News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀକୁ ଆତଙ୍କବାଦୀ ଡର ଘାରିଛି । ଆଗକୁ ଦଶହରା ଆସୁଥିବାରୁ ଏବେଠାରୁ ସୁଯୋଗ ଅପେକ୍ଷାରେ ରହିଛନ୍ତି ଆତଙ୍କବାଦୀ । ସେଥି ପାଇଁ ଚାରିଆଡ଼େ ଛାନଭିନ୍ ଜାରି ରଖିଛି ପୋଲିସ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମଙ୍ଗଳବାର ଦିନ ଛଅ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ନିକଟରେ ପାକିସ୍ତାନରୁ ତାଲିମ ନେଇ ଫେରିଥିଲେ ।
ଆଗାମୀ ଦିନରେ ଏହି ଆତଙ୍କବାଦୀମାନେ ଦେଶର ବିଭିନ୍ନ ସ୍ଥାନରେ ବିସ୍ପୋରଣ କରିବାକୁ ଯୋଜନା କରୁଥିଲେ। ଖବର ପାଇ ଏକ ପୋଲିସ ଟିମ୍ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ପ୍ରଦେଶରେ ସ୍ବତନ୍ତ୍ର ଅପରେସନ କରିଥିଲା। ମହାରାଷ୍ଟ୍ରର ଜଣେ ଆତଙ୍କବାଦୀ ରାଜସ୍ଥାନର କୋଟାରୁ ଓ ତିନି ଜଣ ଉତ୍ତର ପ୍ରଦେଶରୁ ଗିରଫ ହୋଇଛନ୍ତି । ୟୁପି ଆଣ୍ଟି ଟେରର ସ୍କ୍ବାଡ୍ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଦିଲ୍ଲୀରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।
ଏହା ବି ପଢ଼ନ୍ତୁ | ‘‘ମୁଁ ଏଇ ବିଲଡିଂକୁ ଏଇଠି, ଏବେ ଭାଙ୍ଗିଦେବି’’: ଆନ୍ଧ୍ର ମନ୍ତ୍ରୀ ଓଡ଼ିଶା ଭିତରେ ପଶି ନାଲି ଆଖି ଦେଖାଇଲେ
ଏହି ଆତଙ୍କବାଦୀମାନଙ୍କୁ ଗିରଫ କରିବା ପରେ ପୋଲିସ କରିଥିବା ପଚରାଉଚରାରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଆତଙ୍କବାଦୀ ପ୍ରଥମେ ମସ୍କାଟ୍ ଯାଇଥିଲେ । ସେଠାରୁ ସେମାନେ ଜାହାଜରେ ପାକିସ୍ତାନ ଯାଇଥିଲେ। ସେଠାରେ ପନ୍ଦର ଦିନ ପାଇଁ ଏକ ଫାର୍ମ ହାଉସରେ ରହି ତାଲିମ ନେଇଥିଲେ।

ଅଣ୍ଡରୱାର୍ଲ୍ଡ ଡନ୍ ଡାଉଡ୍ ଇବ୍ରାହିମର ଭାଇ ଅନିସ୍ (ଫାଇଲ୍ ଫଟୋ)
ଏହା ବି ପଢ଼ନ୍ତୁ | BJP କର୍ମୀ ଓ ସାମ୍ବାଦିକଙ୍କୁ ମାଡ଼ ମାରିଲେ ଚିଲିକାର BJD ବିଧାୟକ; ତାଙ୍କୁ ଦଳରୁ ନିଲମ୍ବନ କଲେ ନବୀନ
ଏହି ଆତଙ୍କବାଦୀମାନେ ଗିରଫ ହେବା ପରେ ମୁମ୍ବାଇକୁ ଆତଙ୍କରେ ନଷ୍ଟ କରିଦେବାକୁ ଷଡଯନ୍ତ୍ର ରଚିଥିବା ଭାରତର ବହୁଚର୍ଚ୍ଚିତ ଅପରାଧୀ ଓ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର (Dawood Ibrahim) କଳା ଇଚ୍ଛା ପୁଣି ଥରେ ସାମନାକୁ ଆସିଛି । ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଓ ୟୁପି ଏ.ଟି.ଏସ୍. ଦ୍ୱାରା ପ୍ରୟାଗରାଜରୁ ଗିରଫ ହୋଇଥିବା ଏହି ଛଅ ଜଣ ଆତଙ୍କବାଦୀଙ୍କ ସହ ପଚରାଉଚରା ବେଳେ ଏକ ବଡ଼ ଖୁଲାସା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଆତଙ୍କବାଦୀମାନଙ୍କ ପଛରେ ଦାଉଦ ଇବ୍ରାହିମର ଭାଇ ଅନିସ୍ ଇବ୍ରାହିମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସାମ୍ନାକୁ ଆସୁଛି ।ଏହା ସହିତ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇ.ଏସ୍.ଆଇ. ବି ଏଥିରେ ସମ୍ପୃକ୍ତ ଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶା Assemblyରେ ଉଦବେଗ: ରାଜ୍ୟରେ ବଢୁଛି ଅପରାଧ, ହେଲେ ଖାଲି ପଡ଼ିଛି ୧୧,୪୫୬ ପୋଲିସ ପଦବୀ
ଗିରଫ ହୋଇଥିବା ଛଅ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇ ଜଣ ପାକିସ୍ତାନରେ ତାଲିମ ନେଇଛନ୍ତି ଏବଂ ସେମାନଙ୍କ କାର୍ଯ୍ୟ ପାଇଁ ଆଇ.ଏସ୍.ଆଇ. ତଥା ଅଣ୍ଡରୱାର୍ଲ୍ଡ ଦ୍ୱାରା ସବୁ ବ୍ୟବସ୍ଥା କରାଯାଇଛି। ସୂଚନା ଅନୁଯାୟୀ ଅନିସ୍ ଇବ୍ରାହିମ୍ ଏହି ଆତଙ୍କବାଦୀମାନଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ କରୁଥିଲା । ଅନିସ୍ ଇବ୍ରାହିମ୍ ଏହି ଆତଙ୍କବାଦୀମାନଙ୍କୁ ଭାରତରେ ଟଙ୍କା, ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ରରେ ଯୋଗାଉଥିଲା । ଅନିସ୍ ଓ ଦେଶରେ ଥିବା ଆତଙ୍କବାଦୀମାନଙ୍କ ମଧ୍ୟରେ କୌଣସି ଲିଙ୍କ୍ ଅଛି କି ନାହିଁ ପୋଲିସ ତାହା ଜାଣିବାକୁ ଚେଷ୍ଟା କରୁଛି । ଏହା ସହିତ ଅନିସ୍ କେଉଁଠି ରହୁଛି ତାହା ମଧ୍ୟ ଅନୁସନ୍ଧାନର ବିଷୟ ହୋଇଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଗିରଫ ହେଲେ ଆଉ ଦୁଇ ୱେବ୍ ଚ୍ଯାନେଲ୍ ‘ସାମ୍ବାଦିକ’; ନବରଙ୍ଗପୁରରେ ଶିକ୍ଷକଙ୍କୁ ଧମକାଇ ବଟି ନେଇଥିଲେ
ଅନିସଠାରୁ ସହାୟତା ପାଇ ଏହି ଛଅ ଜଣ ଆତଙ୍କବାଦୀ ଅନେକ ବଡ଼ ସହରରେ ବିସ୍ଫୋରଣ କରିବା ଯୋଜନା କରୁଥିଲେ । ଏଥି ପାଇଁ ବିସ୍ଫୋରକ ସାମଗ୍ରୀ ବି ତାଙ୍କ ନିକଟରେ ପହଞ୍ଚିଥିଲା। ଏଥି ସହିତ ଅନେକ ପ୍ରସିଦ୍ଧ ବ୍ୟକ୍ତି ବି ସେମାନଙ୍କ ଟାର୍ଗେଟରେ ଥିଲେ । ସେମାନଙ୍କୁ ଟାର୍ଗେଟ କରି ଏମାୱେ ଦେଶରେ ଆତଙ୍କ ସୃଷ୍ଟି କରିବାକୁ ଯାଉଥିଲେ । ଏହା ସହିତ ଆତଙ୍କବାଦୀମାନେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବି ଆତଙ୍କବାଦୀ କାର୍ଯ୍ୟକଳାପ କରିବାକୁ ଯୋଜନା କରୁଥିବା ପ୍ରକାଶ ପାଇଛି ।
ଏହି ଆତଙ୍କବାଦୀମାନଙ୍କ ଗିରଫଦାରୀ ପରେ ISI ଓ ଅଣ୍ଡରୱର୍ଡ଼ ମଧ୍ୟରେ ଥିବା ଗୁପ୍ତ ସମ୍ପର୍କ ପୁଣି ଥରେ ସାମନାକୁ ଆସିଛି । ପାକିସ୍ତାନ ସର୍ବଦା ଅଣ୍ଡରୱାର୍ଲ୍ଡ ଓ ଆତଙ୍କବାଦୀଙ୍କୁ ସମର୍ଥନ କରୁ ନ ଥିବା କଥା କହିଆସୁଛି, କିନ୍ତୁ ଆତଙ୍କବାଦୀମାନଙ୍କୁ ନିଜ ଗୁପ୍ତଚର ଏଜେନ୍ସି ଦ୍ୱାରା ପ୍ରଶିକ୍ଷଣ ଦେବା କଥା ବାରମ୍ବାର ସାମନାକୁ ଆସୁଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।