ରାଞ୍ଚି ଯାଉଥିବା ଯାତ୍ରୀବାହୀ ବସ୍
- News18 Odia
- Last Updated :
- Other, India
News 18 Odia Digital
ଝାଡ଼ଖଣ୍ଡ: ନଦୀକୁ ଖସି ପଡ଼ିଲା ରାଞ୍ଚି ଯାଉଥିବା ଯାତ୍ରୀବାହୀ ବସ୍। କିଛି ଯାତ୍ରୀଙ୍କୁ ନେଇ ଏକ ବସ୍ ରାଞ୍ଚି ଅଭିମୁଖେ ଯାଉଥିବା ବେଳେ ଝାଡଖଣ୍ଡର ହଜରିବାଗ ଜିଲ୍ଲାର ଟାଟିଝରିଆ ପୁଲିସ ଷ୍ଟେସନ ଅଧୀନରେ ଥିବା ସେବାନେ ନଦୀ ଉପରେ ଥିବା ବ୍ରିଜରୁ ଖସିପଡିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୭ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ଏଥିସହ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସୂଚନା ମୁତାବକଳ, ଏହି ବସ୍ ଯାତ୍ରୀଙ୍କୁ ନେଇ ଗିରିଡିହରୁ ରାଞ୍ଚି ଯାଉଥିଲା। ବସରେ ଥିବା ଯାତ୍ରୀମାନେ ଗୁରୁଦ୍ୱାରରେ ଆୟୋଜିତ ହେବାକୁ ଥିବା ଅରଦାସ କୀର୍ତ୍ତନରେ ଯୋଗଦେବାକୁ ଯାଉଥିଲେ। ବସଟି ବ୍ରିଜରୁ ପ୍ରାୟ ୨୦ଫୁଟ ତଳକୁ ଖସିଯିବାରୁ ବସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସହ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଏହା ସହ ଏବେ ବି ବସ ଭିତରେ ୨ଜଣ ଫସି ରହିଥିବା କୁହାଯାଉଛି। ତେବେ ଯାତ୍ରୀଙ୍କ ଅବସ୍ଥା ଦେଖି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।