News18 Odia Digital
ମୁମ୍ବାଇ: ମୁମ୍ବାଇର ଏକ କୋର୍ଟ ଏକ ଯୌନ ଉତ୍ପୀଡ଼ନ ମାମଲାରେ ଅଭିନେତା ମଧୁର ମିତ୍ତଲଙ୍କୁ (Madhur Mittal) ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି । ମଧୁର ମିତ୍ତଲ ଫିଲ୍ମ 'ସ୍ଲମଡଗ୍ ମିଲିଅନେୟାର'ରେ (Slumdog Millionaire) ଅଭିନୟ କରିଛନ୍ତି । ଯୌନ ନିର୍ଯାତନା ଅଭିଯୋଗରେ ମିତ୍ତଲଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ତାଙ୍କ ବିରୁଦ୍ଧରେ ଏକ ମକଦ୍ଦମା ଦାୟର କରିଥିଲେ ।
ସେହି ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ଖାର୍ ପୋଲିସ ମିତ୍ତଲଙ୍କ ବିରୋଧରେ ୨୩ ଫେବୃଆରୀରେ ଯୌନ ଉତ୍ପୀଡ଼ନ ସମେତ ଅନ୍ୟାନ୍ୟ କେତେକ ଦଫାରେ ମାମଲା ଦାୟର କରିଥିଲା । ଉଭୟଙ୍କ ମଧ୍ୟରେ ବ୍ରେକ୍-ଅପ୍ ପରେ ମିତ୍ତଲ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ୍ ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଦିନକୁ ୩୬୭ଟି ଅପରାଧ ଘଟୁଛି; ସେଥିରୁ ୮ଟି ଦୁଷ୍କର୍ମ, ୪ଟି ହତ୍ୟା: ଗୃହ ବିଭାଗର ଶ୍ବେତପତ୍ରଗିରଫଦାରୀକୁ ଏଡ଼ାଇବା ପାଇଁ ମିତ୍ତଲ ନିଜ ଓକିଲ ସବିନା ବେଦୀଙ୍କ ଜରିଆରେ ଜାମିନ ଆବେଦନ କରିଥିଲେ । ମିତ୍ତଲଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ଖାରଜ କରି ସବିନା କହିଛନ୍ତି ଯେ ଅଭିନେତା ସେହି ଯୁବତୀଙ୍କ ସହ ପ୍ରେମରେ ଅଛନ୍ତି ଓ ସେ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।
ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ BJD ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଘୋଷଣା କଲାମିତ୍ତଲ ନିଜ ପିଟିସନରେ ଦାବି କରିଛନ୍ତି ଯେ ଉଭୟଙ୍କ ମଧ୍ୟରେ ବ୍ରେକ୍-ଅପ୍ ହେବା ପରେ ମଧ୍ୟ ଅଭିଯୋଗକାରୀ ଘର ଭଡ଼ା ଟଙ୍କା ଶେୟାର୍ କରି ତାଙ୍କ ସହ ଗୋଟିଏ ଘରେ ରହିବାକୁ ଚାହୁଁଥିଲେ । କିନ୍ତୁ ଅଭିନେତା ମନା କରିଦେଇଥିଲେ, ଯାହା ତାଙ୍କୁ କ୍ରୋଧିତ କରିଥିଲା । ହେଲେ ଅଭିୟୋଜନ ପକ୍ଷ ଅଭିନେତାଙ୍କ ଜାମିନ୍ ନିବେଦନକୁ ବିରୋଧ କରି କହିଥିଲା ଯେ ସେ ଲଗାତର ସେହି ଯୁବତୀଙ୍କୁ ହଇରାଣ କରୁଛନ୍ତି ।
ଏହା ବି ପଢ଼ନ୍ତୁ | ଏପ୍ରିଲରେ ପଡ଼ୁଥିବା ପର୍ବପର୍ବାଣି ଉପରେ କଟକଣା ଲଗାଇଲେ ସରକାର; କାରଣ ବେକାବୁ କରୋନାମଧୁର ମିତ୍ତଲଙ୍କ କହିବା ଅନୁସାରେ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ମା’ଙ୍କ ସହିତ ଯୁକ୍ତିତର୍କ କରିଥିଲେ । ଏହା ପରେ ସେ ଘରୁ ବାହାରିଯାଇଥିଲେ ଓ ତାଙ୍କୁ ଏକ ଘର ଖୋଜି ଦେବାକୁ କହିଥିଲେ ଯେଉଁଠି ଦୁହେଁ ଏକାଠି ରହିପାରିବେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଯୁବତୀ ନିଜେ ରହୁଥିବା ଆପାର୍ଟମେଣ୍ଟର ଭଡ଼ା ଶେୟାର୍ କରିବା ପାଇଁ ତାଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଥିଲେ । ସେ ତାଙ୍କ ନାମରେ ଏକ ମିଳିତ ବ୍ୟାଙ୍କ୍ ଆକାଉଣ୍ଟ (ଜଏଣ୍ଟ୍ ଆକାଉଣ୍ଟ୍) ଖୋଲିବା ପାଇଁ ମଧ୍ୟ ଚାପ ପକାଉଥଥିବା ସେ ଅଭିଯୋଗ କରିଛନ୍ତି ।
ଏହା ବି ପଢ଼ନ୍ତୁ | ପିପିଲି Bypoll ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କଲା; ଆଶ୍ରିତ ପଟ୍ଟନାୟକ ହେଲେ ଦଳୀୟ ପ୍ରାର୍ଥୀମାର୍ଚ୍ଚ ୧୨ରେ ହୋଇଥିବା ଶୁଣାଣିରେ କୋର୍ଟ କହିଥିଲେ, ‘‘ଅଭିଯୋଗ ଅନୁସାରେ ଫେବୃଆରୀ ୧୩ରେ ମାରପିଟ୍ ହୋଇଥିଲା । ତେବେ ଏଫ୍.ଆଇ.ଆର୍. ଦାୟର କରିବାରେ କାହିଁକି ବିଳମ୍ବ ହେଲା? ଫେବୃଆରୀ ୨୩ରେ ଏଫ୍.ଆଇ.ଆର୍. କାହିଁକି ଦାଖଲ ହେଲା? ଲାଗୁଛି ଯେ ଅଭିନେତାଙ୍କୁ ବଦନାମ କରାଯିବାକୁ ଚେଷ୍ଟା କରାଯାଉଛି । ତେଣୁ ଅପରାଧର ସ୍ୱରୂପକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମଧୁରଙ୍କ ଉପରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଉଛି ।’’
ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁଫେବୃଆରୀ ୨୩ରେ ଫିଲ୍ମ ‘ସ୍ଲମଡଗ୍ ମିଲିଅନେୟାର୍'ରେ ସଲିମ୍ ମଲିକ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ମଧୁର ମିତ୍ତଲଙ୍କ ବିରୋଧରେ ମୁମ୍ବାଇର ଖର୍ ପୋଲିସ ନିଜ ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ ଘରେ ପ୍ରବେଶ କରି ତାଙ୍କ ଉପରେ ଯୌନ ଆକ୍ରମଣ କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲା ।
ପୋଲିସର ସୂଚନା ଅନୁସାରେ ଏହି ଘଟଣା ଫେବୃଆରୀ ୧୩ରେ ଘଟିଥିଲା। ପୀଡିତାଙ୍କ ଓକିଲ ନିରଞ୍ଜନ ଶେଟ୍ଟୀ ଦାବି କରିଛନ୍ତି ଯେ ତାଙ୍କ ମହକିଲ (ଯୁବତୀ) ଗତ ବର୍ଷ ଡିସେମ୍ବରରେ ମଧୁରଙ୍କୁ ଭେଟିଥିଲେ ଓ ମାତ୍ର ୧୫ ଦିନ ମଧ୍ୟରେ ସେ (ମଧୁର) ମଦ୍ୟପାନ କରି ନିଶାରେ ତାଙ୍କ ଉପରେ ଯୌନ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଏହା ପରେ ଫେବୃଆରୀ ୧୧ରେ ସେ ମଧୁରଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।