ଅମ୍ବାଲାର ବାଲାନା ଗ୍ରାମରେ ରହସ୍ୟମୟ ପରିସ୍ଥିତି
News 18 Odia Digital
ଅମ୍ବାଲା: ଶୁକ୍ରବାର ଦିନ ଅମ୍ବାଲାର ବାଲାନା ଗ୍ରାମରେ ରହସ୍ୟମୟ ପରିସ୍ଥିତିରେ ପରିବାରର ୬ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ମୃତକଙ୍କ ନାମ ସଙ୍ଗତ ରାମ (୬୫), ସୁଖବିନ୍ଦର ସିଂ (୩୪), ମହିନ୍ଦ୍ରା କୌର, ରିନା (ସୁଖବିନ୍ଦର ସିଂଙ୍କ ପତ୍ନୀ) ବୋଲି ଜଣାପଡିଛି। ସୁଖବିନ୍ଦର ସିଂଙ୍କ ଦୁଇ ଝିଅ ଆଶୁ (୫) ଏବଂ ଜାସି (୭)।
ଖବର ଅନୁଯାୟୀ, ସୁଖବିନ୍ଦର ପ୍ରଥମେ ତାଙ୍କ ପିତାମାତା ଏବଂ ପରେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ବିଷ ଦେଇଥିବାର ସନ୍ଦେହ କରାଯାଉଛି। ମୃତଦେହ ପୋଷ୍ଟମର୍ଟମ ପାଇଁ ଅମ୍ବାଲା ସହରର ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ, ସୁଖବିନ୍ଦର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ।
ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ମୁତାବକ, ପରିବାରର ସମସ୍ତ ଲୋକ ରାତିରେ ଖାଇବା ପରେ ଶୋଇଥିଲେ। କିନ୍ତୁ ସକାଳେ କେହି ଉଠିନଥିଲେ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।