News 18 Odia Digital
Rose water benefits: ମୌସୁମୀ ସମୟରେ ଆପଣଙ୍କୁ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଯାହାଫଳରେ ଏହା ବ୍ରଣ ଓ ଟ୍ୟାନିଂ ସୃଷ୍ଟି କରେ। ଏପରି ପରିସ୍ଥିତିରେ, ଚର୍ମର ଯତ୍ନ ନେବା ପାଇଁ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ। ଗୋଲାପ ଜଳ ଆପଣଙ୍କ ଚର୍ମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ଆପଣଙ୍କ ତ୍ୱଚାକୁ ସତେଜ ଓ ହାଇଡ୍ରେଟ୍ ମଧ୍ୟ ରଖେ। ଆସନ୍ତୁ ଜାଣିବା ଆପଣ କିପରି ଗୋଲାପ ଜଳ ବ୍ୟବହାର କରିବା...
ଓଟସ୍ ଓ ଗୋଲାପ ଜଳଏକ ପାତ୍ରରେ ଗୋଟେ ଚାମଚ ଓଟସ୍ ନିଅନ୍ତୁ। ଏଥିରେ ୧ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏଥିରେ ଏକ ଚାମଚ ମହୁ ଓ କଦଳୀ ମିଶାନ୍ତୁ। ଏହି ସବୁ ଜିନିଷକୁ ଭଲ ଭାବରେ ମିଶାନ୍ତୁ ଓ ଏହି ପ୍ୟାକକୁ ମୁହଁ ଓ ବେକରେ ଲଗାନ୍ତୁ। ଏହାକୁ କିଛି ସମୟ ପାଇଁ ଛାଡ଼ିଦିଅନ୍ତୁ,ଏହା ପରେ ମୁହଁକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ଆପଣ ଏହି ପ୍ୟାକ୍କୁ ସପ୍ତାହରେ ଦୁଇଥର ବ୍ୟବହାର କରିପାରିବେ। ଏହା ଚର୍ମକୁ ସଫା ଓ ପୁଷ୍ଟିକର ରଖିବାରେ ସାହାଯ୍ୟ କରେ। ଏହି ପ୍ୟାକ୍ ଚର୍ମର ଅତିରିକ୍ତ ତେଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
ଗୋଲାପ ଜଳ ଓ କାକୁଡି ରସଏକ ପାତ୍ରରେ ଏକ ଚାମଚ ଗୋଲାପ ଜଳ ନିଅନ୍ତୁ। ଏଥିରେ ଏକ ଚାମଚ କାକୁଡି ରସ ମିଶାନ୍ତୁ। ଏହାକୁ ଫ୍ରିଜରେ ରଖନ୍ତୁ ଓ ସେଥିରୁ କ୍ୟୁବ୍ ତିଆରି କରନ୍ତୁ। ଅତି କମରେ ଦୁଇଥର ଚର୍ମରେ ଏହି କ୍ୟୁବଗୁଡିକ ବ୍ୟବହାର କରନ୍ତୁ।
ନିମ୍ୱ ପେଷ୍ଟ ଓ ଗୋଲାପ ଜଳକିଛି ନିମ୍ୱ ପତ୍ର ନିଅନ୍ତୁ। ଏଥିରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ କିଛି ମୁଲତାନି ମାଟି ପାଉଡର ମିଶାନ୍ତୁ। ଚର୍ମରେ ଏହି ଫେସ୍ ପ୍ୟାକ୍ ଲଗାନ୍ତୁ । ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହା ପରେ ଚର୍ମକୁ ସାଧା ପାଣିରେ ଧୋଇ ଦିଅନ୍ତୁ। ଆପଣ ଏହି ଫେସ୍ ପ୍ୟାକ୍ ସପ୍ତାହରେ ୧ ରୁ ୨ଥର ବ୍ୟବହାର କରିପାରିବେ। ଏହା ବ୍ରଣ ଇତ୍ୟାଦିରୁ ମୁକ୍ତି ପାଇବାରେ ସାହାଯ୍ୟ କରିବ।
ଗୋଲାପ ଜଳ ଓ ମହୁ ପ୍ୟାକଏଥିପାଇଁ ଏକ ପାତ୍ରରେ ଏକ ଚାମଚ ମହୁ ନିଅନ୍ତୁ। ଏଥିରେ ଗୋଲାପ ଜଳ ମିଶାନ୍ତୁ। ଏହାକୁ ଫେସ୍ ପ୍ୟାକ୍ ପରି ମୁହଁରେ ଲଗାନ୍ତୁ। ଏହାକୁ ଚର୍ମରେ ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ। ଏହା ପରେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ।Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।