News18 Odia Digital
Viral News: ନିକଟରେ, ଆମେରିକାରେ ଆକାଶର ରଙ୍ଗ ସବୁଜ ହେବାର ଖବର ସାମ୍ନାକୁ ଆସିଥିଲା। ଆଉ ଏବେ ଅଷ୍ଟ୍ରେଲିଆର ଉତ୍ତର ଭିକ୍ଟୋରିୟାନର ସହର ମିଲଡୁରାର ଆକାଶର ରଙ୍ଗ ହଠାତ୍ ଗୋଲାପୀ ଦେଖିବାକୁ ମିଳିଥିଲା।
ଲୋକ ଆକାଶର ଏହି ରଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ଅନୁଭବ କଲେ ଯେ ଏହା ଏଲିୟନ୍ସ ଆକ୍ରମଣ ବୋଲି। ଆଉ କିଛି ଲୋକ ସାଇନ୍ସ ଫିକ୍ସନ ଫିଲ୍ମ ଭାବିଥିଲେ। ଗୋଲାପୀ ଆକାଶର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା। ହେଲେ ଏହି ମାମଲା ପରେ କିଛି ଭିନ୍ନ ରୂପ ନେଇଥିଲା।
ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରହସ୍ୟ ଖୋଲିଲାଆକାଶ ରଙ୍ଗ ଗୋଲାପୀ ହେବାର ଘଟଣା ସମସ୍ତଙ୍କ ପାଇଁ ରହସ୍ୟ ଥିଲା। ସମସ୍ତେ ଜାଣିବାକୁ ଚାହୁଁଥିଲେ ଏହା କାହିଁକି ଘଟିଲା। ଏହି ଘଟଣାର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ଲୋକ ଏହା ବିଷୟରେ ଆଲୋଚନା ମଧ୍ୟ କରିବା ଆରମ୍ଭ କରିଦେଇଥିଲେ। ଫେସବୁକରେ ଏଲିୟନ୍ ଆକ୍ରମଣରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପରି ଚର୍ଚ୍ଚା ଦେଖି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ରହସ୍ୟ ଉପରକୁ ପର୍ଦ୍ଦା ଉଠାଇଥିଲା। ଗୋଲାପୀ ରଙ୍ଗର ବାସ୍ତବତା ସମସ୍ତଙ୍କୁ ଜଣାଇଥିଲା କମ୍ପାନୀ।
କମ୍ପାନୀ ଏହାର ଉତ୍ପାଦ ପାଇଁ ପରୀକ୍ଷଣ କରିଥିଲାଆକାଶର ରଙ୍ଗ ବଦଳିବା ପଛରେ କୌଣସି ଏଲିୟନ୍ସ ଆକ୍ରମଣ ନୁହେଁ ବୋଲି କମ୍ପାନୀ କହିଥିଲା। ଏହାର ରଙ୍ଗ ପରିବର୍ତ୍ତନ ହେବା ପଛରେ କୋନ ଗ୍ରୁପ ଦ୍ବାରା ଭାଙ୍ଗ ଗଛ ଉପରେ କରାଯାଇଥିବା ଏକ ଏକ୍ସପେରିମେଣ୍ଟ ଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।