦେହାନ୍ତ ପରେ ମୋ’ ସମସ୍ୟା ବଢ଼ିଯାଇଥିଲା । ତା’ପରେ ମୁଁ ସନ୍ନ୍ୟାସ ଆଡ଼କୁ ଗତି କରିଥିଲି ଓ ଜୁନା ଆଖଡ଼ାର ଭିକ୍ଷୁ ହୋଇଥିଲି,’’ କହିଛନ୍ତି ନାରାୟଣ ନନ୍ଦ ଗିରି ମହାରାଜ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ବାବାଙ୍କ ସହିତ ସର୍ବଦା ଉମେଶ କୁମାର ନାମକ ଜଣେ ଶିଷ୍ୟ ଥାଆନ୍ତି । ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ନେବା ଠାରୁ ଆରମ୍ଭ କରି ବସାଇବା ପର୍ଯ୍ୟନ୍ତ ସବୁ କାମ ଶିଷ୍ୟ ଉମେଶ କୁମାର କରନ୍ତି । ଉମେଶ କୁମାର କହିଛନ୍ତି ଯେ ନାରାୟଣ ନନ୍ଦ ଗିରି ମହାରାଜ ୨୦୧୦ର କୁମ୍ଭମେଳାରେ ହରିଦ୍ୱାରକୁ ଆସିଥିଲେ । ଏହା ପୂର୍ବରୁ ସେ ପ୍ରୟାଗର କୁମ୍ଭମେଳାରେ ମଧ୍ୟ ଭାଗ ନେଇଛନ୍ତି ।
‘‘ସେ ଯେଉଁଆଡେ ଯାଆନ୍ତି, ଲୋକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି । ନାରାୟଣ ନନ୍ଦା ଗିରି ମହାରାଜ ସବୁ ବେଳେ ଭଗବାନଙ୍କ ପ୍ରତି ଭକ୍ତିଭାବରେ ପୂର୍ଣ୍ଣ ଥାଆନ୍ତି ଓ ଧ୍ୟାନରେ ଲୀନ ଥାଆନ୍ତି । ସେ ଦିନର ଅଦିକାଂଶ ସମୟ ପୂଜାପାଠରେ ଲଗାନ୍ତି,’’ କହିଛନ୍ତି ଉମେଶ କୁମାର ।